୨୦ ଲକ୍ଷ ଟଙ୍କା ହଡ଼ପ କରି ବିଇଓ ଗିରଫ
ଦାରିଙ୍ଗବାଡ଼ି/ଫୁଲବାଣୀ ,୨୧ା୩(ଅରୁଣ ସାହୁ/ରାକେଶ ରାଉତ): ନ୍ୟାଶନାଲ ପେନ୍ସନ୍ ସିଷ୍ଟମ(ଏନ୍ପିଏସ୍)ର ୨୦ ଲକ୍ଷ ଟଙ୍କା ହଡ଼ପ କରି ଭିଜଲାନ୍ସ ପଞ୍ଝାରେ ପଡ଼ି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର ଗିରଫ ହୋଇଛନ୍ତି। ବୁଧବାର ତାଙ୍କୁ ଦାରିଙ୍ଗବାଡ଼ିରୁ ଭିଜିଲାନ୍ସ ଉଠାଇ ନେଇ ଫୁଲବାଣୀରେ ପଚରାଉଚରା କରିବା ପରେ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଭିଜିଲାନ୍ସ ଡିଏସ୍ପି ହେମନ୍ତ କୁମାର ମହାନ୍ତିଙ୍କ ସୂଚନା ପ୍ରକାରେ କାର୍ଯ୍ୟରତ ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ପାଇଁ ରହିଥିବା ନ୍ୟାଶନାଲ ପେନ୍ସନ୍ ସିଷ୍ଟମର ୨୦ ଲକ୍ଷ […] The post ୨୦ ଲକ୍ଷ ଟଙ୍କା ହଡ଼ପ କରି ବିଇଓ ଗିରଫ appeared first on Dharitri Odia News.
ଦାରିଙ୍ଗବାଡ଼ି/ଫୁଲବାଣୀ ,୨୧ା୩(ଅରୁଣ ସାହୁ/ରାକେଶ ରାଉତ): ନ୍ୟାଶନାଲ ପେନ୍ସନ୍ ସିଷ୍ଟମ(ଏନ୍ପିଏସ୍)ର ୨୦ ଲକ୍ଷ ଟଙ୍କା ହଡ଼ପ କରି ଭିଜଲାନ୍ସ ପଞ୍ଝାରେ ପଡ଼ି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର ଗିରଫ ହୋଇଛନ୍ତି। ବୁଧବାର ତାଙ୍କୁ ଦାରିଙ୍ଗବାଡ଼ିରୁ ଭିଜିଲାନ୍ସ ଉଠାଇ ନେଇ ଫୁଲବାଣୀରେ ପଚରାଉଚରା କରିବା ପରେ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଭିଜିଲାନ୍ସ ଡିଏସ୍ପି ହେମନ୍ତ କୁମାର ମହାନ୍ତିଙ୍କ ସୂଚନା ପ୍ରକାରେ କାର୍ଯ୍ୟରତ ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ପାଇଁ ରହିଥିବା ନ୍ୟାଶନାଲ ପେନ୍ସନ୍ ସିଷ୍ଟମର ୨୦ ଲକ୍ଷ ଟଙ୍କାକୁ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଲେଖାଏ ଜାନୁଆରୀରେ ବିଇଓ ରସାନନ୍ଦ କର ନିଜ ଦରମା ଆକାଉଣ୍ଟକୁ ନେଇଥିଲେ ଯାହାକି ସରକାରୀ ପଦବୀର ଅପବ୍ୟବହାର କରି ସେଏଭଳି ଚଞ୍ଚକତା କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା ପରେ ଉକ୍ତ ୨୦ ଲକ୍ଷ ଟଙ୍କାକୁ ସେହି ମାସରେ ହିଁ ବିଇଓ ରସାନନ୍ଦ କର ଜୋରଧା ନାମକ ଏକ ବ୍ରୋକିଙ୍ଗ ଶେୟାର ମାର୍କେଟରେ ବିନିଯୋଗ କରିଥିଲେ। ତେବେ ଏହି ସରକାରୀ ଅର୍ଥ ହଡ଼ପ କରିଥିବା ଫୁଲବାଣୀ ଭିଜିଲାନ୍ସ ଜାଣିପାରି ପ୍ରାୟ ଦୀର୍ଘ ଏକ ମାସ ଧରି ରସାନନ୍ଦଙ୍କ ଉପରେ ତୀକ୍ଷ୍ଣ ନଜର ରଖି ଆସିବା ସହ ବିଭିନ୍ନ ପ୍ରମାଣ ଯୋଗାଡ଼ କରିବା ପରେ ମଙ୍ଗଳବାର ତାଙ୍କ ବିରୋଧରେ (୬/୨୪) ରେ ଏକ ମାମଲା ରୁଜୁ କରି ବୁଧବାର ସନ୍ଧ୍ୟାରେ ତାଙ୍କୁ ଉଠାଇ ନେଇଥିଲା। ଭିଜିଲାନ୍ସ ଘଟଣାର ଅଧିକ ତଦନ୍ତ କରୁଥିବା କହିବା ସହ ବିଇଓ କରଙ୍କ ବିରୋଧରେ ଅନେକ ଅଭିଯୋଗ ରହିଥିବା ଓ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି।
The post ୨୦ ଲକ୍ଷ ଟଙ୍କା ହଡ଼ପ କରି ବିଇଓ ଗିରଫ appeared first on Dharitri Odia News.