ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି
ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍ପିଙ୍କ ଅଫିସ୍ରେ ସ୍ଥିତି ସମୀକ୍ଷା କରିଛନ୍ତି। ଭଦ୍ରକ ଓ ବାଲେଶ୍ୱର ଜିଲାରେ ରାମନବମୀ ପାଳନରେ ଶାନ୍ତିଶୃଙ୍ଖଳା ନେଇ ସ୍ଥିତି ସମୀକ୍ଷା କରିଥିଲେ। ସମୀକ୍ଷା ପରେ ପୂର୍ବାଞ୍ଚଳ ଡିଆଇଜି ଡ. ସତ୍ୟଜିତ୍ ନାୟକ ଆୟୋଜିତ ଖବରଦାତା ସମ୍ମିଳନୀରେ ଶାନ୍ତିଶୃଙ୍ଖଳା ପ୍ରସ୍ତୁତି ନେଇ ସୂଚନା ଦେଇଥିଲେ। ଶ୍ରୀରାମ ନବମୀ ଉପଲକ୍ଷେ ଭଦ୍ରକ ସହରରେ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ […] The post ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି appeared first on Dharitri Odia News.
ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍ପିଙ୍କ ଅଫିସ୍ରେ ସ୍ଥିତି ସମୀକ୍ଷା କରିଛନ୍ତି। ଭଦ୍ରକ ଓ ବାଲେଶ୍ୱର ଜିଲାରେ ରାମନବମୀ ପାଳନରେ ଶାନ୍ତିଶୃଙ୍ଖଳା ନେଇ ସ୍ଥିତି ସମୀକ୍ଷା କରିଥିଲେ। ସମୀକ୍ଷା ପରେ ପୂର୍ବାଞ୍ଚଳ ଡିଆଇଜି ଡ. ସତ୍ୟଜିତ୍ ନାୟକ ଆୟୋଜିତ ଖବରଦାତା ସମ୍ମିଳନୀରେ ଶାନ୍ତିଶୃଙ୍ଖଳା ପ୍ରସ୍ତୁତି ନେଇ ସୂଚନା ଦେଇଥିଲେ। ଶ୍ରୀରାମ ନବମୀ ଉପଲକ୍ଷେ ଭଦ୍ରକ ସହରରେ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ବିଏସ୍ଏଫ୍, ସିଆର୍ପିଏଫ୍, ରାପିଡ୍ ଆକ୍ସନ ଫୋର୍ସ ସମେତ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯିବ। ସହରର ବିଭିନ୍ନ ରାସ୍ତା ଓ ସାହିବସ୍ତିରେ ଫୋର୍ସ ମୁତୟନ କରାଯିବା ସହ ସିସିଟିଭି ଓ ଡ୍ରୋନ୍ କ୍ୟାମେରାର ସହାୟତା ନିଆଯିବ। ୱାରେଣ୍ଟିମାନଙ୍କୁ ଗିରଫ କରାଯିବା ପାଇଁ ପୋଲିସ ପକ୍ଷରୁ ଧରପଗଡ଼ କରାଯିବ। ମୋବାଇଲ ପାଟ୍ରୋଲିଂ କରାଯିବା ସହ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ଡିଆଇଜି ନାୟକ ସୂଚନା ଦେବା ସହ ମଙ୍ଗଳବାର ସୋସିଆଲ ମିଡିଆ ଅପବ୍ୟବହାର ନେଇ ଏକ ମାମଲା ହୋଇଥିବା କହିଛନ୍ତି। ଖବରଦାତା ସମ୍ମିଳନୀରେ ଭଦ୍ରକ ଏସ୍ପି ମଡ଼କର ସନ୍ଦୀପ ସମ୍ପଦ, ବାଲେଶ୍ୱର ଏସ୍ପି ରାଜକୁମାର ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ ବାଲେଶ୍ୱର ଓ ଭଦ୍ରକ ଜିଲାର ଉଚ୍ଚପଦସ୍ଥ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।
The post ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି appeared first on Dharitri Odia News.