ଅଭାବନୀୟ ଘଟଣା: ପଡ଼ିଛି ବାଇକ୍‌; ବିଲ ମଝିରୁ ଉଦ୍ଧାର ହେଲା ୨ ଯୁବକଙ୍କ ମୃତଦେହ...

ବିଲ ମଝିରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ । ପାଖରେ ପଡ଼ିଛି ପୁଣି ବାଇକ୍‌ । ତେବେ ଏବେ ପ୍ରଶ୍ନ ଉଠିଛି କେମିତି ହେଲା ମୃତ୍ୟୁ ? 

ଅଭାବନୀୟ ଘଟଣା: ପଡ଼ିଛି ବାଇକ୍‌; ବିଲ ମଝିରୁ ଉଦ୍ଧାର ହେଲା ୨ ଯୁବକଙ୍କ ମୃତଦେହ...

ଅଭାବନୀୟ ଘଟଣା । ବିଲ ମଝିରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ । ପାଖରେ ପଡ଼ିଛି ପୁଣି ବାଇକ୍‌ । ତେବେ ଏବେ ପ୍ରଶ୍ନ ଉଠିଛି କେମିତି ହେଲା ମୃତ୍ୟୁ ? କେଉଁ ପରିସ୍ଥିତିରେ ହେଲା ଦୁଇ ଯୁବକଙ୍କର ମୃତ୍ୟୁ ? ଏହା ଦୁର୍ଘଟଣା ଜନିତି ମୃତ୍ୟୁ ନା ହତ୍ୟା ? ଏଭଳି ନାନା ପ୍ରଶ୍ନ ସାମ୍ନାକୁ ଆସିଛି  । ତେବେ ଏପରି ଅଭାବନୀୟ ଘଟଣା ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅନ୍ତର୍ଗତ ଚିତ୍ରଡା-ଦାନ୍ତିଆମୁହାଁ ରାସ୍ତା ପାରିଆଉଡା ଛକ ନିକଟରେ ଘଟିଛି। ମୃତ ଦୁଇ ଯୁବକଙ୍କ ପରିଚୟ ମିଳିପାରିନି।

ତେବେ ସ୍ଥାନୀୟ ଲୋକମାନେ ଆଜି ସକାଳୁ ପାଣି ଭର୍ତ୍ତି ବିଲ ଭିତରେ ବାଇକ୍‌ ଦେଖିଥିଲେ । ଏହାପରେ ପାଣି ଭିତରେ ଖୋଜାଖୋଜି କରିବାରୁ ଦୁଇ ଯୁବକଙ୍କୁ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଏ ନେଇ ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଦୁଇ ଯୁବକଙ୍କୁ ମୃତ ଅବସ୍ଥାରେ ପାଣି ଭିତରୁ ଉଦ୍ଧାର କରିଥିଲେ। 

ପାରିପାର୍ଶ୍ୱିକ ସ୍ଥିତିରୁ ଦୁଇ ଯୁବକଙ୍କ ବାଇକ୍ ରାସ୍ତା କଡ଼ରେ ଥିବା ଏକ ଖଜୁରୀ ଗଛରେ ଧକ୍କା ହୋଇ ବିଲକୁ ଛିଟିକି ଥାଇପାରେ ବୋଲି ଅନୁମାନ କରାଯାଉଛି। ଏହାପରେ ଉଭୟ ଦୁଇ ଯୁବକ ବିଲ ପାଣିରେ ବୁଡ଼ି ଯାଇଥିବା ବେଳେ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। 

ଏହି ଘଟଣା ଗତକାଲି ବିଳମ୍ବିତ ରାତିର ବୋଲି ଅନୁମାନ କରାଯାଉଛି । ପୋଲିସ ଗାଡି ନମ୍ବର ଯାଞ୍ଚ କରି ଦୁଇ ମୃତକଙ୍କ ପରିଚୟ ପାଇବାକୁ ଚେଷ୍ଟା କରୁଛି । ମୃତ ୨ ଯୁବକଙ୍କ ଆଖପାଖ ଅଞ୍ଚଳର ହୋଇ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି ।