ଅଭାବନୀୟ ! ଜଗନ୍ନାଥଙ୍କ ଭଜନ ଜଣାଣ ଗାନ କରୁକରୁ ଟଳି ପଡ଼ିଲେ ଅତିରିକ୍ତ ଜିଲ୍ଲାପାଳ

ଗଜପତି: ଜନ୍ମ ମୃତ୍ୟୁ ଚିରନ୍ତନ ସତ୍ୟ। ଜନ୍ମ ଅଛି ତ’ ମୃତ୍ୟୁ ବି ଅଛି। ହେଲେ ମୃତ୍ୟୁ   କେତେବେଳେ କେଉଁଠି ଆସିବ ତାଙ୍କ ହେବ  ସେ କଥା କିଏ କହିବ? ଏଠି କିନ୍ତୁ ଏମିତି ମୃତ୍ୟୁ ହୋଇଛି, ସେମିତି ଭାଗ୍ୟରେ ଥିଲେ ହୁଏ। ଜଗନ୍ନାଥଙ୍କ ଭଜନ ଜଣାଣ ଗାନ କରୁକରୁ ତଳେ ଟଳି ପଡିଲେ।  ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ।  ଖୋଦ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ ଏଭଳି ମୃତ୍ୟୁ ଘଟିଛି।   ବ୍ରହ୍ମପୁର ଏମ କେ ସି ଜି ମେଡିକାଲରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସଙ୍କ  ମୃତ୍ୟୁ ହୋଇଛି। ବୁଧବାର ରାତିରେ ସେ ପାରଳାଖେମୁଣ୍ଡି ଆସିଥିଲେ । ସେଠାରେ ବିଏନ ପ୍ୟାଲେସରେ ପ୍ରଶାସନ ଦ୍ୱାରା ଆୟୋଜିତ ଗୋଟେ ଭୋଜିରେ  ଜଗନ୍ନାଥ ଜଣାଣ ଗାଇବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ । ସେଠାରୁ ସାଙ୍ଗେ ସାଙ୍ଗେ ପାରଳାଖେମୁଣ୍ଡି ଜିଲାମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା, ପରେ ସେଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା।ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡିରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ କରା ଯାଇଥିଲା। ହେଲେ ମେଡିକାଲରେ ପହଁଚିଲା ବେଳକୁ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇସାରିଥିଲା। ଏହି ଘଟଣା ଜାଣିବା ପରେ ଏମ କେ ସି ଜି ମେଡିକାଲରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଗଜପତି ଏସ ପି, ଏମ କେ ସି ଜି ମେଡିକାଲ ପ୍ରଶାସନିକ ଅଧିକାରୀ ସଂଗ୍ରାମ ପଣ

ଅଭାବନୀୟ ! ଜଗନ୍ନାଥଙ୍କ ଭଜନ ଜଣାଣ ଗାନ କରୁକରୁ ଟଳି ପଡ଼ିଲେ ଅତିରିକ୍ତ ଜିଲ୍ଲାପାଳ

ଗଜପତି: ଜନ୍ମ ମୃତ୍ୟୁ ଚିରନ୍ତନ ସତ୍ୟ। ଜନ୍ମ ଅଛି ତ’ ମୃତ୍ୟୁ ବି ଅଛି। ହେଲେ ମୃତ୍ୟୁ   କେତେବେଳେ କେଉଁଠି ଆସିବ ତାଙ୍କ ହେବ  ସେ କଥା କିଏ କହିବ? ଏଠି କିନ୍ତୁ ଏମିତି ମୃତ୍ୟୁ ହୋଇଛି, ସେମିତି ଭାଗ୍ୟରେ ଥିଲେ ହୁଏ। ଜଗନ୍ନାଥଙ୍କ ଭଜନ ଜଣାଣ ଗାନ କରୁକରୁ ତଳେ ଟଳି ପଡିଲେ।  ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ।  ଖୋଦ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ ଏଭଳି ମୃତ୍ୟୁ ଘଟିଛି।   

ବ୍ରହ୍ମପୁର ଏମ କେ ସି ଜି ମେଡିକାଲରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସଙ୍କ  ମୃତ୍ୟୁ ହୋଇଛି। ବୁଧବାର ରାତିରେ ସେ ପାରଳାଖେମୁଣ୍ଡି ଆସିଥିଲେ । ସେଠାରେ ବିଏନ ପ୍ୟାଲେସରେ ପ୍ରଶାସନ ଦ୍ୱାରା ଆୟୋଜିତ ଗୋଟେ ଭୋଜିରେ  ଜଗନ୍ନାଥ ଜଣାଣ ଗାଇବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ । ସେଠାରୁ ସାଙ୍ଗେ ସାଙ୍ଗେ ପାରଳାଖେମୁଣ୍ଡି ଜିଲାମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା, ପରେ ସେଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା।

ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡିରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ କରା ଯାଇଥିଲା। ହେଲେ ମେଡିକାଲରେ ପହଁଚିଲା ବେଳକୁ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇସାରିଥିଲା। ଏହି ଘଟଣା ଜାଣିବା ପରେ ଏମ କେ ସି ଜି ମେଡିକାଲରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଗଜପତି ଏସ ପି, ଏମ କେ ସି ଜି ମେଡିକାଲ ପ୍ରଶାସନିକ ଅଧିକାରୀ ସଂଗ୍ରାମ ପଣ୍ଡା ପ୍ରମୁଖ ପହଞ୍ଚି ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରାଇଥିଲେ। ଏହାସହ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରିଥିଲେ। ଏହି ଘଟଣା ପରେ ପରିବାରର ଶୋକର ବାତାବରଣ। 

ଗତ ୨ ବର୍ଷ ହେଲା ବିରେନ୍ଦ୍ର ଦାସ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଦାୟିତ୍ୱରେ ରହିଥିଲେ । ତାଙ୍କ ବିୟୋଗରେ ଗଜପତି ଜିଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗ୍ରାମରେ। ସେ ଏହା ପୂର୍ବରୁ ଛେଳିଗଡ଼ ପ୍ରକଳ୍ପରେ ଲେଣ୍ଡ ଏକ୍ୟୁଜେସନ କାର୍ଯ୍ୟରେ ନିୟୋଜିତ ଥିଲେ। ଗତବର୍ଷ ଡିସେମ୍ବରରୁ ଅତିରକ୍ତ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଜଣେ ଦକ୍ଷ ପ୍ରଶାସକ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜିଲ୍ଲାପାଳ କହିଛନ୍ତି। ଏପଟେ ତାଙ୍କ ମୃତ୍ୟରେ ଦୁଃଖ ପ୍ରକାଶ କରିଛନ୍ତି  ଏମ କେ ସି ଜି ପ୍ରଶାସନିକ ଅଧିକାରୀ ସଂଗ୍ରାମ ପଣ୍ଡା। ଜଗନ୍ନାଥଙ୍କ ଭଜନ ଗାଉଥିବାବେଳେ , ଚାଲିଗଲା ଜୀବନ। ହେଲେ ତାଙ୍କ ଆଦର୍ଶ, ଦକ୍ଷ କାର୍ଯ୍ୟଶୈଳୀର ଛାପ ନିଶ୍ଚିତ ଭାବେ ସମସ୍ତଙ୍କ ମନରେ ରହିବ।