ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ
ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍ ମ୍ୟାଚ୍ ଷ୍ଟ୍ରିମିଂ ମାମଲାରେ ସାମିଲ ହୋଇଛି। ମହାରାଷ୍ଟ୍ର ସାଇବର ସେଲ ତମନ୍ନାକୁ ସମନ ପଠାଇଛି। ଅଭିନେତ୍ରୀଙ୍କୁ ଏପ୍ରିଲ ୨୯ ରେ ମହାରାଷ୍ଟ୍ର ସାଇବର ସେଲ୍ ପଚରାଉଚରା କରିବ, ଯେଉଁଠାରେ ତାଙ୍କୁ ମାମଲା ସହ ଜଡ଼ିତ ପ୍ରଶ୍ନ ପଚରାଯିବ। ପ୍ରାପ୍ତ ସୂଚନା ଅନୁଯାୟୀ, ଫେୟାର୍ ପ୍ଲେ ଆପରେ ଆଇପିଏଲ୍ ୨୦୨୩ର ବେଆଇନ ଷ୍ଟ୍ରିମିଂ […] The post ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ appeared first on Dharitri Odia News.
ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍ ମ୍ୟାଚ୍ ଷ୍ଟ୍ରିମିଂ ମାମଲାରେ ସାମିଲ ହୋଇଛି। ମହାରାଷ୍ଟ୍ର ସାଇବର ସେଲ ତମନ୍ନାକୁ ସମନ ପଠାଇଛି। ଅଭିନେତ୍ରୀଙ୍କୁ ଏପ୍ରିଲ ୨୯ ରେ ମହାରାଷ୍ଟ୍ର ସାଇବର ସେଲ୍ ପଚରାଉଚରା କରିବ, ଯେଉଁଠାରେ ତାଙ୍କୁ ମାମଲା ସହ ଜଡ଼ିତ ପ୍ରଶ୍ନ ପଚରାଯିବ।
ପ୍ରାପ୍ତ ସୂଚନା ଅନୁଯାୟୀ, ଫେୟାର୍ ପ୍ଲେ ଆପରେ ଆଇପିଏଲ୍ ୨୦୨୩ର ବେଆଇନ ଷ୍ଟ୍ରିମିଂ ସମ୍ପର୍କିତ ମାମଲାରେ ତମନ୍ନାଙ୍କୁ ପଚରାଉଚରା କରାଯିବ। ଏହି କାରଣରୁ ଭାୟାକମ୍ଙ୍କୁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡିଥିଲା। ତେବେ ଅଭିନେତ୍ରୀଙ୍କୁ ସାକ୍ଷୀ ଭାବରେ ଡକାଯାଉଥିବା କୁହାଯାଉଛି। ଫେୟାର୍ ପ୍ଲେ ପାଇଁ ସେ ପ୍ରମୋଶନ କରିଥିବାରୁ କିଏ ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଏଥିପାଇଁ ତାଙ୍କୁ କେତେ ଟଙ୍କା ଦିଆଯାଇଥିଲା ବୋଲି ପଚରାଯିବ।
ତେବେ ଏହି ମାମଲାରେ କେବଳ ତମନ୍ନାଙ୍କ ନାମ ଜଡିତ ନୁହେଁ, ତାଙ୍କ ପୂର୍ବରୁ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ସମନ କରାଯାଇଥିଲା। ଯାହାର ଜବାବ ଦେଇ ସଞ୍ଜୟ କହିଥିଲେ ଯେ, ସେ ବର୍ତ୍ତମାନ ମୁମ୍ବାଇରେ ନାହାନ୍ତି,ଏଣୁ ସେ ନିର୍ଦ୍ଧାରିତ ତାରିଖରେ ହାଜର ହୋଇପାରିବେ ନାହିଁ। ଏଣୁ ସେ ତାଙ୍କ ବୟାନ ରେକର୍ଡ କରିବାକୁ ଆଉ ଏକ ତାରିଖ ସହ ସମୟ ଦିଆଯାଉ ବୋଲି ଦାବି କରିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର ସାଇବର ସେଲରେ ଅଭିନେତ୍ରୀଙ୍କ ବିରୋଧରେ ଭାୟାକମ୍ ଏହି ଅଭିଯୋଗ ଆଣିଛି। କେବଳ ଏତିକି ନୁହେଁ, ତମନ୍ନା ଏବଂ ସଞ୍ଜୟଙ୍କ ପୂର୍ବରୁ ରାପର ବାଦଶାହାଙ୍କ ବୟାନ ମଧ୍ୟ ଏହି ମାମଲାରେ ରେକର୍ଡ ହୋଇଛି। ଫେୟାର ପ୍ଲେ ଯୋଗୁ ଭାୟାକମ ୧୦୦ କୋଟି ଟଙ୍କା କ୍ଷତି ସହିଥିବା କୁହାଯାଉଛି।
The post ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ appeared first on Dharitri Odia News.