IND vs NZ Final: ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଆଜି
ଦୁବାଇ, ୯ା୩(ପି.ଟି.)ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମୁକାବିଲା ରବିବାର ହେବ। ଏଥିରେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଉଛି। ଟୁର୍ନାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ଅପରାଜିତ ରହିଥିବା ବେଳେ ନ୍ୟୁଜିଲାଣ୍ଡ କେବଳ ଭାରତଠାରୁ ପରାଜିତ ହୋଇଛି। ଚଳିତ ଟୁର୍ନାମେଣ୍ଟର ଲିଗ ପର୍ଯ୍ୟାୟର ଅନ୍ତିମ ମ୍ୟାଚରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ। ବରୁଣ ଚକ୍ରବର୍ତ୍ତୀଙ୍କ ୫ ଉଇକେଟ ସଫଳତା ବଳରେ […] The post IND vs NZ Final: ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଆଜି appeared first on Dharitri Odia News.
ଦୁବାଇ, ୯ା୩(ପି.ଟି.)ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମୁକାବିଲା ରବିବାର ହେବ। ଏଥିରେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଉଛି। ଟୁର୍ନାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ଅପରାଜିତ ରହିଥିବା ବେଳେ ନ୍ୟୁଜିଲାଣ୍ଡ କେବଳ ଭାରତଠାରୁ ପରାଜିତ ହୋଇଛି।
ଚଳିତ ଟୁର୍ନାମେଣ୍ଟର ଲିଗ ପର୍ଯ୍ୟାୟର ଅନ୍ତିମ ମ୍ୟାଚରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ। ବରୁଣ ଚକ୍ରବର୍ତ୍ତୀଙ୍କ ୫ ଉଇକେଟ ସଫଳତା ବଳରେ ଏହି ମ୍ୟାଚକୁ ଭାରତ ୪୪ ରନରେ ଜିତି ନେଇଥିଲା। ଏହି ମ୍ୟାଚ ଭଳି ଫାଇନାଲରେ ମଧ୍ୟ ସ୍ପିନରଙ୍କ ଯାଦୁ ଦେଖିବାକୁ ମିଳିବ। ଦୁବାଇର ପିଚ ପାରମ୍ପରିକ ଭାବେ ସ୍ପିନରଙ୍କୁ ସୁହାଏ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ୪ ସ୍ପିନରଙ୍କ ସହିତ ମ୍ୟାଚକୁ ଓହ୍ଲାଇବା ପ୍ରାୟତଃ ନିଶ୍ଚିତ। ଏଥିଯୋଗୁ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ଓ ଦୁଇ ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜାଙ୍କ ଉପରେ ଅଧିକ ଭାର ରହିବ। ଭେଟେରାନ ପେସର ମହମ୍ମଦ ଶାମିଙ୍କ ସହିତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପେସ ବିଭାଗ ସମ୍ଭାଳିବେ। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଲାଗି ବ୍ୟବହୃତ ପିଚରେ ଯଦି ଫାଇନାଲ ଖେଳାଯାଏ, ତେବେ ୪ ଭାରତୀୟ ସ୍ପିନରଙ୍କ ଖୁବ୍ ପ୍ରଭାବ ଫାଇନାଲରେ ଦେଖିବାକୁ ମିଳିବ। ୪ ସ୍ପିନରଙ୍କୁ କାଉଣ୍ଟର କରିବା ଲାଗି ନ୍ୟୁଜିଲାଣ୍ଡ ପାଖରେ କେନ ଓ୍ବିଲିୟମସନ ଓ ରାଚିନ ରବୀନ୍ଦ୍ରଙ୍କ ଭଳି ଦକ୍ଷ ବ୍ୟାଟର ରହିଛନ୍ତି। ନ୍ୟୁଜିଲାଣ୍ଡ ଦଳର ବ୍ୟାଟିଂ ଲାଇନ୍ଅପ୍ରେ ଏହି ଦୁଇ ବ୍ୟାଟର ସ୍ପିନ ବୋଲରଙ୍କ ମୁକାବିଲା କରିବାରେ ସବୁଠୁ ସକ୍ଷମ। ତେବେ ନ୍ୟୁଜିଲାଣ୍ଡ ପାଖରେ ଅଧିନାୟକ ମିଚେଲ ସାଣ୍ଟନର, ମାଇକେଲ ବ୍ରେସଓ୍ବେଲ, ରବୀନ୍ଦ୍ର ଓ ଗ୍ଲେନ୍ ଫିଲିପ୍ସଙ୍କ ଭଳି ସ୍ପିନର ରହିଛନ୍ତି। ନ୍ୟୁଜିଲାଣ୍ଡ ସ୍ପିନରମାନେ ଗତ ବର୍ଷ ଭାରତୀୟ ବ୍ୟାଟିଂ ଲାଇନ୍ଅପକୁ ଧ୍ୱଂସ କରି ଭାରତରେ ଟେଷ୍ଟ ସିରିଜ ଜିତିଥିଲେ।
The post IND vs NZ Final: ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଆଜି appeared first on Dharitri Odia News.