ଚିରାଗ ପାସଓ୍ବାନ୍‌ଙ୍କ ଡିଗ୍ରୀକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୩୧।୮: ଭାଜପାର ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ସଭାପତି ତଥା କେନ୍ଦ୍ର ସରକାରରେ ମନ୍ତ୍ରୀ ଚିରାଗ ପାସୱାନଙ୍କ ଡିଗ୍ରୀ ସମ୍ପର୍କରେ ଏକ ବଡ଼ ଖୁଲାସା କରାଯାଇଛି। ଝାନସିର ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଦାବି କରିଛନ୍ତି, ଚିରାଗଙ୍କର ବି-ଟେକ ଡିଗ୍ରୀ ନାହିଁ। ଚିରାଗ ଏଠାରେ ଆଡମିଶନ ନେଇଥିଲେ କିନ୍ତୁ ସେ କେବଳ ପ୍ରଥମ ସେମିଷ୍ଟାର ପାଇଁ ପରୀକ୍ଷା ଦେଇଥିଲେ। ଚିରାଗ ପାସୱାନଙ୍କ ଡିଗ୍ରୀ ସମ୍ପର୍କରେ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ଦାବି ପରେ ଉତ୍ତେଜନା ତୀବ୍ର ହୋଇଛି। ବୁନ୍ଦେଲଖଣ୍ଡ […] The post ଚିରାଗ ପାସଓ୍ବାନ୍‌ଙ୍କ ଡିଗ୍ରୀକୁ ନେଇ ଉଠିଲା ପ୍ରଶ୍ନ appeared first on Dharitri Odia News.

ଚିରାଗ ପାସଓ୍ବାନ୍‌ଙ୍କ ଡିଗ୍ରୀକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୩୧।୮: ଭାଜପାର ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ସଭାପତି ତଥା କେନ୍ଦ୍ର ସରକାରରେ ମନ୍ତ୍ରୀ ଚିରାଗ ପାସୱାନଙ୍କ ଡିଗ୍ରୀ ସମ୍ପର୍କରେ ଏକ ବଡ଼ ଖୁଲାସା କରାଯାଇଛି। ଝାନସିର ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଦାବି କରିଛନ୍ତି, ଚିରାଗଙ୍କର ବି-ଟେକ ଡିଗ୍ରୀ ନାହିଁ। ଚିରାଗ ଏଠାରେ ଆଡମିଶନ ନେଇଥିଲେ କିନ୍ତୁ ସେ କେବଳ ପ୍ରଥମ ସେମିଷ୍ଟାର ପାଇଁ ପରୀକ୍ଷା ଦେଇଥିଲେ।
ଚିରାଗ ପାସୱାନଙ୍କ ଡିଗ୍ରୀ ସମ୍ପର୍କରେ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ଦାବି ପରେ ଉତ୍ତେଜନା ତୀବ୍ର ହୋଇଛି। ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବିଭାଗର ସହକାରୀ ପ୍ରଫେସର ବ୍ରିଜେନ୍ଦ୍ର ଶୁକ୍ଲା ଚିରାଗଙ୍କ ଡିଗ୍ରୀ ସମ୍ପର୍କରେ ଏହି ଦାବି କରିଛନ୍ତି। ସେ କହିଛନ୍ତି, ୨୦୦୫ରେ ଚିରାଗ ପାସୱାନ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ଆଡମିଶନ ନେଇଥିଲେ। ଆଡମିଶନ ପରେ ସେ ପ୍ରଥମ ସେମିଷ୍ଟାର ପରୀକ୍ଷାରେ ମଧ୍ୟ ହାଜର ହୋଇଥିଲେ କିନ୍ତୁ ଏହା ପରେ ସେ ପରୀକ୍ଷାରେ ହାଜର ହୋଇ ନ ଥିଲେ। ପ୍ରଥମ ସେମିଷ୍ଟାର ପରେ,ଚିରାଗ ପାସୱାନ ବ୍ୟକ୍ତିଗତ କାରଣରୁ ଅବଶିଷ୍ଟ ୮ ସେମିଷ୍ଟାର ପରୀକ୍ଷାରେ ଉପସ୍ଥିତ ନ ଥିଲେ। ଯେଉଁଥିପାଇଁ ତାଙ୍କର ବି.ଟେକ ଏଠାରେ ବନ୍ଦ ହୋଇଯାଇଥିଲା।
ଅନ୍ୟପକ୍ଷରେ, ଏମ୍‌ପି ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟରେ ଚିରାଗ ପାସୱାନ କମ୍ପ୍ୟୁଟର ସାଇନ୍ସରେ ବି.ଟେକ (ଦ୍ୱିତୀୟ ସେମିଷ୍ଟାର) ବିଷୟରେ ତାଙ୍କର ସର୍ବୋଚ୍ଚ ଯୋଗ୍ୟତା ଭାବରେ ସୂଚନା ଦେଇଛନ୍ତି। ୨୦୦୫ରେ ଇନ୍‌ଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ, ଝାନସିରେ କମ୍ପ୍ୟୁଟର ସାଇନ୍ସରେ ବି.ଟେକ (ଦ୍ୱିତୀୟ ସେମିଷ୍ଟାର)ରେ ଏହା ଲେଖାଯାଇଛି।
ଚିରାଗ ପାସୱାନ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ଜାତୀୟ ସଭାପତି ଅଟନ୍ତି। ୨୦୨୪ ଲୋକ ସଭା ନିର୍ବାଚନରେ ସେ ବିଡିଏର ହାଜିପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ଚିରାଗ ପାସୱାନ ମୋଦି ୩.୦ରେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଅଟନ୍ତି। ଚିରାଗ ନିଜକୁ ପ୍ରଧନେମନ୍ତ୍ରୀ ମୋଦିଙ୍କ ହନୁମାନ ବୋଲି କହିଛନ୍ତି।

The post ଚିରାଗ ପାସଓ୍ବାନ୍‌ଙ୍କ ଡିଗ୍ରୀକୁ ନେଇ ଉଠିଲା ପ୍ରଶ୍ନ appeared first on Dharitri Odia News.