ଅଭିନୟ ପାଇଁ ଅନେକ ସହିଛି
ନିଜ ସ୍ୱପ୍ନ ପୂରଣ କରିବାକୁ ସମସ୍ତଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥାଏ । ବିଭିନ୍ନ ବାଧା ବିଘ୍ନକୁ ଏଡାଇ ନିଜର ସ୍ୱପ୍ନ ପୂରଣ ପାଇଁ ସମସ୍ତେ ଆଗେଇ ଥାଆନ୍ତି । କେବଳ ସାଧାରଣ ଲୋକ ନୁହେଁ ଏଭଳି ପରିସ୍ଥିତି ସେଲିବ୍ରିଟିଙ୍କ ଲାଇଫ୍ରେ ମଧ୍ୟ ଆସିଥାଏ । ଏନେଇ ମନ ଖୋଲି କଥା ହୋଇଛନ୍ତି ନ୍ୟାସନାଲ ଆୱାର୍ଡ ବିଜେତା ଅଭିନେତ୍ରୀ ଅଞ୍ଜଳି ପାଟିଲ୍ । ଅଞ୍ଜଳିଙ୍କୁ ଅନେକ ବଲିଉଡ ଫିଲ୍ମ, ଯେପରି ଚକ୍ରବୁ୍ୟହ, ନୁ୍ୟଟନ, ଶ୍ରୀ, ମିର୍ଜା, ମହ୍ଲାର […]

ନିଜ ସ୍ୱପ୍ନ ପୂରଣ କରିବାକୁ ସମସ୍ତଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥାଏ । ବିଭିନ୍ନ ବାଧା ବିଘ୍ନକୁ ଏଡାଇ ନିଜର ସ୍ୱପ୍ନ ପୂରଣ ପାଇଁ ସମସ୍ତେ ଆଗେଇ ଥାଆନ୍ତି । କେବଳ ସାଧାରଣ ଲୋକ ନୁହେଁ ଏଭଳି ପରିସ୍ଥିତି ସେଲିବ୍ରିଟିଙ୍କ ଲାଇଫ୍ରେ ମଧ୍ୟ ଆସିଥାଏ । ଏନେଇ ମନ ଖୋଲି କଥା ହୋଇଛନ୍ତି ନ୍ୟାସନାଲ ଆୱାର୍ଡ ବିଜେତା ଅଭିନେତ୍ରୀ ଅଞ୍ଜଳି ପାଟିଲ୍ । ଅଞ୍ଜଳିଙ୍କୁ ଅନେକ ବଲିଉଡ ଫିଲ୍ମ, ଯେପରି ଚକ୍ରବୁ୍ୟହ, ନୁ୍ୟଟନ, ଶ୍ରୀ, ମିର୍ଜା, ମହ୍ଲାର ଆଦିରେ ଦେଖିବାକୁ ମିଳିଛି । ହେଲେ ତାଙ୍କୁ ଲାଇଫ୍ରେ ଅନେକ ସଂଘର୍ଷ ଦେଖିବାକୁ ମିଳିଛି । ପ୍ରଥମରୁ ସେ ବଲିଉଡକୁ ବୁଝିବାକୁ ତାଙ୍କୁ ଅନେକ ସମୟ ଲାଗିଥିଲା, ଯାହା ଫଳରେ ସେ ଡିପ୍ରେସନକୁ ଚାଲି ଯାଇଥିଲେ । ତାଙ୍କୁ ଏଠି ନିଜ ରଙ୍ଗ ପାଇଁ ମଧ୍ୟ ଭେଦଭାବର ଶିକାର ହେବାକୁ ପଡିଛି । ସେହିଭଳି ଅଭିନୟ କରିବାକୁ ଆସିବା ଆଗରୁ ପରିବାରରୁ ମଧ୍ୟ ବିରୋଧକୁ ସେ ସହିଛନ୍ତି । ଯେତେବେଳେ ସେ ବାପାଙ୍କୁ ଅଭିନୟ କରିବା କଥା କହିଥିଲେ ସେତେବେଳେ ସେ ତାଙ୍କୁ ମନା କରିବା ସହିତ ବର୍ଷେ କାଳ କଥାବାର୍ତ୍ତା ବି ବନ୍ଦ କରିଦେଇଥିଲେ । ଯାହା ତାଙ୍କୁ ଅନେକ କଷ୍ଟ ଦେଇଥିଲା । ହେଲେ ଅଭିନୟ ପାଇଁ ଥିବା ଭଲପାଇବା ତାଙ୍କୁ ଆଜି ସଫଳ କରିବାରେ ସାହାଯ୍ୟ କରିଛି । ସମସ୍ତ ବାଧା ବିଘ୍ନକୁ ଆଡେଇ ସେ ଆଜି ଏଠାରେ ପହଞ୍ଚି ପାରିଛନ୍ତି ।