ପ୍ରବଳ ବର୍ଷା: ମଙ୍ଗଳବାର ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୯।୯: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ମାଲକାନଗିରିରେ ସ୍କୁଲ ଏବଂ ଅଙ୍କନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା। ପ୍ରବଳ ବର୍ଷା ଯୋଗୁ ଜିଲାପାଳ ସୋମବାର ଛୁଟି ଘୋଷଣା କରିଛନ୍ତି। ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ସ୍ଥାନୀୟ ଜନସାଧାରଣ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି […] The post ପ୍ରବଳ ବର୍ଷା: ମଙ୍ଗଳବାର ସ୍କୁଲ ଛୁଟି ଘୋଷଣା appeared first on Dharitri Odia News.

ପ୍ରବଳ ବର୍ଷା: ମଙ୍ଗଳବାର ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୯।୯: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ମାଲକାନଗିରିରେ ସ୍କୁଲ ଏବଂ ଅଙ୍କନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା। ପ୍ରବଳ ବର୍ଷା ଯୋଗୁ ଜିଲାପାଳ ସୋମବାର ଛୁଟି ଘୋଷଣା କରିଛନ୍ତି। ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ସ୍ଥାନୀୟ ଜନସାଧାରଣ ମଧ୍ୟ ପ୍ରଭାବିତ ହୋଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି।

କୋରାପୁଟ ଓ ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁ ଲୋକେ ପାଣି ଘେରରେ ଅଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏସଆରସିଙ୍କ ସମେତ ଦୁଇ ଜିଲାର ଜିଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ରାଜସ୍ବ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ।

ବର୍ଷାଜନିତ ସମସ୍ୟା ପାଇଁ ଏନଡିଆରଏଫ୍‌ ଟିମ୍‌ ୪ ଜିଲା ଗସ୍ତ କରିଛନ୍ତି। ସେହି ଜିଲାଗୁଡିକ ହେଉଛି ଗଞ୍ଜାମ, ପୁରୀ, କଟକ, ନୟାଗଡ଼। ଏହି ଚାରି ଜିଲାକୁ ଗୋଟିଏ ଲେଖାଏ ଏନଡିଆରଏଫ୍‌ ଟିମ ଯାଇଛନ୍ତି। ପୂର୍ବରୁ ବନ୍ୟା ପ୍ରଭାବିତ ମାଲକାନଗିରି ଯାଇଥିଲେ ଏନଡିଆରଏଫ୍‌ ଟିମ ।

The post ପ୍ରବଳ ବର୍ଷା: ମଙ୍ଗଳବାର ସ୍କୁଲ ଛୁଟି ଘୋଷଣା appeared first on Dharitri Odia News.