ଛେଳି ଗୋଟରେ ବଜ୍ରପାତ: ଆଉ ତା’ପରେ…
ପଡ଼ିଆବାହାଲ,୧୫।୬(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ନୂଆଁ ବରଙ୍ଗାମାଳ ପଞ୍ଚାୟତ ସାପଲହରା ନିକଟରେ ରବିବାର ସାରେ ବଜ୍ରପାତ ଘଟି ୧୦ ଛେଳିଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ସାପଲହରା ଗ୍ରାମର ଅନ୍ତରାମ ଭଏସାଲ ୩୦ ଛେଳି ଧରି ଚରାଇବାକୁ ଆସିଥିଲେ l ସେତିକିବେଳେ ବର୍ଷା ସହ ଘଡଘଡି ହେବାରୁ ସେ ଏକ ଗଛ ମୂଲକୁ ଆଶ୍ରୟ ନେବାକୁ ଯାଇଥିଲେ। ସେତିକିବେଳେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୧୦ ଛେଳିଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଛେଳିଗୁଡିକୁ ଘରକୁ […] The post ଛେଳି ଗୋଟରେ ବଜ୍ରପାତ: ଆଉ ତା’ପରେ… appeared first on Dharitri Odia News.
ପଡ଼ିଆବାହାଲ,୧୫।୬(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ନୂଆଁ ବରଙ୍ଗାମାଳ ପଞ୍ଚାୟତ ସାପଲହରା ନିକଟରେ ରବିବାର ସାରେ ବଜ୍ରପାତ ଘଟି ୧୦ ଛେଳିଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, ସାପଲହରା ଗ୍ରାମର ଅନ୍ତରାମ ଭଏସାଲ ୩୦ ଛେଳି ଧରି ଚରାଇବାକୁ ଆସିଥିଲେ l ସେତିକିବେଳେ ବର୍ଷା ସହ ଘଡଘଡି ହେବାରୁ ସେ ଏକ ଗଛ ମୂଲକୁ ଆଶ୍ରୟ ନେବାକୁ ଯାଇଥିଲେ।
ସେତିକିବେଳେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୧୦ ଛେଳିଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଛେଳିଗୁଡିକୁ ଘରକୁ ଫେରିଥିବା ଜଣାପଡିଛି। ଅନ୍ତରାମ ଘଟଣା ସଂକ୍ରାନ୍ତରେ ନୂଆଁ ବରଙ୍ଗାମାଳ ସରପଞ୍ଚ ଏବଂ ସ୍ଥାନୀୟ ରାଜସ୍ବ ଅଧିକାରୀଙ୍କୁ ଜଣାଇବା ସହ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଛେଳି ଚାଷ କରି ସେ ପରିବାର ପ୍ରତିପୋଷଣ କରୁଥିବା କହିଛନ୍ତି।
The post ଛେଳି ଗୋଟରେ ବଜ୍ରପାତ: ଆଉ ତା’ପରେ… appeared first on Dharitri Odia News.