ଅଭାବନୀୟ ଘଟଣା: ଦାଦନ ଖଟିବାକୁ ଚେନ୍ନାଇ ଯାଉଥିବା ବେଳେ ଟ୍ରେନରୁ ଖସି ଓଡ଼ିଆ ଯୁବକଙ୍କ ମୃତ୍ୟୁ 

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଗୋପାଳପୁର ଗ୍ରାମର ଶ୍ରମିକ ଅଜିତ କୁମାର ଭୁଁୟା (୨୫) କାମ କରିବାକୁ ଟ୍ରେନରେ ଚେନ୍ନାଇ ଯାଉଥିବା ବେଳେ ଆନ୍ଧ୍ର ପ୍ରଦେଶ ପଲାସା ଷ୍ଟେସନ ନିକଟରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଜଣାପଡିଛି। ରବିବାର ମୃତଦେହ ଗାଁ’ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସେ ଗତ ଶୁକ୍ରବାର ଗାଁ’ରୁ ଚେନ୍ନାଇ ଅଭିମୁଖେ ଯାଇଥିଲେ। ସନ୍ଧ୍ୟାରେ ଟ୍ରେନରୁ ଖସି ସେ […] The post ଅଭାବନୀୟ ଘଟଣା: ଦାଦନ ଖଟିବାକୁ ଚେନ୍ନାଇ ଯାଉଥିବା ବେଳେ ଟ୍ରେନରୁ ଖସି ଓଡ଼ିଆ ଯୁବକଙ୍କ ମୃତ୍ୟୁ  appeared first on Dharitri Odia News.

ଅଭାବନୀୟ ଘଟଣା: ଦାଦନ ଖଟିବାକୁ ଚେନ୍ନାଇ ଯାଉଥିବା ବେଳେ ଟ୍ରେନରୁ ଖସି ଓଡ଼ିଆ ଯୁବକଙ୍କ ମୃତ୍ୟୁ 

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଗୋପାଳପୁର ଗ୍ରାମର ଶ୍ରମିକ ଅଜିତ କୁମାର ଭୁଁୟା (୨୫) କାମ କରିବାକୁ ଟ୍ରେନରେ ଚେନ୍ନାଇ ଯାଉଥିବା ବେଳେ ଆନ୍ଧ୍ର ପ୍ରଦେଶ ପଲାସା ଷ୍ଟେସନ ନିକଟରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଜଣାପଡିଛି।

ରବିବାର ମୃତଦେହ ଗାଁ’ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସେ ଗତ ଶୁକ୍ରବାର ଗାଁ’ରୁ ଚେନ୍ନାଇ ଅଭିମୁଖେ ଯାଇଥିଲେ। ସନ୍ଧ୍ୟାରେ ଟ୍ରେନରୁ ଖସି ସେ ମୃତ୍ୟୁବରଣ କରିବା ପରେ ପଲାସା ରେଳବାଇ ପୋଲିସ ତାଙ୍କ ପକେଟରୁ ମିଳିଥିବା ଆଧାର କାର୍ଡରୁ ଠିକଣା ସଂଗ୍ରହ କରି ଶନିବାର ସନ୍ଧ୍ୟାରେ ଦିଗପହଣ୍ଡି ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଠାରୁ ସୂଚନା ପାଇ ପରିବାର ଲୋକେ ପଲାସାରେ ପହଞ୍ଚିଥିଲେ। ସେଠାରେ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଅପରପକ୍ଷରେ ପୁଅର କେମିତି ମୃତ୍ୟୁ ଘଟିଲା ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ବୋଲି ଅଜିତଙ୍କ ବାପା ସନ୍ତୋଷ ଭୂୟାଁ କହିଛନ୍ତି।

The post ଅଭାବନୀୟ ଘଟଣା: ଦାଦନ ଖଟିବାକୁ ଚେନ୍ନାଇ ଯାଉଥିବା ବେଳେ ଟ୍ରେନରୁ ଖସି ଓଡ଼ିଆ ଯୁବକଙ୍କ ମୃତ୍ୟୁ  appeared first on Dharitri Odia News.