ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ, ଶରୀରରେ ଟାଟୁ ଥିଲେ ମିଳିବ ଟିମ୍ ଇଣ୍ଡିଆରେ ସ୍ଥାନ; ଏ କ’ଣ କହିଲେ…
ନୂଆଦିଲ୍ଲୀ,୨୧।୭: ଟିମ୍ ଇଣ୍ଡିଆ ଜୁଲାଇ ୨୨ରେ ଶ୍ରୀଲଙ୍କା ଗସ୍ତରେ ଯିବ। ଏହି ଗସ୍ତରେ ଉଭୟ ଟିମ୍ ମଧ୍ୟରେ ୩ ଟି୨୦ ଏବଂ ସମାନ ଦିନିକିଆ ମ୍ୟାଚ୍ ଖେଳାଯିବ। ନୂଆ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ମଧ୍ୟ ଆରମ୍ଭ ହେବ। ନିକଟରେ ଏହି ସିରିଜ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ କିଛି ଖେଳାଳିଙ୍କୁ ବାଦ୍ ଦିଆଯିବା ନେଇ ବିବାଦ ଦେଖାଦେଇଛି। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସୁବ୍ରମଣ୍ୟମ ବଦ୍ରିନାଥ ଶ୍ରୀଲଙ୍କା ଗସ୍ତ ଲାଗି ଚୟନ ହୋଇଥିବା […] The post ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ, ଶରୀରରେ ଟାଟୁ ଥିଲେ ମିଳିବ ଟିମ୍ ଇଣ୍ଡିଆରେ ସ୍ଥାନ; ଏ କ’ଣ କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୧।୭: ଟିମ୍ ଇଣ୍ଡିଆ ଜୁଲାଇ ୨୨ରେ ଶ୍ରୀଲଙ୍କା ଗସ୍ତରେ ଯିବ। ଏହି ଗସ୍ତରେ ଉଭୟ ଟିମ୍ ମଧ୍ୟରେ ୩ ଟି୨୦ ଏବଂ ସମାନ ଦିନିକିଆ ମ୍ୟାଚ୍ ଖେଳାଯିବ। ନୂଆ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ମଧ୍ୟ ଆରମ୍ଭ ହେବ। ନିକଟରେ ଏହି ସିରିଜ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ କିଛି ଖେଳାଳିଙ୍କୁ ବାଦ୍ ଦିଆଯିବା ନେଇ ବିବାଦ ଦେଖାଦେଇଛି।
ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସୁବ୍ରମଣ୍ୟମ ବଦ୍ରିନାଥ ଶ୍ରୀଲଙ୍କା ଗସ୍ତ ଲାଗି ଚୟନ ହୋଇଥିବା ଟିମ୍କୁ ନେଇ ଚମକାଇବା ଭଳି ବୟାନ ଦେଇଛନ୍ତି। ଟିମ୍ରେ ଅଭିଷେକ ଶର୍ମା ଏବଂ ଋତୁରାଜ ଗାୟକଓ୍ବାଡ ଦଳରେ ସ୍ଥାନ ମିଳିନାହିଁ। ସେହିଭଳି ରିଙ୍କୁ ଶର୍ମା ଟି୨୦ ଟିମ୍ରୁ ବାଦ ପଡ଼ିଛନ୍ତି। ଏହାକୁ ନେଇ ଏସ୍ ବଦ୍ରିନାଥ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏକ ୟୁଟ୍ୟୁବ ଚ୍ୟାନେଲ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, ଯେତେବେଳେ ରିଙ୍କୁ, ଋତୁରାଜ ଏବଂ ବାକି ଖେଳାଳିଙ୍କୁ ଭାରତୀୟ ଟିମ୍ରେ ସାମିଲ କରାଯାଇ ନ ଥାଏ ତେବେ ଲାଗେ ଯେ ସେମାନଙ୍କୁ ‘ବ୍ୟାଡ୍ ବଏ’ ଛବିର ଆବଶ୍ୟକତା ରହିଛି। ଚୟନ ହେବାକୁ ଚାହୁଁଥିଲେ ବଲିଉଡ୍ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ଜରୁରୀ। ଏହାଛଡ଼ା ଭଲ ମିଡିଆ ମ୍ୟାନେଜର ସହ ଶରୀରରେ ଟାଟୁର ଆବଶ୍ୟକତା ରହିଛି ବୋଲି ମନେ ହୁଏ ବୋଲି ସେ କହିଛନ୍ତି। ତାଙ୍କର ଏହି ବୟାନ ବେଶ ଭାଇରାଲ ହେଉଛି।
ଋତୁରାଜ ଏଯାବତ ଟିମ୍ ଇଣ୍ଡିଆ ଲାଗି ୨୩ ମୁକାବିଲା ଖେଳିଛନ୍ତି। ଏଥିରେ ସେ ୬୩୩ ରନ୍ କରିଛନ୍ତି। ସେଥିରେ ୪ ଅର୍ଦ୍ଧଶତକ ଏବଂ ୧ ଶତକ ରହିଛି। ନିକଟରେ ସେ ଜିମ୍ବାଓ୍ବେ ସିରିଜରେ ୪ ମ୍ୟାଚ୍ର ୩ ଇନିଂସରେ ୧୩୩ ରନ୍ କରିଥିଲେ। ଏଭଳି ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଦଳ ଶ୍ରୀଲଙ୍କା ସିରିଜ ଲାଗି ଚୟନ କରିନାହିଁ।
The post ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ, ଶରୀରରେ ଟାଟୁ ଥିଲେ ମିଳିବ ଟିମ୍ ଇଣ୍ଡିଆରେ ସ୍ଥାନ; ଏ କ’ଣ କହିଲେ… appeared first on Dharitri Odia News.