ଇଂଜିନିୟରିଂ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ୱର : ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଛାତ୍ର ଜଣଙ୍କ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି । ତାଙ୍କ ନାଁ ଅଭିଷେକ ରବି ଏବଂ ତାଙ୍କ ଘର ଝରଖଣ୍ଡର ରାଞ୍ଚିରେ । ଗତକାଲି ଛାତ୍ର ଜଣଙ୍କ କଲେଜ ଛାତ ସିଢିରୁ ପଡିଯାଇଥିଲେ। ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। […]

ଭୁବନେଶ୍ୱର : ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଛାତ୍ର ଜଣଙ୍କ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି । ତାଙ୍କ ନାଁ ଅଭିଷେକ ରବି ଏବଂ ତାଙ୍କ ଘର ଝରଖଣ୍ଡର ରାଞ୍ଚିରେ ।
ଗତକାଲି ଛାତ୍ର ଜଣଙ୍କ କଲେଜ ଛାତ ସିଢିରୁ ପଡିଯାଇଥିଲେ। ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ୧୨ ତାରିଖରେ ଛାତ୍ର ଜଣଙ୍କ କଲେଜରେ ତାଙ୍କୁ ରାଗିଂ କରାଯାଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ସେ ଗତ ୧୦ ତାରିଖରେ କଲେଜରେ ନାଁ ଲେଖାଇଥିଲେ ।