ଅବ୍ୟବସ୍ଥାରେ ଲୋକାର୍ପଣ ହେଲା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ
ଥୁଆମୂଳ ରାମପୁର,୨।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜଲା ଥୁଆମୁଳ ରାମପୁର ବ୍ଳକ ଅଧିନସ୍ଥ ଗୁଣୁପୁର ପଞ୍ଚାୟତ ସ୍ଥିତ ସାଇସୁରୁଣୀ ଗ୍ରାମରେ ହୋଇଥିବା ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆଭାସୀ ମାଧ୍ୟମରେ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ପ୍ରକାଶ ସତ୍ୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଏମ୍ପି ମାଳବିକା ସିଂ ଦେଓ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ଜିଲାପାଳ […] The post ଅବ୍ୟବସ୍ଥାରେ ଲୋକାର୍ପଣ ହେଲା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ appeared first on Dharitri Odia News.
ଥୁଆମୂଳ ରାମପୁର,୨।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜଲା ଥୁଆମୁଳ ରାମପୁର ବ୍ଳକ ଅଧିନସ୍ଥ ଗୁଣୁପୁର ପଞ୍ଚାୟତ ସ୍ଥିତ ସାଇସୁରୁଣୀ ଗ୍ରାମରେ ହୋଇଥିବା ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆଭାସୀ ମାଧ୍ୟମରେ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ପ୍ରକାଶ ସତ୍ୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଏମ୍ପି ମାଳବିକା ସିଂ ଦେଓ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ଜିଲାପାଳ ପାଓ୍ବାର ସଚିନ ପ୍ରକାଶ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ସାଂସଦ ଅର୍କକେଶୋରି ଦେଓ, ଜିଲା ପରିଷଦ ସଭ୍ୟା ଟୁନି ଖୋସ୍ଳା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ବ୍ଲକ ଅଧକ୍ଷ ଦୟାନିଧି ମାଝୀ ପ୍ରମୁଖ ଯୋଗଦାନ କରିଥିଲେ।
ଏହି ଲୋକାର୍ପଣ ଉତ୍ସବ ମଞ୍ଚକୁ ଶିକ୍ଷକ ଅଜିତ କୁମାର ନାୟକ ପରିଚାଳନା କରିଥିଲେ ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ତହସିଲଦାର ନିରୋଜ କୁମାର ଭତ୍ରା, କଲମପୁର ଓ ଥୁଆମୁଳ ରାମପୁର ଦାୟତ୍ବରେ ଥିବା ବିଡିଓ ବିଜୟ ମହଙ୍ଗୀ, ଏଇ ଦିଲ୍ଲୀପ କୁମାର ପଟେଲ, ଏଇଇ ସାଲୁକ ହେମ୍ବ୍ରମ, ବ୍ଲକ ମଙ୍ଗଳା ଅଧିକାରୀ ବିଶ୍ୱଜିତ୍ ସ୍ବାଇଁ ସମେତ ଭାଜପା ଜିଲା ବରିଷ୍ଠ କର୍ମକର୍ତ୍ତା, ବିଜେପି ବ୍ଲକ କର୍ମକର୍ତ୍ତା ସହିତ ଜିଲ୍ଲା ପ୍ରଶାସ ଅଧିକାରୀ, ବ୍ଳକ ପ୍ରଶାସନ ଅଧିକାରୀ ସମସ୍ତ ପ୍ରଧାନ ଶିକ୍ଷକ ଉପସ୍ଥିତ ରହିଥିଲେ। ଏହି ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ତେବେ ଏହି ଲୋକାର୍ପଣ ଉତ୍ସବରେ ଚେୟାର ସବୁ ଖାଲି ପଡିରହିଥିବା ବେଳେ ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ ଖାଦ୍ୟପେୟ ମିଳି ନ ଥିଲା। ଯାହାଫଲରେ ଅଧିକାଂଶ ଅତିଥିମାନେ ଭୋକ ଉପାସରେ ନିଜ ନିଜ ଘରକୁ ବାହୁଡି ଯାଇଥିବା ଦେଖିବାକୁ ମିଳିଥିଲା । ଏମିତି କି ଭାଜପାର ବରିଷ୍ଟ ନେତା, ବ୍ଲକ ପ୍ରଶାସନର କର୍ମଚାରୀ ସମେତ ସାମ୍ବାଦିକଙ୍କ ପାଇଁ ମଧ୍ୟ କୌଣସି ଖାଦ୍ୟର ବ୍ୟବସ୍ଥା ହୋଇ ନ ଥିଲା l
ଏନେଇ ଜିଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କୁ ପଚାରି ବୁଝିବାରୁ ସେ ମାତ୍ର ୫୦୦ଜଣଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା ହୋଇଥିଲା। ଅଧିକ ଲୋକ ଆସିବାରୁ ଖାଦ୍ୟ ଅଣ୍ଟିଲା ନାହିଁ ବୋଲି ପ୍ରକାଶ କରିଥିଲେ। ତେବେ ଏଠି ପ୍ରଶ୍ନ ଉଠିଛି ଜିଲାପାଳ, ଏମ୍ପି, ବିଧାୟକଙ୍କ ଉପସ୍ଥିତି ସଭାରେ କେମିତି ଲୋକେ ଭୋକିଲା ପେଟରେ ଗଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମ କରିବାକୁ ଟଙ୍କାର ଅଭାବ ଥିଲା କି ନା ଆୟୋଜନ କରିଥିବା ଅଧିକାରୀଙ୍କ ଭୁଲ ପାଇଁ ଏମିତି ହେଲା ବୋଲି ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l
The post ଅବ୍ୟବସ୍ଥାରେ ଲୋକାର୍ପଣ ହେଲା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ appeared first on Dharitri Odia News.