ଜୁନିୟର, ମହିଳା କ୍ରିକେଟରଙ୍କ ଲାଗି ବଡ଼ ଘୋଷଣା କଲେ ଜୟ ଶାହା

ନୂଆଦିଲ୍ଲୀ, ୨୬ା୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ଘରୋଇସ୍ତରରେ ସମସ୍ତ ମହିଳା ଓ ଜୁନିୟର କ୍ରିକେଟ ପ୍ରତିଯୋଗିତାର ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟଙ୍କ ଲାଗି ପୁରସ୍କାର ବ୍ୟବସ୍ଥା ଲାଗୁ କରିଛି। ବିସିସିଆଇ ସମ୍ପାଦକ ଜୟ ଶାହା ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟରେ ଏ ବିଷୟରେ ଟୁଇଟ୍‌ କରିଛନ୍ତି। ତଦନୁସାରେ ପୁରୁଷ କ୍ରିକେଟରେ ବିଜୟ ହଜାରେ ଓ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟ ଲାଗି ପୁରସ୍କାର ବ୍ୟବସ୍ଥା […] The post ଜୁନିୟର, ମହିଳା କ୍ରିକେଟରଙ୍କ ଲାଗି ବଡ଼ ଘୋଷଣା କଲେ ଜୟ ଶାହା appeared first on Dharitri Odia News.

ଜୁନିୟର, ମହିଳା କ୍ରିକେଟରଙ୍କ ଲାଗି ବଡ଼ ଘୋଷଣା କଲେ ଜୟ ଶାହା

ନୂଆଦିଲ୍ଲୀ, ୨୬ା୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ଘରୋଇସ୍ତରରେ ସମସ୍ତ ମହିଳା ଓ ଜୁନିୟର କ୍ରିକେଟ ପ୍ରତିଯୋଗିତାର ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟଙ୍କ ଲାଗି ପୁରସ୍କାର ବ୍ୟବସ୍ଥା ଲାଗୁ କରିଛି। ବିସିସିଆଇ ସମ୍ପାଦକ ଜୟ ଶାହା ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟରେ ଏ ବିଷୟରେ ଟୁଇଟ୍‌ କରିଛନ୍ତି।

ତଦନୁସାରେ ପୁରୁଷ କ୍ରିକେଟରେ ବିଜୟ ହଜାରେ ଓ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟ ଲାଗି ପୁରସ୍କାର ବ୍ୟବସ୍ଥା କରାଯାଇଛି। ସେହିପରି ଡୋମେଷ୍ଟିକ୍‌ କ୍ରିକେଟ ପ୍ରୋଗ୍ରାମ୍‌ ଅନ୍ତର୍ଗତ ମହିଳା ବିଭାଗର ସମସ୍ତ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟଙ୍କୁ ଆର୍ଥିକ ସୁରସ୍କାର ପ୍ରଦାନ କରାଯିବ।

ଏତଦ୍‌ବ୍ୟତୀତ ସିନିୟର ପୁରୁଷଙ୍କ ପାଇଁ ବିଜୟ ହଜାରେ ଓ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରାଯାଇଛି। ଘରୋଇ ସର୍କିଟରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ବୀକୃତି ଦେବା ଲକ୍ଷ୍ୟରେ ଏହି ପୁରସ୍କାର ଦିଆଯିବ।

The post ଜୁନିୟର, ମହିଳା କ୍ରିକେଟରଙ୍କ ଲାଗି ବଡ଼ ଘୋଷଣା କଲେ ଜୟ ଶାହା appeared first on Dharitri Odia News.