ଅଭିନେତା ମନୋଜ କୁମାରଙ୍କ ପରଲୋକ
ମୁମ୍ବାଇ,୪ା୪: ବଲିଉଡ୍ର ଏକ ଦୁଃଖଦ ଖବର ଆସିଛି। ଭାରତୀୟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ମନୋଜ କୁମାର ଆଉ ଏ ଦୁନିଆରେ ନାହାନ୍ତି। ୮୭ ବର୍ଷ ବୟସରେ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଶୁକ୍ରବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ୨୪ ଜୁଲାଇ ୧୯୩୭ରେ ହରିକୃଷ୍ଣ ଗିରି ଗୋସ୍ବାମୀ ଭାବରେ ଜନ୍ମଗ୍ରହଣ କରିଥିବା ମନୋଜ କୁମାର ହିନ୍ଦୀ ସିନେମାର ଜଣେ ପ୍ରବୀଣ ଅଭିନେତା ଥିଲେ। ସେ ‘ଶାହିଦ’ (୧୯୬୫), ‘ଉପକାର’ (୧୯୬୭), ‘ପୂରବ ଔର ପଶ୍ଚିମ’ (୧୯୭୦) ଏବଂ […] The post ଅଭିନେତା ମନୋଜ କୁମାରଙ୍କ ପରଲୋକ appeared first on Dharitri Odia News.
ମୁମ୍ବାଇ,୪ା୪: ବଲିଉଡ୍ର ଏକ ଦୁଃଖଦ ଖବର ଆସିଛି। ଭାରତୀୟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ମନୋଜ କୁମାର ଆଉ ଏ ଦୁନିଆରେ ନାହାନ୍ତି। ୮୭ ବର୍ଷ ବୟସରେ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଶୁକ୍ରବାର ସକାଳେ ତାଙ୍କର ଦେହାନ୍ତ ହୋଇଛି।
୨୪ ଜୁଲାଇ ୧୯୩୭ରେ ହରିକୃଷ୍ଣ ଗିରି ଗୋସ୍ବାମୀ ଭାବରେ ଜନ୍ମଗ୍ରହଣ କରିଥିବା ମନୋଜ କୁମାର ହିନ୍ଦୀ ସିନେମାର ଜଣେ ପ୍ରବୀଣ ଅଭିନେତା ଥିଲେ। ସେ ‘ଶାହିଦ’ (୧୯୬୫), ‘ଉପକାର’ (୧୯୬୭), ‘ପୂରବ ଔର ପଶ୍ଚିମ’ (୧୯୭୦) ଏବଂ ‘ରୋଟି କପଡା ଔର ମକାନ’ (୧୯୭୪) ସମେତ ଦେଶପ୍ରେମୀ ଥିମ୍ ସହିତ ଚଳଚ୍ଚିତ୍ର ଅଭିନୟ ଏବଂ ନିର୍ଦ୍ଦେଶନା ପାଇଁ ଜଣାଶୁଣା ଥିଲେ। ସେ ବଲିଉଡର ‘ଭାରତ କୁମାର’ ଭାବରେ ପ୍ରସିଦ୍ଧ ଥିଲେ।
ମନୋଜ କୁମାରଙ୍କ ବିୟୋଗରେ ବଲିଉଡ୍ରେ ଶୋକର ଛାୟା ଖେଳିଯାଇଛି। ବହୁ ପ୍ରଶଂସକ ଏବଂ ସେଲିବ୍ରିଟି ଏହି ବରିଷ୍ଠ ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ୧୯୯୨ରେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲ୍କେ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
The post ଅଭିନେତା ମନୋଜ କୁମାରଙ୍କ ପରଲୋକ appeared first on Dharitri Odia News.