ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ…

ଆନନ୍ଦପୁର,୧୮।୧(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜଲା ଆନନ୍ଦପୁର ଥାନା ବିରିଡିହା ଛକ ନିକଟରେ ପିକପଭ୍ୟାନ ଧକ୍କାରେ ମାମୁ ଭାଣିଜୀ ଗୁରୁତର ହୋଇଛନ୍ତି। ଶନିବାର ସକାଳୁ ବିରିଡିହା ରଣାସାହି ଗ୍ରାମର ରବୀନ୍ଦ୍ର ରଣା (୫୬)ତାଙ୍କ ଭାଣିଜୀକୁ ବାଇକରେ ଧରି ବିରିଡିହା ବଜାରକୁ ଯାଇଥିଲେ l ନଦାପଟୁ ଏକ ଗୋରୁ ବୁହା ପିକଅପ ଭ୍ୟାନ(ଓଡ଼ି୨୨ସିସି୧୯୪୬) ଗୋରୁ ଖାଲି କରି ଦ୍ରୁତ ବେଗରେ ଫେରୁଥିବାବେଳେ ବିରିଡିହା ଛକ ନିକଟରେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ମାମୁ-ଭାଣିଜୀ ବଜାର ନିକଟରେ […] The post ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ… appeared first on Dharitri Odia News.

ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ…

ଆନନ୍ଦପୁର,୧୮।୧(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜଲା ଆନନ୍ଦପୁର ଥାନା ବିରିଡିହା ଛକ ନିକଟରେ ପିକପଭ୍ୟାନ ଧକ୍କାରେ ମାମୁ ଭାଣିଜୀ ଗୁରୁତର ହୋଇଛନ୍ତି। ଶନିବାର ସକାଳୁ ବିରିଡିହା ରଣାସାହି ଗ୍ରାମର ରବୀନ୍ଦ୍ର ରଣା (୫୬)ତାଙ୍କ ଭାଣିଜୀକୁ ବାଇକରେ ଧରି ବିରିଡିହା ବଜାରକୁ ଯାଇଥିଲେ l ନଦାପଟୁ ଏକ ଗୋରୁ ବୁହା ପିକଅପ ଭ୍ୟାନ(ଓଡ଼ି୨୨ସିସି୧୯୪୬) ଗୋରୁ ଖାଲି କରି ଦ୍ରୁତ ବେଗରେ ଫେରୁଥିବାବେଳେ ବିରିଡିହା ଛକ ନିକଟରେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ମାମୁ-ଭାଣିଜୀ ବଜାର ନିକଟରେ ଥିବା ଏକ ଆଜବେଷ୍ଟ ଉପରକୁ ଛିଡ୍‌କି ପଡି ତଳକୁ ଖସି ପଡ଼ି ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମେଡିକାଲକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରି କଟକ ବଡ଼ ମେଡିକାଲକୁ ପଠାଯାଇଥିବା ଜଣାପଡିଛି l ସ୍ଥାନୀୟ ଲୋକେ ପିକଅପ ଭ୍ୟାନଟିକୁ ଅଟକାଇ ଆନନ୍ଦପୁର ପୋଲିସକୁ ଜିମା ଦେଇଛନ୍ତି l

The post ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ… appeared first on Dharitri Odia News.