ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ଧ୍ୟାନ ରଖିଲେ ଜିତିଯିବେ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା କରିଥିଲେ। ଚାଣକ୍ୟ ରାଜନୀତି ସହ କୁଟନୀତିରେ ପାରଙ୍ଗମ ଥିଲେ। ସେ ଜୀବନରେ ନିଜର ଅଭିଜ୍ଞତା ଏବଂ ଅନୁଭବକୁ ନେଇ ନୀତିଶାସ୍ତ୍ର ରଚନା କରିଥିଲେ। ଏଥିରେ ବର୍ଣ୍ଣିତ ନୀତିଗୁଡ଼ିକ ମନୁଷ୍ୟ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ କିଭଳି ଖରାପ ସମୟ ଏବଂ ବିପଦର ସମ୍ମୁଖୀନ ହୋଇପାରି ବିଜେତା […] The post ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ଧ୍ୟାନ ରଖିଲେ ଜିତିଯିବେ… appeared first on Dharitri Odia News.

ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ଧ୍ୟାନ ରଖିଲେ ଜିତିଯିବେ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା କରିଥିଲେ। ଚାଣକ୍ୟ ରାଜନୀତି ସହ କୁଟନୀତିରେ ପାରଙ୍ଗମ ଥିଲେ। ସେ ଜୀବନରେ ନିଜର ଅଭିଜ୍ଞତା ଏବଂ ଅନୁଭବକୁ ନେଇ ନୀତିଶାସ୍ତ୍ର ରଚନା କରିଥିଲେ। ଏଥିରେ ବର୍ଣ୍ଣିତ ନୀତିଗୁଡ଼ିକ ମନୁଷ୍ୟ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ।

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ କିଭଳି ଖରାପ ସମୟ ଏବଂ ବିପଦର ସମ୍ମୁଖୀନ ହୋଇପାରି ବିଜେତା ହେବ ସେ ନେଇ ପ୍ରକାଶ କରିଛନ୍ତି। ଯେପରିକି:

ଧୌର୍ଯ୍ୟ ହାରନ୍ତୁ ନାହିଁ:
ଚାଣକ୍ୟ କୁହନ୍ତି, ବିପଦ କିମ୍ବା ଖରାପ ସମୟ ଆସିଲେ ବିଚଳିତ ହୁଅନ୍ତୁ ନାହିଁ। ନିଜର ଶୁଭଚିନ୍ତକ ଏବଂ ପରିବାରଲୋକଙ୍କ ସହ ରୁହନ୍ତୁ। ଧୌର୍ଯ୍ୟ ହାରନ୍ତୁ ନାହିଁ। ନିଜର ଉପସ୍ଥିତ ବୁଦ୍ଧି ଏବଂ ଶୁଭଚିନ୍ତକଙ୍କ ସହ ରହିଲେ କୌଣସି ସଙ୍କଟମୟ ପରିସ୍ଥିତିର ମୁକାବିଲା କରିହେବ। ଏହାଛଡ଼ା ଧୌର୍ଯ୍ୟର ସହ କାର୍ଯ୍ୟ କଲେ ଖରାପରୁ ଖରାପ ସମୟରୁ ମୁକୁଳିହେବ ବୋଲି ସେ କହିଛନ୍ତି।

ସକରାତ୍ମକ ଚିନ୍ତାକୁ ଆପଣାନ୍ତୁ:
ଚାଣକ୍ୟ କୁହନ୍ତି, ଖରାପ ସମୟରେ ନିଜର ଚିନ୍ତାଧାରାକୁ ସକରାତ୍ମକ ରଖନ୍ତୁ। ସେତେବେଳେ ଭାବନ୍ତୁ ନାହିଁ ଯେ ଜଣେ ଏକୁଟିଆ ବ୍ୟକ୍ତି ବିପଦ ବେଳେ କ’ଣ କରିପାରିବ। ଯଥାସମ୍ଭବ ସମସ୍ତ ଶକ୍ତି ଲଗାଇ ପରିସ୍ଥିତିର ସାମ୍ନା କରନ୍ତୁ। କାରଣ ନଡରି ସାହସ ବାନ୍ଧି ଲଢ଼ିଥିବା ବ୍ୟକ୍ତିର ହିଁ ଜିତାପଟ ହୋଇଥାଏ।

ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରନ୍ତୁ:
ଚାଣକ୍ୟ କୁହନ୍ତି, ବିପଦ ବେଳେ ତାର କାରଣ ଏବଂ ନିବାରଣ ବିଷୟରେ ଆତ୍ମସମୀକ୍ଷା କରନ୍ତୁ। ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରନ୍ତୁ। ରଣନୀତି ସ୍ଥିର କରିବା ପରେ ପ୍ରହାର କରନ୍ତୁ।

The post ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ଧ୍ୟାନ ରଖିଲେ ଜିତିଯିବେ… appeared first on Dharitri Odia News.