ଅଭିନେତ୍ରୀ ସାଇରା ବାନୋ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ: ୧୯୬୦-୭୦ ଦଶକରେ ବଲିଉଡର ରାଜ୍ କରୁଥିବା ପ୍ରସିଦ୍ଧ ତଥା ଭେଟେରାନ ଅଭିନେତ୍ରୀ ସାଇରା ବାନୋ ଅସୁସ୍ଥ ହୋଇ ପଡିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ବର୍ଗତ ଅଭିନେତା ଦିଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି ଏବଂ ତାଙ୍କ ଗୋଡରେ ରକ୍ତ ଜମାଟ ବାନ୍ଧି ଯାଇଛି। ଏହି କାରଣରୁ ସେ ଚାଲିବାକୁ ମଧ୍ୟ ସକ୍ଷମ ନୁହଁନ୍ତି। ସାମ୍ବାଦିକ ବିକି ଲାଲୱାନି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସାଇରା ଗତ କିଛି ଦିନ ହେବ ଅସୁସ୍ଥ […] The post ଅଭିନେତ୍ରୀ ସାଇରା ବାନୋ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.
ମୁମ୍ବାଇ: ୧୯୬୦-୭୦ ଦଶକରେ ବଲିଉଡର ରାଜ୍ କରୁଥିବା ପ୍ରସିଦ୍ଧ ତଥା ଭେଟେରାନ ଅଭିନେତ୍ରୀ ସାଇରା ବାନୋ ଅସୁସ୍ଥ ହୋଇ ପଡିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ବର୍ଗତ ଅଭିନେତା ଦିଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି ଏବଂ ତାଙ୍କ ଗୋଡରେ ରକ୍ତ ଜମାଟ ବାନ୍ଧି ଯାଇଛି। ଏହି କାରଣରୁ ସେ ଚାଲିବାକୁ ମଧ୍ୟ ସକ୍ଷମ ନୁହଁନ୍ତି।
ସାମ୍ବାଦିକ ବିକି ଲାଲୱାନି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସାଇରା ଗତ କିଛି ଦିନ ହେବ ଅସୁସ୍ଥ ଅଛନ୍ତି। ସୂଚନାଯୋଗ୍ୟ, ତାଙ୍କୁ ଅକ୍ଟୋବର ୨୦୨୪ରେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ଟାଇମ୍ସ ନ୍ୟୁଜ ଖବର ଅନୁଯାୟୀ ସାଇରା ବାନୋଙ୍କ ଚାଲିବା ମଧ୍ୟ କଷ୍ଟକର ହୋଇପଡୁଛି। ୨୦୨୧ରେ ତାଙ୍କ ସ୍ବାମୀ ଦିଲୀପ କୁମାରଙ୍କ ମୃତ୍ୟୁ ପରେ ସାଇରା ଏକୁଟିଆ ରହିଛନ୍ତି। ଏଭଳି ପରିସ୍ଥିତିରେ ସ୍ବାସ୍ଥ୍ୟ ସମସ୍ୟା ହେତୁ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଟାଇମ୍ସ ଅଫ ଇଣ୍ଡିଆ ସହିତ କଥାବାର୍ତ୍ତା ବେଳେ ସାଇରା ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ଅପଡେଟ ଦେଇଥିଲେ। ସେ କହିଛନ୍ତି ଯେ ସେ ବର୍ତ୍ତମାନ ଭଲ ଅଛନ୍ତି। ତାଙ୍କର ଏହି ବାର୍ତ୍ତା ତାଙ୍କ ପ୍ରଶଂସକଙ୍କ ପାଇଁ ଥିଲା ଯେଉଁମାନେ ତାଙ୍କ ଅସୁସ୍ଥତାର ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଥିଲେ।
ତାଙ୍କର ଭୟଙ୍କର ନିମୋନିଆ ଖବର ଆସିବା ପରେ ତାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଥିଲେ। ନିମୋନିଆ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିବ ବୋଲି ସାଇରା କହିଥିଲେ।
The post ଅଭିନେତ୍ରୀ ସାଇରା ବାନୋ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.