ପାଣି ଟ୍ୟାଙ୍କରରେ ପିଟିହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଦେଉଲକଣା ଗ୍ରାମଠାରେ ଏକ ପାଣି ଟ୍ୟାଙ୍କର ସହ ବାଇକ୍‌ ଧକ୍କା ହେବା ଫଳରେ ଜଣେ ଯୁବକ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ସିନ୍ଧିଗୁଡ଼ା ଗ୍ରାମର ବୈଶିଷ୍ଟ ମାଝି(୨୦) ଏବଂ ବିଶ୍ୱମ୍ବର ଭତ୍ରା(୧୯) ଏକ ବାଇକ୍‌ ଯୋଗେ ଅମୂସ ପରବ ପାଳନ କରିବା ପାଇଁ କୁହୁରାକୋଟ ଗ୍ରାମରେ ରହୁଥିବା ମାମୁଘରକୁ ଯାଉଥିଲେ। ତେବେ ଦେଉଳକଣା ଗ୍ରାମ ହାଟପଦା ନିକଟରେ ରହିଥିବା ପାଣି ଟ୍ୟାଙ୍କର ସହ ଧକ୍କା […] The post ପାଣି ଟ୍ୟାଙ୍କରରେ ପିଟିହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.

ପାଣି ଟ୍ୟାଙ୍କରରେ ପିଟିହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଦେଉଲକଣା ଗ୍ରାମଠାରେ ଏକ ପାଣି ଟ୍ୟାଙ୍କର ସହ ବାଇକ୍‌ ଧକ୍କା ହେବା ଫଳରେ ଜଣେ ଯୁବକ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ସିନ୍ଧିଗୁଡ଼ା ଗ୍ରାମର ବୈଶିଷ୍ଟ ମାଝି(୨୦) ଏବଂ ବିଶ୍ୱମ୍ବର ଭତ୍ରା(୧୯) ଏକ ବାଇକ୍‌ ଯୋଗେ ଅମୂସ ପରବ ପାଳନ କରିବା ପାଇଁ କୁହୁରାକୋଟ ଗ୍ରାମରେ ରହୁଥିବା ମାମୁଘରକୁ ଯାଉଥିଲେ। ତେବେ ଦେଉଳକଣା ଗ୍ରାମ ହାଟପଦା ନିକଟରେ ରହିଥିବା ପାଣି ଟ୍ୟାଙ୍କର ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବୈଶିଷ୍ଟ ମାଝିଙ୍କ ମୃତ୍ୟୁ ହାଇ ଥିବା ବେଳେ ବିଶମ୍ବର ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ ଦେଉଳକଣା ଗ୍ରାମର କିଛି ଲୋକ ପରିବାର ଲୋକଙ୍କୁ ଖବର ଦେବା ସହ ଏକ ବେସରକାରୀ ଗାଡ଼ିରେ ଉଭୟଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବିଶମ୍ବର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ସୂଚନା ମିଳିଛି।

The post ପାଣି ଟ୍ୟାଙ୍କରରେ ପିଟିହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.