ଗ୍ରାମାଞ୍ଚଳରେ ବଢ଼ୁଛି ଟୁହ୍ୱିଲର ବିକ୍ରି: ମୋଟ ସେଲ୍ର ୫୦% କିଣୁଛନ୍ତି ଗାଁ ଲୋକେ
ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଦୁଇ ଚକିଆ ଯାନର ବିକ୍ରି ବଢ଼ିଛି। ୨୦୨୪ କ୍ୟାଲେଣ୍ଡର ବର୍ଷର ପ୍ରଥମ ୬ ମାସରେ ଦୁଇ ଚକିଆ ଯାନ ୫୭-୬୦ ପ୍ରତିଶତ ବିକ୍ରି ହୋଇଛି। ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର ଆସୋସିଏସନ୍(ଫାଡା) କହିଛି ଯେ ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲ-ଜୁନ ତ୍ରୟମାସିକ ମଧ୍ୟରେ ଗ୍ରାମାଞ୍ଚଳରେ ଦୁଇ ଚକିଆ ଯାନ ୫୭-୬୦ ପ୍ରତିଶତ ଦେଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ଧାରା ଜାରି ରହିବ। ଅନୁକୂଳ ମୌସୁମୀ ଓ ଗ୍ରାମାଞ୍ଚଳ ବିକାଶରେ ଦିଗରେ ସରକାରଙ୍କ ପଦକ୍ଷେପ ଯୋଗୁ ବିକ୍ରି ବଢୁଛି। ଗତବର୍ଷ ଅପେକ୍ଷା ୨୦୨୪ କ୍ୟାଲେଣ୍ଡର ବର୍ଷର ପ୍ରଥମାର୍ଦ୍ଧରେ ଟୁ-ହ୍ୱିଲର ୧୧.୭୬ ପ୍ରତିଶତ ବଢିଛି। ଟୁ-ହ୍ୱିଲର ବାଇକ କିଣିବାକୁ ଦାମ ସୁହାଉଛି। ଗ୍ରାମାଞ୍ଚଳର ଯୁବବର୍ଗ ଦାମି ବାଇକ କିଣିବାକୁ ପସନ୍ଦ କରୁଛନ୍ତି। ଟିଭିଏସ୍ର ଆକଳନ ଅନୁସାରେ କମ୍ପାନୀର ମୋଟ ଘରୋଇ ବିକ୍ରିରେ କେବଳ ୪୫-୫୦ ପ୍ରତିଶତ ଭାଗ ଗ୍ରାମାଞ୍ଚଳରେ ହୋଇଛି। ୨୦୨୪ର ମୋଟ ଟୁ-ହ୍ୱିଲର ବିକ୍ରି ଗତବର୍ଷ ଅପେକ୍ଷା ୧୧.୭୬ ପ୍ରତିଶତ ବଢ଼ିଛି। ୮,୯୮୨,୫୦୨ ୟୁନିଟ ବିକ୍ରି ହୋଇଛି।
ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଦୁଇ ଚକିଆ ଯାନର ବିକ୍ରି ବଢ଼ିଛି। ୨୦୨୪ କ୍ୟାଲେଣ୍ଡର ବର୍ଷର ପ୍ରଥମ ୬ ମାସରେ ଦୁଇ ଚକିଆ ଯାନ ୫୭-୬୦ ପ୍ରତିଶତ ବିକ୍ରି ହୋଇଛି। ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର ଆସୋସିଏସନ୍(ଫାଡା) କହିଛି ଯେ ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲ-ଜୁନ ତ୍ରୟମାସିକ ମଧ୍ୟରେ ଗ୍ରାମାଞ୍ଚଳରେ ଦୁଇ ଚକିଆ ଯାନ ୫୭-୬୦ ପ୍ରତିଶତ ଦେଇଛି।
ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ଧାରା ଜାରି ରହିବ। ଅନୁକୂଳ ମୌସୁମୀ ଓ ଗ୍ରାମାଞ୍ଚଳ ବିକାଶରେ ଦିଗରେ ସରକାରଙ୍କ ପଦକ୍ଷେପ ଯୋଗୁ ବିକ୍ରି ବଢୁଛି। ଗତବର୍ଷ ଅପେକ୍ଷା ୨୦୨୪ କ୍ୟାଲେଣ୍ଡର ବର୍ଷର ପ୍ରଥମାର୍ଦ୍ଧରେ ଟୁ-ହ୍ୱିଲର ୧୧.୭୬ ପ୍ରତିଶତ ବଢିଛି।
ଟୁ-ହ୍ୱିଲର ବାଇକ କିଣିବାକୁ ଦାମ ସୁହାଉଛି। ଗ୍ରାମାଞ୍ଚଳର ଯୁବବର୍ଗ ଦାମି ବାଇକ କିଣିବାକୁ ପସନ୍ଦ କରୁଛନ୍ତି। ଟିଭିଏସ୍ର ଆକଳନ ଅନୁସାରେ କମ୍ପାନୀର ମୋଟ ଘରୋଇ ବିକ୍ରିରେ କେବଳ ୪୫-୫୦ ପ୍ରତିଶତ ଭାଗ ଗ୍ରାମାଞ୍ଚଳରେ ହୋଇଛି।
୨୦୨୪ର ମୋଟ ଟୁ-ହ୍ୱିଲର ବିକ୍ରି ଗତବର୍ଷ ଅପେକ୍ଷା ୧୧.୭୬ ପ୍ରତିଶତ ବଢ଼ିଛି। ୮,୯୮୨,୫୦୨ ୟୁନିଟ ବିକ୍ରି ହୋଇଛି।