ଏହି ଯୁବତୀଙ୍କ ଡିମାଣ୍ଡ ଶୁଣି ତରଳିଗଲେ ଗୌତମ ଗମ୍ଭୀର, ହସିକରି କହିଲେ ଏମିତି…
ନୂଆଦିଲ୍ଲୀ,୧୫।୫: ଆଇପିଏଲ୍ ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସ ଟିମ୍ ଜବରଦସ୍ତ ପ୍ରଦର୍ଶନ କରୁଛି। ଦଳ ୧୩ରୁ ୯ ମ୍ୟାଚ୍ରେ ବିଜେତା ହୋଇଛି। ଫଳରେ କେକେଆର୍ ପ୍ରଥମ ଦଳ ଭାବେ ପ୍ଲେଅଫ୍ ଲାଗି ଯୋଗ୍ୟତା ହାସଲ କରିନେଇଛି। ଏମିତିରେ ଦଳର ପ୍ରଦର୍ଶନର ଶ୍ରେୟ କୋଚ୍ ଗୌତମ ଗମ୍ଭୀରକୁ ଦିଆଯାଉଛି। ସେ ଜଣେ ଭଲ କୋଚ୍ ହୋଇଥିଲେ ହେଁ କେବେ ତାଙ୍କ ମୁହଁରେ ହସ ଦେଖାଯାଇ ନ ଥାଏ। ହେଲେ ଏବେ ତାହା ବଦଳିଛି। କୋଲକାତା ମେଣ୍ଟର ଗମ୍ଭୀର ସୋସିଆଲ […] The post ଏହି ଯୁବତୀଙ୍କ ଡିମାଣ୍ଡ ଶୁଣି ତରଳିଗଲେ ଗୌତମ ଗମ୍ଭୀର, ହସିକରି କହିଲେ ଏମିତି… appeared first on Dharitri Odia News.
ନୂଆଦିଲ୍ଲୀ,୧୫।୫: ଆଇପିଏଲ୍ ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସ ଟିମ୍ ଜବରଦସ୍ତ ପ୍ରଦର୍ଶନ କରୁଛି। ଦଳ ୧୩ରୁ ୯ ମ୍ୟାଚ୍ରେ ବିଜେତା ହୋଇଛି। ଫଳରେ କେକେଆର୍ ପ୍ରଥମ ଦଳ ଭାବେ ପ୍ଲେଅଫ୍ ଲାଗି ଯୋଗ୍ୟତା ହାସଲ କରିନେଇଛି। ଏମିତିରେ ଦଳର ପ୍ରଦର୍ଶନର ଶ୍ରେୟ କୋଚ୍ ଗୌତମ ଗମ୍ଭୀରକୁ ଦିଆଯାଉଛି। ସେ ଜଣେ ଭଲ କୋଚ୍ ହୋଇଥିଲେ ହେଁ କେବେ ତାଙ୍କ ମୁହଁରେ ହସ ଦେଖାଯାଇ ନ ଥାଏ। ହେଲେ ଏବେ ତାହା ବଦଳିଛି।
କୋଲକାତା ମେଣ୍ଟର ଗମ୍ଭୀର ସୋସିଆଲ ମିଡିଆରେ ଜଣେ ମହିଳା ପ୍ରଶଂସକଙ୍କ ଭାଇରାଲ ପୋଷ୍ଟରେ ହସି ପ୍ରତିକ୍ରିୟା ଦେଇଛନ୍ତି। କାରଣ ଯୁବତୀଜଣଙ୍କ କହିଥିଲେ ଯେ ଗମ୍ଭୀର ହସିବା ପରେ ସେ ନିଜର କ୍ରଶଙ୍କୁ ପ୍ରପୋଜ୍ କରିବେ। ଏଭଳି ଦାବି ଶୁଣି ଗମ୍ଭୀର ତରଳି ଯାଇଥିବା କୁହାଯାଉଛି।
ଇନଷ୍ଟାଗ୍ରାମରେ ଗମ୍ଭୀର ଶେୟାର କରିଥିବା ଫଟୋରେ ଯୁବତୀଜଣଙ୍କ ଏକ ପ୍ଲାକାର୍ଡ ଧରିଛନ୍ତି। ଏହାର ଜବାବରେ ଗମ୍ଭୀର ନିଜର ହସୁଥିବା ଫଟୋ ଦେଇ କ୍ୟାପଶନରେ ଲେଖିଛନ୍ତି ‘ଏବେ ତୁମେ କହିପାର’।
The post ଏହି ଯୁବତୀଙ୍କ ଡିମାଣ୍ଡ ଶୁଣି ତରଳିଗଲେ ଗୌତମ ଗମ୍ଭୀର, ହସିକରି କହିଲେ ଏମିତି… appeared first on Dharitri Odia News.