ସତ ହେଲା କୋହଲିଙ୍କ କଥା: ବିଜୟର କିଛି ସେକେଣ୍ଡ ପୂର୍ବରୁ ରୋହିତଙ୍କୁ କହିଥିଲେ ଏମିତି କଥା

ଦୁବାଇ,୫।୩:ଟିମ ଇଣ୍ଡିଆ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଏହା ଅଷ୍ଟ୍ରେଲିଆକୁ ୪ ଉଇକେଟରେ ପରାସ୍ତ କରିଥିଲା। ଭାରତର ବିଜୟ ପରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହା ଟିମ ଇଣ୍ଡିଆର ଡ୍ରେସିଂ ରୁମ୍‌ ଆସିଛି। ଏଥିରେ ବିରାଟ କୋହଲି ପରବର୍ତ୍ତୀ ବଲ ବିଷୟରେ ରୋହିତ ଶର୍ମାଙ୍କୁ କିଛି କହିଥିଲେ। କୋହଲି ରୋହିତଙ୍କୁ ଯାହା କହିଥିଲେ, ଠିକ ତାହା ହିଁ ଘଟିଥିଲା। ଏହି ମ୍ୟାଚ୍‌ରେ ବିରାଟ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ ୮୪ […] The post ସତ ହେଲା କୋହଲିଙ୍କ କଥା: ବିଜୟର କିଛି ସେକେଣ୍ଡ ପୂର୍ବରୁ ରୋହିତଙ୍କୁ କହିଥିଲେ ଏମିତି କଥା appeared first on Dharitri Odia News.

ସତ ହେଲା କୋହଲିଙ୍କ କଥା: ବିଜୟର କିଛି ସେକେଣ୍ଡ ପୂର୍ବରୁ ରୋହିତଙ୍କୁ କହିଥିଲେ ଏମିତି କଥା

ଦୁବାଇ,୫।୩:ଟିମ ଇଣ୍ଡିଆ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଏହା ଅଷ୍ଟ୍ରେଲିଆକୁ ୪ ଉଇକେଟରେ ପରାସ୍ତ କରିଥିଲା। ଭାରତର ବିଜୟ ପରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହା ଟିମ ଇଣ୍ଡିଆର ଡ୍ରେସିଂ ରୁମ୍‌ ଆସିଛି। ଏଥିରେ ବିରାଟ କୋହଲି ପରବର୍ତ୍ତୀ ବଲ ବିଷୟରେ ରୋହିତ ଶର୍ମାଙ୍କୁ କିଛି କହିଥିଲେ। କୋହଲି ରୋହିତଙ୍କୁ ଯାହା କହିଥିଲେ, ଠିକ ତାହା ହିଁ ଘଟିଥିଲା। ଏହି ମ୍ୟାଚ୍‌ରେ ବିରାଟ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ ୮୪ ରନ କରିଥିଲେ।

ଏକ୍ସରେ ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ କୋହଲି ରୋହିତଙ୍କୁ ଆକ୍ସନ ଦେଖାଇ କହିଥିଲେ, ଛକା ହେବ। କୋହଲି ଏହା କହିବା ମାତ୍ରେ କେଏଲ ରାହୁଲ ପଡ଼ିଆରେ ଛକା ମାରିଲେ ଏବଂ ଟିମ ଇଣ୍ଡିଆ ଜିତିଗଲା। ଭାରତୀୟ ଇନିଂସର ୪୮ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ହୋଇଥିଲେ। ଏହା ପରେ ରବିନ୍ଦ୍ର ଜାଡେଜା ବ୍ୟାଟିଂ କରିବାକୁ ଆସିଥିଲେ। ୪୯ତମ ଓଭରର ପ୍ରଥମ ବଲ୍‌ରେ ରାହୁଲ ଷ୍ଟ୍ରାଇକରେ ଥିଲେ। ରାହୁଲ ମ୍ୟାକ୍ସୱେଲଙ୍କ ବଲରେ ଛକା ମାରିଥିଲେ।
ବିରାଟ କୋହଲିଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା। ସେ ୯୮ଟି ବଲ ସାମ୍ନା କରି ୮୪ ରନ କରିଥିଲେ। ବିରାଟଙ୍କ ଏହି ଇନିଂସରେ ୫ଟି ଚୌକା ସାମିଲ ଥିଲା। ତାଙ୍କର ଶ୍ରେୟସ ଆୟରଙ୍କ ସହ ଏକ ଦୃଢ଼ ଭାଗୀଦାରି ଥିଲା। ଆୟର ୬୨ଟି ବଲ ସାମ୍ନା କରି ୪୫ ରନ କରିଥିଲେ। ଆୟରଙ୍କ ଇନିଂସରେ ୩ଟି ଚୌକା ସାମିଲ ଥିଲା।

ଭାରତ ଟୁର୍ନାମେଣ୍ଟରେ ତା’ର ସମସ୍ତ ମ୍ୟାଚ ଜିତିଥିଲା। ସେ ପୂର୍ବରୁ ବାଂଲାଦେଶ ଏବଂ ପାକିସ୍ତାନକୁ ପରାସ୍ତ କରିଥିଲେ। ଏହା ପରେ ନ୍ୟୁଜିଲାଣ୍ଡ ପରାସ୍ତ ହୋଇଥିଲା। ତିନୋଟି ଗ୍ରୁପ ମ୍ୟାଚ ଜିତିବା ପରେ, ଟିମ ଇଣ୍ଡିଆ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।

The post ସତ ହେଲା କୋହଲିଙ୍କ କଥା: ବିଜୟର କିଛି ସେକେଣ୍ଡ ପୂର୍ବରୁ ରୋହିତଙ୍କୁ କହିଥିଲେ ଏମିତି କଥା appeared first on Dharitri Odia News.