ଭାଲୁ ହାବୁଡ଼ରେ ପଡ଼ିଗଲେ…
ଖଜୁରୀପଡ଼ା୧୦।୩(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅଧୀନ ସୁଡ୍ରୁ କୁମ୍ପା ପଞ୍ଚାୟତ ଟାଡମେରୁ ଗାଁରେ ଏକ ଅଘଟଣ ଘଟିଛି। ଭାଲୁ ଆକ୍ରମଣରେ ସ୍ବପ୍ନେଶ୍ୱର୍ ମଲ୍ଲିକ(୪୦) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ବାମ ଗୋଡ଼ ଏବଂ ହାତରେ ଗଭୀର ଆଘାତ ଲାଗିଥିବା ପରିବାର ଲୋକେ କହିଛନ୍ତି । ସପ୍ନେଶ୍ୱରଙ୍କ କହିବା ଅନୁଯାୟୀ, ସେ ଗୁରୁବାର ସକାଳେ ଜଙ୍ଗଲ ନିକଟସ୍ଥ ପଦରକୁ ଶୌଚ ହେବାକୁ ଯାଇଥିଲେ। ଠିକ୍ ସେହି ସମୟରେ ଛପି ରହିଥିବା ଏକ […] The post ଭାଲୁ ହାବୁଡ଼ରେ ପଡ଼ିଗଲେ… appeared first on Dharitri Odia News.
ଖଜୁରୀପଡ଼ା୧୦।୩(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅଧୀନ ସୁଡ୍ରୁ କୁମ୍ପା ପଞ୍ଚାୟତ ଟାଡମେରୁ ଗାଁରେ ଏକ ଅଘଟଣ ଘଟିଛି। ଭାଲୁ ଆକ୍ରମଣରେ ସ୍ବପ୍ନେଶ୍ୱର୍ ମଲ୍ଲିକ(୪୦) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ବାମ ଗୋଡ଼ ଏବଂ ହାତରେ ଗଭୀର ଆଘାତ ଲାଗିଥିବା ପରିବାର ଲୋକେ କହିଛନ୍ତି ।
ସପ୍ନେଶ୍ୱରଙ୍କ କହିବା ଅନୁଯାୟୀ, ସେ ଗୁରୁବାର ସକାଳେ ଜଙ୍ଗଲ ନିକଟସ୍ଥ ପଦରକୁ ଶୌଚ ହେବାକୁ ଯାଇଥିଲେ। ଠିକ୍ ସେହି ସମୟରେ ଛପି ରହିଥିବା ଏକ ଭାଲୁ ଦୌଡ଼ି ଆସି ଅତର୍କିତ ତାଙ୍କୁ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବା ପାଇଁ ଭାଲୁ ସହିତ ବହୁ ସମୟ ସଂଘର୍ଷ କରି ଅଚେତ ହୋଇଯାଇଥିଲି। କିଛି ଘଣ୍ଟା ବ୍ୟବଧାନ ପରେ ଚେତା ଫେରିଲା ବେଳକୁ ଭାଲୁଟି ବାମ ଗୋଡ଼ ଏବଂ ବାମ ହାତ ପାପୁଲିକୁ କାମୁଡି ଦେଇ ପଲାଇଥିବା ଦେଖିବାକୁ ପାଇଥିଲେ।
ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ୪ ଦିନ ରହି ଚିକିତ୍ସିତ ହୋଇ ସୋମବାର ଘରକୁ ଫେରିଛନ୍ତି। ଅନ୍ୟପକ୍ଷେ ସ୍ବପ୍ନେଶ୍ୱର୍ଙ୍କୁ ଭାଲୁ ଆକ୍ରମଣ କରି ୪ ଦିନ ବିତି ଯାଇଥିଲେ ସୁଦ୍ଧା ବନବିଭାଗ ପକ୍ଷରୁ କୌଣସି ସହାୟତା ଯୋଗାଇ ଦିଆଯାଇ ନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ବନବିଭାଗ ରେଞ୍ଜର ମାନସ ରଞ୍ଜନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
The post ଭାଲୁ ହାବୁଡ଼ରେ ପଡ଼ିଗଲେ… appeared first on Dharitri Odia News.