‘ଅଭିବୃଦ୍ଧି ସହ ବିକାଶକୁ ଆଗେଇ ନେଇଛି ଶକ୍ତି; ୫ ବର୍ଷରେ ମାଇଲଖୁଣ୍ଟ ଟପିବ ଭାରତ’

ନୂଆଦିଲ୍ଲୀ: କେବଳ ଅଭିବୃଦ୍ଧି ନୁହେଁ, ବିକାଶକୁ ମଧ୍ୟ ଆଗେଇ ନେଇଛି । ଦେଶ ବିକାଶରେ ଶକ୍ତି କ୍ଷେତ୍ରର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ପ୍ୟାରିସରୁ ଭର୍ଚ୍ୟୁଆଲରେ ଭାରତ ଶକ୍ତି ସପ୍ତାହ-୨୦୨୫ ଉଦଘାଟନ କରି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଭାରତର ସ୍ଥିତି ଉପରେ ସୁଧାର ଆସିଛି । ଅନ୍ୟପଟେ ଦେଖିବାକୁ ଗଲେ ଆଗାମୀ ୫ ବର୍ଷ ଭିତରେ ଭାରତ ବହୁ ମାଇଲଖୁଣ୍ଟ ହାତେଇବ ବୋଲି ପିଏମ୍ ମୋଦି  କହିଛନ୍ତି । କେନ୍ଦ୍ର ସରକାର ଶକ୍ତି କ୍ଷେତ୍ରରେ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ବିକଶିତ ଭାରତ ପାଇଁ ଆଗାମୀ ଦୁଇ ଦଶନ୍ଧି ବେଶୀ ଗୁରୁତ୍ବପୂର୍ଣ୍ଣ । ଭାରତ ଏବେ ପଞ୍ଚମ ସର୍ବବୃହତ ଅର୍ଥନୈତିକ ରାଷ୍ଟ୍ର ଭାବେ ବିଶ୍ବରେ ଛିଡ଼ା ହୋଇଛି । ଭାରତର ସୌର ଶକ୍ତି ଉତ୍ପାଦନ କ୍ଷମତା ଦ୍ବିଗୁଣିତ ହୋଇଛି । ବର୍ତ୍ତମାନ ସମୟରେ ଭାରତ ତୃତୀୟ ବୃହତ୍ତମ ଦେଶ, ଯିଏ ସୂର୍ଯ୍ୟକିରଣକୁ ଶକ୍ତି ଉତ୍ପାଦନ କରୁଛି । ସେହିପରି ଜୀବାଷ୍ମ ଇନ୍ଧନ ଉତ୍ପାଦନ ମଧ୍ୟ ତିନି ଗୁଣା ବଢ଼ିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସିରେ କହିଛନ୍ତି ।  

‘ଅଭିବୃଦ୍ଧି ସହ ବିକାଶକୁ ଆଗେଇ ନେଇଛି ଶକ୍ତି; ୫ ବର୍ଷରେ ମାଇଲଖୁଣ୍ଟ ଟପିବ ଭାରତ’

ନୂଆଦିଲ୍ଲୀ: କେବଳ ଅଭିବୃଦ୍ଧି ନୁହେଁ, ବିକାଶକୁ ମଧ୍ୟ ଆଗେଇ ନେଇଛି । ଦେଶ ବିକାଶରେ ଶକ୍ତି କ୍ଷେତ୍ରର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ପ୍ୟାରିସରୁ ଭର୍ଚ୍ୟୁଆଲରେ ଭାରତ ଶକ୍ତି ସପ୍ତାହ-୨୦୨୫ ଉଦଘାଟନ କରି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଭାରତର ସ୍ଥିତି ଉପରେ ସୁଧାର ଆସିଛି । ଅନ୍ୟପଟେ ଦେଖିବାକୁ ଗଲେ ଆଗାମୀ ୫ ବର୍ଷ ଭିତରେ ଭାରତ ବହୁ ମାଇଲଖୁଣ୍ଟ ହାତେଇବ ବୋଲି ପିଏମ୍ ମୋଦି  କହିଛନ୍ତି । 

କେନ୍ଦ୍ର ସରକାର ଶକ୍ତି କ୍ଷେତ୍ରରେ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ବିକଶିତ ଭାରତ ପାଇଁ ଆଗାମୀ ଦୁଇ ଦଶନ୍ଧି ବେଶୀ ଗୁରୁତ୍ବପୂର୍ଣ୍ଣ । ଭାରତ ଏବେ ପଞ୍ଚମ ସର୍ବବୃହତ ଅର୍ଥନୈତିକ ରାଷ୍ଟ୍ର ଭାବେ ବିଶ୍ବରେ ଛିଡ଼ା ହୋଇଛି । ଭାରତର ସୌର ଶକ୍ତି ଉତ୍ପାଦନ କ୍ଷମତା ଦ୍ବିଗୁଣିତ ହୋଇଛି । ବର୍ତ୍ତମାନ ସମୟରେ ଭାରତ ତୃତୀୟ ବୃହତ୍ତମ ଦେଶ, ଯିଏ ସୂର୍ଯ୍ୟକିରଣକୁ ଶକ୍ତି ଉତ୍ପାଦନ କରୁଛି । ସେହିପରି ଜୀବାଷ୍ମ ଇନ୍ଧନ ଉତ୍ପାଦନ ମଧ୍ୟ ତିନି ଗୁଣା ବଢ଼ିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସିରେ କହିଛନ୍ତି ।