ଅଭିନେତା ପୋସାନି କ୍ରିଷ୍ଣା ମୁରଲୀଙ୍କ ଜାମିନ ଆବେଦନ ଖାରଜ, ୧୪ ଦିନିଆ ରିମାଣ୍ଡରେ ପଠାଇଲେ କୋର୍ଟ

ମୁମ୍ଵାଇ ୨୮।୦୨; ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଏବଂ ନେତା ପୋସାନି କ୍ରିଷ୍ଣା ମୁରଲୀ ଏବେ ଅଡୁଆରେ ଫସିଛନ୍ତି । ତାଙ୍କୁ ରେଲୱେ କୋଡୁର ଜୁନିଅର ସିଭିଲ୍ ଜଜ୍ କୋର୍ଟ ୧୪ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି। ବୁଧବାର ରାତିରେ ହାଇଦ୍ରାବାଦରୁ ପୋସାନିଙ୍କୁ ଆନ୍ଧ୍ର ପ୍ରଦେଶ ପୋଲିସ ଗିରଫ କରିଥିଲା।ମାଜିଷ୍ଟ୍ରେଟ୍ ପୋସାନି କ୍ରିଷ୍ଣା ମୁରଲୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।  ସେ ଏବେ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ କଡପା କେନ୍ଦ୍ରୀୟ କାରାଗାରରେ ରିମାଣ୍ଡରେ ରହିବେ। ତାଙ୍କ ଜାମିନ ଉପରେ କୋର୍ଟ ଯୁକ୍ତିତର୍କ ଭାବରେ ଦୀର୍ଘ ସମୟ ଧରି ଚାଲିଥିଲା। ଗୁରୁବାର ରାତି ୯.୩୦ ରୁ ଆରମ୍ଭ ହୋଇ ଶୁକ୍ରବାର ସକାଳ ୫ ଟା ପର୍ଯ୍ୟନ୍ତ ଚାଲିଥିଲା। ତାଙ୍କ ଓକିଲ, ଧାରା 41A ନୋଟିସ୍ ଅନୁଯାୟୀ ତାଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ ବୋଲି ଯୁକ୍ତି ଦର୍ଶାଇଥିଲେ, କିନ୍ତୁ ମାଜିଷ୍ଟ୍ରେଟ୍ ତାହା ପ୍ରତ୍ୟାଖ୍ୟାନ କରି ରିମାଣ୍ଡରେ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ପୋସାନି ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ସ୍ୱୀକାର କରିଛନ୍ତିପୋଲିସ ତଦନ୍ତ ସମୟରେ, ପୋସାନି ସ୍ୱୀକାର କରିଥିଲେ ଯେ ରେକର୍ଡରେ ଥିବା ସମସ୍ତ ଅଶ୍ଳୀଳ ଏବଂ ଅପମାନଜନକ ଶବ୍ଦ ତାଙ୍କର। ହେଲେ ପ୍ରାରମ୍ଭରେ, ସେ ମନେ ନାହିଁ ବୋଲି କହି ପ୍ରଶ୍ନର ଉତ୍ତର ଏଡାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯେତେବେଳେ ତାଙ୍କର ଅପମାନଜନକ ମନ୍ତବ୍ୟର ଭିଡିଓ ପ୍ରମାଣ ଦେଖାଗଲା, ସେତେବେଳେ ତାଙ୍କ ପା

ଅଭିନେତା ପୋସାନି କ୍ରିଷ୍ଣା ମୁରଲୀଙ୍କ ଜାମିନ ଆବେଦନ ଖାରଜ, ୧୪ ଦିନିଆ ରିମାଣ୍ଡରେ ପଠାଇଲେ କୋର୍ଟ

ମୁମ୍ଵାଇ ୨୮।୦୨; ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଏବଂ ନେତା ପୋସାନି କ୍ରିଷ୍ଣା ମୁରଲୀ ଏବେ ଅଡୁଆରେ ଫସିଛନ୍ତି । ତାଙ୍କୁ ରେଲୱେ କୋଡୁର ଜୁନିଅର ସିଭିଲ୍ ଜଜ୍ କୋର୍ଟ ୧୪ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି। ବୁଧବାର ରାତିରେ ହାଇଦ୍ରାବାଦରୁ ପୋସାନିଙ୍କୁ ଆନ୍ଧ୍ର ପ୍ରଦେଶ ପୋଲିସ ଗିରଫ କରିଥିଲା।

ମାଜିଷ୍ଟ୍ରେଟ୍ ପୋସାନି କ୍ରିଷ୍ଣା ମୁରଲୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।  ସେ ଏବେ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ କଡପା କେନ୍ଦ୍ରୀୟ କାରାଗାରରେ ରିମାଣ୍ଡରେ ରହିବେ। ତାଙ୍କ ଜାମିନ ଉପରେ କୋର୍ଟ ଯୁକ୍ତିତର୍କ ଭାବରେ ଦୀର୍ଘ ସମୟ ଧରି ଚାଲିଥିଲା। ଗୁରୁବାର ରାତି ୯.୩୦ ରୁ ଆରମ୍ଭ ହୋଇ ଶୁକ୍ରବାର ସକାଳ ୫ ଟା ପର୍ଯ୍ୟନ୍ତ ଚାଲିଥିଲା। ତାଙ୍କ ଓକିଲ, ଧାରା 41A ନୋଟିସ୍ ଅନୁଯାୟୀ ତାଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ ବୋଲି ଯୁକ୍ତି ଦର୍ଶାଇଥିଲେ, କିନ୍ତୁ ମାଜିଷ୍ଟ୍ରେଟ୍ ତାହା ପ୍ରତ୍ୟାଖ୍ୟାନ କରି ରିମାଣ୍ଡରେ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପୋସାନି ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ସ୍ୱୀକାର କରିଛନ୍ତି

ପୋଲିସ ତଦନ୍ତ ସମୟରେ, ପୋସାନି ସ୍ୱୀକାର କରିଥିଲେ ଯେ ରେକର୍ଡରେ ଥିବା ସମସ୍ତ ଅଶ୍ଳୀଳ ଏବଂ ଅପମାନଜନକ ଶବ୍ଦ ତାଙ୍କର। ହେଲେ ପ୍ରାରମ୍ଭରେ, ସେ ମନେ ନାହିଁ ବୋଲି କହି ପ୍ରଶ୍ନର ଉତ୍ତର ଏଡାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯେତେବେଳେ ତାଙ୍କର ଅପମାନଜନକ ମନ୍ତବ୍ୟର ଭିଡିଓ ପ୍ରମାଣ ଦେଖାଗଲା, ସେତେବେଳେ ତାଙ୍କ ପାଖରେ ସ୍ୱୀକାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ସେ ସ୍ୱୀକାର କରିଛନ୍ତି ଯେ ସେ ଚନ୍ଦ୍ରବାବୁ ନାଇଡୁ, ପବନ କଲ୍ୟାଣ ଏବଂ ନାରା ଲୋକେଶଙ୍କୁ ଟାର୍ଗେଟ କରିବା ପାଇଁ ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ।