ଗାଙ୍ଗୁଲିଙ୍କ ବଡ଼ ଭବିଷ୍ୟବାଣୀ: ଏହି କ୍ରିକେଟର୍ ହେବେ ଟେଷ୍ଟର ବାଦ୍ଶାହା
ନୂଆଦିଲ୍ଲୀ,୯।୯: ଟିମ ଇଣ୍ଡିଆର ତାରକା ଖେଳାଳି ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟର ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଏ। ଯେତେବେଳେ ଟେଷ୍ଟ ଫର୍ମାଟ କଥା ଆସେ, ଜୋ ରୁଟଙ୍କ ନାମ ଆଜିକାଲି ଆଗରେ ଅଛି। କୁହାଯାଏ ଯେ, ରୁଟ ଟେଷ୍ଟରେ ସର୍ବାଧିକ ରନ ସ୍କୋର କରିବାର ରେକର୍ଡ ମଧ୍ୟ ଭାଙ୍ଗିପାରେ। ଏସବୁ ମଧ୍ୟରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଭାରତୀୟ ଉଇିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ସବୁ […] The post ଗାଙ୍ଗୁଲିଙ୍କ ବଡ଼ ଭବିଷ୍ୟବାଣୀ: ଏହି କ୍ରିକେଟର୍ ହେବେ ଟେଷ୍ଟର ବାଦ୍ଶାହା appeared first on Dharitri Odia News.
ନୂଆଦିଲ୍ଲୀ,୯।୯: ଟିମ ଇଣ୍ଡିଆର ତାରକା ଖେଳାଳି ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟର ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଏ। ଯେତେବେଳେ ଟେଷ୍ଟ ଫର୍ମାଟ କଥା ଆସେ, ଜୋ ରୁଟଙ୍କ ନାମ ଆଜିକାଲି ଆଗରେ ଅଛି। କୁହାଯାଏ ଯେ, ରୁଟ ଟେଷ୍ଟରେ ସର୍ବାଧିକ ରନ ସ୍କୋର କରିବାର ରେକର୍ଡ ମଧ୍ୟ ଭାଙ୍ଗିପାରେ। ଏସବୁ ମଧ୍ୟରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି।
ଭାରତୀୟ ଉଇିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ସବୁ ସମୟର ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ସାମିଲ କରାଯାଇପାରିବ ବୋଲି ସୌରଭ ଗାଙ୍ଗୁଲି ପୂର୍ବାନୁମାନ କରିଛନ୍ତି। ଏକ ପ୍ରମୋସନାଲ ଇଭେଣ୍ଟରେ ଗାଙ୍ଗୁଲି କହିଛନ୍ତି, ମୁଁ ରିଷଭ ପନ୍ତଙ୍କୁ ଭାରତର ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ବୋଲି ବିବେଚନା କରେ। ସେ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳିବା ଜାରି ରଖିବେ। ଯଦି ସେ ଏହିପରି ପ୍ରଦର୍ଶନ ଜାରି ରଖନ୍ତି, ତେବେ ତାଙ୍କୁ ଟେଷ୍ଟ କ୍ରିକେଟର ସର୍ବକାଳୀନ ମହାନ ଖେଳାଳିଙ୍କ ମଧ୍ୟରେ ସାମିଲ କରାଯିବ। ସେ ଦକ୍ଷ ଏବଂ ମୁଁ ନିଶ୍ଚିତ ଯେ ସେ ଶୀଘ୍ର ଏହା କରିବାରେ ସଫଳ ହେବେ।
ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ଆହତ ହେବା ପରେ ପନ୍ତଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଛି। ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ସେ ଦଳରେ ମନୋନୀତ ହୋଇଛନ୍ତି। ଏଥି ସହିତ ଚେନ୍ନାଇରେ ସେପ୍ଟେମ୍ବର ୧୯ରୁ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ସେ ପ୍ଲେଇଙ୍ଗ୍-୧୧ରେ ହେବେ ବୋଲି ସମ୍ପୂର୍ଣ୍ଣ ଆଶା ରହିଛି।
The post ଗାଙ୍ଗୁଲିଙ୍କ ବଡ଼ ଭବିଷ୍ୟବାଣୀ: ଏହି କ୍ରିକେଟର୍ ହେବେ ଟେଷ୍ଟର ବାଦ୍ଶାହା appeared first on Dharitri Odia News.