ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଫେରିଲେ ଶେହବାଜ ସରିଫ
ନୂଆଦିଲ୍ଲୀ : ଶେହବାଜ ସରିଫ ଦ୍ବିତୀୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଫେରିଛନ୍ତି। ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ କରିବା ପରଠାରୁ ସରିଫ ୧୬ ମାସ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି। ୭୨ ବର୍ଷୀୟ ସରିଫ ପ୍ରଧାନମନ୍ତ୍ରୀ ହେବା ପାଇଁ ସଂସଦୀୟ ଭୋଟ୍ ଜିତିଛନ୍ତି। ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ଥିଲେ। ଗତମାସରେ ନିର୍ବାଚନ ଥିବାବେଳେ ଗତ ଅଗଷ୍ଟରେ ପାକିସ୍ତାନ ସଂସଦ ଭାଙ୍ଗିଯାଇଥିଲା। ଶେହବାଜ ସରିଫଙ୍କ ବଡ଼ ଭାଇ ନୱାଜ ସରିଫ ବିଧାନସଭାରେ ଆସନ […]

ନୂଆଦିଲ୍ଲୀ : ଶେହବାଜ ସରିଫ ଦ୍ବିତୀୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଫେରିଛନ୍ତି। ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ କରିବା ପରଠାରୁ ସରିଫ ୧୬ ମାସ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି। ୭୨ ବର୍ଷୀୟ ସରିଫ ପ୍ରଧାନମନ୍ତ୍ରୀ ହେବା ପାଇଁ ସଂସଦୀୟ ଭୋଟ୍ ଜିତିଛନ୍ତି। ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ଥିଲେ। ଗତମାସରେ ନିର୍ବାଚନ ଥିବାବେଳେ ଗତ ଅଗଷ୍ଟରେ ପାକିସ୍ତାନ ସଂସଦ ଭାଙ୍ଗିଯାଇଥିଲା। ଶେହବାଜ ସରିଫଙ୍କ ବଡ଼ ଭାଇ ନୱାଜ ସରିଫ ବିଧାନସଭାରେ ଆସନ ଜିତିଥିଲେ ସୁଦ୍ଧା ଏବଂ ପୁଣିଥରେ ଶପଥ ନେବାପାଇଁ ଯେ ଯୋଗ୍ୟ ବିବେଚିତ ହୋଇଥିଲେ ସୁଦ୍ଧା ଶେହବାଜ ସରିଫଙ୍କୁ ତାଙ୍କ ଦଳ ଏବଂ ମେଣ୍ଟ ସହଯୋଗୀଙ୍କ ଦ୍ବାରା ସାଉଥ ଏସିଆନ ନେସନ୍ର ମୁଖ୍ୟ କରାଯାଇଛି। ଖୁବଶୀଘ୍ର ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।