କୁଳଡିହା ଅଭୟାରଣ୍ୟ ସୀମାନ୍ତରେ ଘୁରିବୁଲୁଛି ବାଘ ? ବିରାଟ ପାଦଚିହ୍ନ ଦେଖି ଆତଙ୍କିତ ଗ୍ରାମବାସୀ
ନୀଳଗିରି ୦୭/୧୨: ବାଲେଶ୍ୱର ଜିଲ୍ଲା କୁଳଡିହା ଅଭୟାରଣ୍ୟ ସୀମାନ୍ତରେ ଘୁରୁବୁଲୁଛି ବାଘ । ଏକ ବିରାଟ ପାଦ ଚିହ୍ନ ଜଙ୍ଗଲ ଓ ସୀମାନ୍ତରେ ପଡିବା ନେଇ ଆତଙ୍କିତ ହୋଇ ପଡିଛନ୍ତି ଅଞ୍ଚଳବାସୀ। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଭରା କୁଳଡିହା ଅଭୟାରଣ୍ୟ ରହିଛି । ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏହି ଅଭୟାରଣ୍ୟରେ ହରିଣ, ସମ୍ବର, ଗୟଳ, କୁଟାରୀ, ଝିଙ୍କ, ଭାଲୁ, ହାତୀ, ବାଘ ଅଛନ୍ତି । ତେବେ ଅଭୟାରଣ୍ୟ ଭିତରେ ଜଡ଼ାଚୁଆ ବିଟ ନିକଟରେ ପୂର୍ବରୁ ବାଘ ମଧ୍ୟ ହରିଣ ଶିକାର କରିବାର ଖବର ରହିଛି।ଅଭୟାରଣ୍ୟ ଟି ଶିମିଳିପାଳକୁ ଲାଗିଥିବା ବେଳେ ଦୁଇବର୍ଷ ତଳେ ବିରାଟ ପାଦଚିହ୍ନ ପଡିଥିବା ଦେଖି ସମସ୍ତଙ୍କ ନିଦ ହଜିଯାଇଥିଲା । କେହି କେହି ଶିମିଳିପାଳର ମହାବଳ ବାଘ ବୋଲି କହି ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ । ବନବିଭାଗ ତରଫରୁ ପ୍ଲାଷ୍ଟର ପ୍ୟାରିସ ଓ ଟ୍ରାପ କ୍ୟାମେରା ବସାଇ ଯାଇଥିଲେ ବାଘକୁ ନେଇ ବନବିଭାଗ ସ୍ପଷ୍ଟ କରିନଥିଲା । ପୁଣି କୁଳଡିହା ଅଭୟାରଣ୍ୟ ସୀମାନ୍ତ ବିଭିନ୍ନ ବନ୍ଧ ଓ ଡ୍ୟାମ ନିକଟରେ ବିଭିନ୍ନ ପାଦ ଚିହ୍ନ ପଡିଥିବା ଦେଖାଯାଇଛି । ଜୀବଜନ୍ତୁ ଆସି ପାଣି ପିଇବା ସମସ୍ତେ ଜାଣିଥିବା ବେଳେ ଏକ ବିରାଟ ପାଦଚିହ୍ନ ପଡିବା ଗ୍ରାମବାସୀଙ୍କୁ ଭୟଭୀତ କରିଛି । ଏହା କୌଣସି ବାଘର ପାଦଚିହ୍ନ ବୋଲି ବନାଞ୍ଚଳବାସୀ କହିଛନ୍ତି । ତେବେ ବନ ବିଭାଗ ଏହାର ତଦନ୍ତ କରି ସ୍ପଷ୍ଟ କରିବାକୁ ଦାବି ହୋଇଛି।
ନୀଳଗିରି ୦୭/୧୨: ବାଲେଶ୍ୱର ଜିଲ୍ଲା କୁଳଡିହା ଅଭୟାରଣ୍ୟ ସୀମାନ୍ତରେ ଘୁରୁବୁଲୁଛି ବାଘ । ଏକ ବିରାଟ ପାଦ ଚିହ୍ନ ଜଙ୍ଗଲ ଓ ସୀମାନ୍ତରେ ପଡିବା ନେଇ ଆତଙ୍କିତ ହୋଇ ପଡିଛନ୍ତି ଅଞ୍ଚଳବାସୀ। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଭରା କୁଳଡିହା ଅଭୟାରଣ୍ୟ ରହିଛି ।
୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏହି ଅଭୟାରଣ୍ୟରେ ହରିଣ, ସମ୍ବର, ଗୟଳ, କୁଟାରୀ, ଝିଙ୍କ, ଭାଲୁ, ହାତୀ, ବାଘ ଅଛନ୍ତି । ତେବେ ଅଭୟାରଣ୍ୟ ଭିତରେ ଜଡ଼ାଚୁଆ ବିଟ ନିକଟରେ ପୂର୍ବରୁ ବାଘ ମଧ୍ୟ ହରିଣ ଶିକାର କରିବାର ଖବର ରହିଛି।ଅଭୟାରଣ୍ୟ ଟି ଶିମିଳିପାଳକୁ ଲାଗିଥିବା ବେଳେ ଦୁଇବର୍ଷ ତଳେ ବିରାଟ ପାଦଚିହ୍ନ ପଡିଥିବା ଦେଖି ସମସ୍ତଙ୍କ ନିଦ ହଜିଯାଇଥିଲା ।
କେହି କେହି ଶିମିଳିପାଳର ମହାବଳ ବାଘ ବୋଲି କହି ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ । ବନବିଭାଗ ତରଫରୁ ପ୍ଲାଷ୍ଟର ପ୍ୟାରିସ ଓ ଟ୍ରାପ କ୍ୟାମେରା ବସାଇ ଯାଇଥିଲେ ବାଘକୁ ନେଇ ବନବିଭାଗ ସ୍ପଷ୍ଟ କରିନଥିଲା । ପୁଣି କୁଳଡିହା ଅଭୟାରଣ୍ୟ ସୀମାନ୍ତ ବିଭିନ୍ନ ବନ୍ଧ ଓ ଡ୍ୟାମ ନିକଟରେ ବିଭିନ୍ନ ପାଦ ଚିହ୍ନ ପଡିଥିବା ଦେଖାଯାଇଛି ।
ଜୀବଜନ୍ତୁ ଆସି ପାଣି ପିଇବା ସମସ୍ତେ ଜାଣିଥିବା ବେଳେ ଏକ ବିରାଟ ପାଦଚିହ୍ନ ପଡିବା ଗ୍ରାମବାସୀଙ୍କୁ ଭୟଭୀତ କରିଛି । ଏହା କୌଣସି ବାଘର ପାଦଚିହ୍ନ ବୋଲି ବନାଞ୍ଚଳବାସୀ କହିଛନ୍ତି । ତେବେ ବନ ବିଭାଗ ଏହାର ତଦନ୍ତ କରି ସ୍ପଷ୍ଟ କରିବାକୁ ଦାବି ହୋଇଛି।