ଶ୍ରୀମନ୍ଦିରରେ ଜଳକ୍ରୀଡ଼ା ନୀତି

ପୁରୀ: ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହୋଇଛି। ଠାକୁରଙ୍କ ଯାତ ଭୋଗ ସରିବା ପରେ ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇଥିଲେ। ଏହାପରେ ଦେବଦେବୀଙ୍କୁ ବଟମୂଳେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା। ପାଲିଙ୍କିକୁ ବିମାନବଡ଼ୁ ସେବକମାନେ ବିମଳା ମନ୍ଦିର ସମ୍ମୁଖରେ ଥିବା ଜଳକ୍ରୀଡ଼ା ମଣ୍ଡପକୁ ନେଇଥିଲେ। ମହାଜନ ସେବକମାନେ ମଦନମୋହନ ଓ ଶ୍ରୀଦେବୀଙ୍କୁ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରାଇଥିଲେ। ପୂର୍ବରୁ ଜଳକୁ ପବିତ୍ର କରାଯାଇ କୁଣ୍ଡରେ ପୂର୍ଣ୍ଣ କରାଯାଇଥିଲା। ଠାକୁର ଠାକୁରାଣୀ ସେହି ଜଳ […]

ଶ୍ରୀମନ୍ଦିରରେ ଜଳକ୍ରୀଡ଼ା ନୀତି
IAS VV yadav became the chief administrator of SJTA

ପୁରୀ: ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହୋଇଛି। ଠାକୁରଙ୍କ ଯାତ ଭୋଗ ସରିବା ପରେ ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇଥିଲେ। ଏହାପରେ ଦେବଦେବୀଙ୍କୁ ବଟମୂଳେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା। ପାଲିଙ୍କିକୁ ବିମାନବଡ଼ୁ ସେବକମାନେ ବିମଳା ମନ୍ଦିର ସମ୍ମୁଖରେ ଥିବା ଜଳକ୍ରୀଡ଼ା ମଣ୍ଡପକୁ ନେଇଥିଲେ। ମହାଜନ ସେବକମାନେ ମଦନମୋହନ ଓ ଶ୍ରୀଦେବୀଙ୍କୁ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରାଇଥିଲେ। ପୂର୍ବରୁ ଜଳକୁ ପବିତ୍ର କରାଯାଇ କୁଣ୍ଡରେ ପୂର୍ଣ୍ଣ କରାଯାଇଥିଲା। ଠାକୁର ଠାକୁରାଣୀ ସେହି ଜଳ କୁଣ୍ଡରେ ସ୍ନାନ କରିଥିଲେ। ଜଳକୁଣ୍ଡରେ ଥିବା ଅବସ୍ଥାରେ ତାଙ୍କ ନିକଟରେ ପଞ୍ଚୋପଚାର ବିଧିରେ ଶୀତଳଭୋଗ ମଣୋହି ଏବଂ ବନ୍ଦାପନା କରାଯାଇଥିଲା। ଏହାପରେ ଠାକୁର ଠାକୁରାଣୀଙ୍କୁ ଜଳକୁଣ୍ଡରୁ ବାହାର କରାଯିବା ପରେ ବେଶ କରାଯାଇଥିଲା। ଏହି ସମସ୍ତ ନୀତି ସାରି ମଦନମୋହନ ଓ ଶ୍ରୀଦେବୀ ପାଲିଙ୍କିରେ ବିଜେ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ। ଶ୍ରୀଦେବୀ ରତ୍ନସିଂହାସନକୁ ଏବଂ ମଦନମୋହନ ଦକ୍ଷିଣୀଘରକୁ ବିଜେ କରିଥିଲେ। ମହାପ୍ରଭୁଙ୍କ ଭିତର ଚନ୍ଦନ ଲାଗିକାଳୀନ ଏହା ହେଉଛି ଚତୁର୍ଥ ଜଳକ୍ରୀଡ଼ା।