ଜଣାପଡ଼ିଲା ଅଶ୍ୱିନ ଟେଷ୍ଟ ଅଧାରୁ ବାହାରିଯିବାର ପ୍ରକୃତ କାରଣ

ରାଜକୋଟ,୧୭।୨: ଭାରତୀୟ ଟିମ୍‌ର ବରିଷ୍ଠ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ ଶୁକ୍ରବାର ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ୫୦୦ ଉଇକେଟ ନେଇ ବଡ଼ ଉପଲବ୍ଧି ହାସଲ କରିଥିଲେ। ହେଲେ ବିଳମ୍ବିତ ରାତିରେ ହଠାତ୍‌ ପାରିବାରିକ କାରଣରୁ ଟେଷ୍ଟରୁ ଓହରିଯାଇଥିବା ବିସିସିଆଇ ସୂଚନା ଦେଇଥିଲା । ଏମିତିରେ କେଉଁ କାରଣ ଯୋଗୁ ଅଶ୍ୱିନ ଟେଷ୍ଟ ଅଧାରୁ ଚେନ୍ନାଇ ଫେରିଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବିସିସିଆଇ ଘୋଷଣାର କିଛି ସମୟ ପରେ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ତାଙ୍କ […] The post ଜଣାପଡ଼ିଲା ଅଶ୍ୱିନ ଟେଷ୍ଟ ଅଧାରୁ ବାହାରିଯିବାର ପ୍ରକୃତ କାରଣ appeared first on Dharitri Odia News.

ଜଣାପଡ଼ିଲା ଅଶ୍ୱିନ ଟେଷ୍ଟ ଅଧାରୁ ବାହାରିଯିବାର ପ୍ରକୃତ କାରଣ

ରାଜକୋଟ,୧୭।୨: ଭାରତୀୟ ଟିମ୍‌ର ବରିଷ୍ଠ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ ଶୁକ୍ରବାର ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ୫୦୦ ଉଇକେଟ ନେଇ ବଡ଼ ଉପଲବ୍ଧି ହାସଲ କରିଥିଲେ। ହେଲେ ବିଳମ୍ବିତ ରାତିରେ ହଠାତ୍‌ ପାରିବାରିକ କାରଣରୁ ଟେଷ୍ଟରୁ ଓହରିଯାଇଥିବା ବିସିସିଆଇ ସୂଚନା ଦେଇଥିଲା । ଏମିତିରେ କେଉଁ କାରଣ ଯୋଗୁ ଅଶ୍ୱିନ ଟେଷ୍ଟ ଅଧାରୁ ଚେନ୍ନାଇ ଫେରିଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ବିସିସିଆଇ ଘୋଷଣାର କିଛି ସମୟ ପରେ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ତାଙ୍କ ମା’ ଚେତନାଙ୍କ ସ୍ବାସ୍ଥ୍ୟ ଖରାପ ଥିବା ସ୍ପଷ୍ଟ କରିଛନ୍ତି। ଏଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ତାଙ୍କର ଶୀଘ୍ର ଆରୋଗ୍ୟ ହେବାର କାମନା କରିଛନ୍ତି।

ତେବେ ଅଶ୍ୱିନଙ୍କ ମା’ଙ୍କୁ କ’ଣ ହୋଇଛି, ସେ କେଉଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ତାହା ଜଣାପଡ଼ି ନାହିଁ। ହେଲେ ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।

The post ଜଣାପଡ଼ିଲା ଅଶ୍ୱିନ ଟେଷ୍ଟ ଅଧାରୁ ବାହାରିଯିବାର ପ୍ରକୃତ କାରଣ appeared first on Dharitri Odia News.