ଆର୍ଜେଡିକୁ ପାନେ ଦେବେ ନୀତୀଶ କୁମାର: କରୁଛନ୍ତି ଏମିତି ପ୍ଲାନ୍
ପାଟନା,୧୯।୮: ଆରଜେଡିକୁ ଚକିତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଯୋଜନା ପ୍ରସ୍ତୁତ କରିଛନ୍ତି। ଗୋଟିଏ ପଟେ ଆସନ୍ତା ବର୍ଷ ୨୦୧୫ରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଅନ୍ୟ ପଟେ ଡିଫେନ୍ସ ଖେଳ ବର୍ତ୍ତମାନଠାରୁ ଆରମ୍ଭ ହୋଇଥିବା ଜଣାପଡିଛି। ସୂଚନାନୁସାରେ, ଆରଜେଡିର ଜାତୀୟ ସାଧାରଣ ସମ୍ପାଦକ ତଥା ବିହାର ସରକାରରେ ଦୀର୍ଘ ଦିନ ଧରି ମନ୍ତ୍ରୀ ଶ୍ୟାମ ରାଜକ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଖୁବ ଶୀଘ୍ର ସେ ଜେଡିୟୁରେ ଯୋଗ […] The post ଆର୍ଜେଡିକୁ ପାନେ ଦେବେ ନୀତୀଶ କୁମାର: କରୁଛନ୍ତି ଏମିତି ପ୍ଲାନ୍ appeared first on Dharitri Odia News.
ପାଟନା,୧୯।୮: ଆରଜେଡିକୁ ଚକିତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଯୋଜନା ପ୍ରସ୍ତୁତ କରିଛନ୍ତି। ଗୋଟିଏ ପଟେ ଆସନ୍ତା ବର୍ଷ ୨୦୧୫ରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଅନ୍ୟ ପଟେ ଡିଫେନ୍ସ ଖେଳ ବର୍ତ୍ତମାନଠାରୁ ଆରମ୍ଭ ହୋଇଥିବା ଜଣାପଡିଛି। ସୂଚନାନୁସାରେ, ଆରଜେଡିର ଜାତୀୟ ସାଧାରଣ ସମ୍ପାଦକ ତଥା ବିହାର ସରକାରରେ ଦୀର୍ଘ ଦିନ ଧରି ମନ୍ତ୍ରୀ ଶ୍ୟାମ ରାଜକ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଖୁବ ଶୀଘ୍ର ସେ ଜେଡିୟୁରେ ଯୋଗ ଦେଇପାରନ୍ତି।
ମନ୍ତ୍ରୀ ପଦ ଛାଡିବା ପରେ ଜେଡିୟୁରୁ ଇସ୍ତଫା ଦେଇଥିବା ଶ୍ୟାମ ରାଜକ ଆରଜେଡିରେ ଯୋଗ ଦେଇ ଆଶା କରିଥିଲେ ଯେ, ଆରଜେଡି ତାଙ୍କୁ ୨୦୨୦ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଫୁଲୱାରୀରୁ ଟିକେଟ ଦେବେ, କିନ୍ତୁ ତାହା ହୋଇ ନ ଥିଲା। ୨୦୨୦ ନିର୍ବାଚନ ଫଳାଫଳ ପରେ ଶ୍ୟାମ ରାଜକଙ୍କ ଆଶା ପୁଣିଥରେ ଉଠିଥିଲା ଯେ ବୋଧହୁଏ ଦଳ ତାଙ୍କୁ ବିଧାନ ପରିଷଦର ସଦସ୍ୟ କରିବ, କିନ୍ତୁ ଏହା ମଧ୍ୟ ହୋଇ ନ ଥିଲା। ଦଳ ମୁନି ରାଜକଙ୍କୁ ବିଧାନ ପରିଷଦର ସଦସ୍ୟ କରିଥିଲା।
ଏଭଳି ପରିସ୍ଥିତିରେ ଦଳରେ କ୍ରମାଗତ ଭାବରେ ଦଳିତ ହୋଇ ରହିଥିବା ଶ୍ୟାମ ରାଜକ ପୁଣି ଥରେ ଦଳ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। କିଛି ଦିନ ପୂର୍ବରୁ ଶ୍ୟାମ ରାଜକ ଜେଡିୟୁ ଜାତୀୟ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ଭେଟିଥିଲେ। ଯଦିଓ ଏହି ବୈଠକ ଶ୍ୟାମ ରାଜକଙ୍କ ଦ୍ୱାରା ଗୁପ୍ତରେ ଅନୁଷ୍ଠିତ ହୋଇଥିଲା, କିନ୍ତୁ ବର୍ତ୍ତମାନ ଆଲୋଚନା ତୀବ୍ର ହୋଇଛି ଯେ ଶ୍ୟାମ ରାଜକ ଜେଡିୟୁକୁ ଫେରିବାକୁ ଯାଉଛନ୍ତି।
ତେବେ ଶ୍ୟାମ ରାଜକ ଆସନ୍ତା ମାସରେ ଜନତା ଦଲ ୟୁନାଇଟେଡରେ ଯୋଗ ଦେଇପାରନ୍ତି। ଦଳ ମଧ୍ୟ ତାଙ୍କୁ ବଡ଼ ଦାୟିତ୍ୱ ଦେଇପାରେ।
The post ଆର୍ଜେଡିକୁ ପାନେ ଦେବେ ନୀତୀଶ କୁମାର: କରୁଛନ୍ତି ଏମିତି ପ୍ଲାନ୍ appeared first on Dharitri Odia News.