ଦ୍ୱିତୀୟ ଦିବସରେ ଓଡ଼ିଶାକୁ ୬ ପଦକ
ଭୁବନେଶ୍ୱର, ୧୨।୬ (ତପନ ସ୍ବାଇଁ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍ ସେଣ୍ଟରେ ଚାଲିଥିବା ୨ୟ ନ୍ୟାଶନାଲ ସୁଇମିଂ ର଼୍ୟାଙ୍କିଙ୍ଗ୍ ଚାମ୍ପିୟନଶିପ୍ର ଦ୍ୱିତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀମାନେ ୬ଟି ପଦକ ହାସଲ କରିଛନ୍ତି। ଏହା ମଧ୍ୟରେ ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ ବ୍ରୋଞ୍ଜ ସାମିଲ। ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍ରେ ମନ୍ନତା ମିଶ୍ର ୧:୧୪.୦୫ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୧୦୦ ମିଟର ବଟରଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ୧:୦୩.୦୪ ସେକେଣ୍ଡ ସହିତ […] The post ଦ୍ୱିତୀୟ ଦିବସରେ ଓଡ଼ିଶାକୁ ୬ ପଦକ appeared first on Dharitri Odia News.
ଭୁବନେଶ୍ୱର, ୧୨।୬ (ତପନ ସ୍ବାଇଁ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍ ସେଣ୍ଟରେ ଚାଲିଥିବା ୨ୟ ନ୍ୟାଶନାଲ ସୁଇମିଂ ର଼୍ୟାଙ୍କିଙ୍ଗ୍ ଚାମ୍ପିୟନଶିପ୍ର ଦ୍ୱିତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀମାନେ ୬ଟି ପଦକ ହାସଲ କରିଛନ୍ତି। ଏହା ମଧ୍ୟରେ ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ ବ୍ରୋଞ୍ଜ ସାମିଲ। ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍ରେ ମନ୍ନତା ମିଶ୍ର ୧:୧୪.୦୫ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୧୦୦ ମିଟର ବଟରଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ୧:୦୩.୦୪ ସେକେଣ୍ଡ ସହିତ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଦିବ୍ୟଙ୍କା ପ୍ରଧାନ ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍ରେ ୧:୧୬.୦୧ ସେକେଣ୍ଡ ସହିତ ରୌପ୍ୟ ଓ ୧୦୦ ମିଟର ବଟରଫ୍ଲାଏରେ ୧:୦୭.୦୦ ସେକେଣ୍ଡ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୧୦୦ ମିଟର ଫ୍ରିଷ୍ଟାଇଲରେ ସୋନିଆ ପଟେଲ (୧:୦୧.୦୭) ଓ ୧୫୦୦ ମିଟର ଫ୍ରିଷ୍ଟାଇଲରେ ଅଭିନବ ସିଂ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହାକୁ ମିଶାଇ ପ୍ରତିଯୋଗିତାରେ ଓଡ଼ିଶା ପଦକ ସଂଖ୍ୟା ୧୧ରେ ପହଞ୍ଚତ୍ଛି। ପ୍ରଥମ ଦିବସରେ ଓଡ଼ିଶାକୁ ୫ ପଦକ ମିଳିଥିଲା।
୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୨୦୦ ମିଟର ବଟରଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ସ୍ବର୍ଣ୍ଣ, ୧୮ ବର୍ଷରୁ କମ୍ ବାଳିକା ୨୦୦ ମିଟର ବଟରଫ୍ଲାଏରେ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ରୌପ୍ୟ, ୫୦ ମିଟର ବାଳିକା ବ୍ରେଷ୍ଟ ଷ୍ଟ୍ରୋକ୍ରେ ମନ୍ନତା ମିଶ୍ର ରୌପ୍ୟ ଓ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ବ୍ରୋଞ୍ଜ ଏବଂ ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୨୦୦ ମିଟର ଫ୍ରି ଷ୍ଟାଇଲରେ ପ୍ରତ୍ୟାଶା ରାୟ ରୌପ୍ୟ ପଦକ ପାଇଥିଲେ।
The post ଦ୍ୱିତୀୟ ଦିବସରେ ଓଡ଼ିଶାକୁ ୬ ପଦକ appeared first on Dharitri Odia News.