‘ଜମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶରେ ଶୀଘ୍ର ନିର୍ବାଚନ’; ୯୦ ଆସନରେ ହେବ ମତଦାନ

ଶ୍ରୀନଗର ୧୦/୦୮: ଜମ୍ମୁ-କାଶ୍ମୀର ବିଧାନସଭାରେ ଖୁବ୍ ଶୀଘ୍ର ନିର୍ବାଚନ । ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଜମ୍ମୁ-କାଶ୍ମୀର ଗସ୍ତ କରି ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ଶାସତ ଅଞ୍ଚଳରେ ନିର୍ବାଚନ ଲାଗି ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସିଇସି କହିଛନ୍ତି । ସିଇସିଙ୍କ ମୁତାବକ, ଏଥର ଜମ୍ମୁ-କାଶ୍ମୀର ବିଧାନସଭାର ୯୦ଟି ଆସନରେ ମତଦାନ ହେବ ।  ଏହି ୯୦ ସିଟ୍ ମଧ୍ୟରୁ ୭୪ଟି ଆସନ ସାଧାରଣ ବର୍ଗ,  ୭ଟି ଅନୁସୂଚୀତ ଜାତିଙ୍କ ଲାଗି ସଂରକ୍ଷିତ ରହିଛି । ପ୍ରଥମ ଥର ୯ଟି ଆସନକୁ ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷଣ କରାଯାଇଛି । ଏଥିସହ କାଶ୍ମୀର ଶରଣାର୍ଥୀଙ୍କ ଲାଗି ଦିଲ୍ଲୀ, ଜମ୍ମୁ ଓ  ଉଧମପୁରରେ ସ୍ୱତନ୍ତ୍ର ବୁଥ୍‌ କରାଯିବ ।  ସିଇସି ଆହୁରି କହିଛନ୍ତି ଯେ,   ବାହ୍ୟିକ କିମ୍ବା ଆନ୍ତରିକ ଶକ୍ତି ଦ୍ୱାରା ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଭାବିତ ହେବାକୁ ଦିଆଯିବନାହିଁ । ଜମ୍ମୁ-କାଶ୍ମୀରର ଜନତା ବିଭାଜନକାରୀ ଶକ୍ତିକୁ ଉଚିତ୍‌ ଜବାବ ଦେବେ ବୋଲି ବିଶ୍ୱାସ । ସମସ୍ତ ରାଜନୈତିକ ଦଳ ଶୀଘ୍ର ବିଧାନସଭା ନିର୍ବାଚନ କରାଇବାର ପକ୍ଷରେ ଦୃଢ଼ ଭାବେ ଅଛନ୍ତି । ଏବେ ରାଜ୍ୟକୁ ନିର୍ବାଚିତ ସରକାର ଦେଇ ଆଗକୁ ବଢ଼ାଇବାର ସମୟ ଆସିଛି ବୋଲି ରାଜୀବ କୁମାର କହିଛନ୍ତି ।...

‘ଜମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶରେ ଶୀଘ୍ର ନିର୍ବାଚନ’; ୯୦ ଆସନରେ ହେବ ମତଦାନ

ଶ୍ରୀନଗର ୧୦/୦୮: ଜମ୍ମୁ-କାଶ୍ମୀର ବିଧାନସଭାରେ ଖୁବ୍ ଶୀଘ୍ର ନିର୍ବାଚନ । ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଜମ୍ମୁ-କାଶ୍ମୀର ଗସ୍ତ କରି ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ଶାସତ ଅଞ୍ଚଳରେ ନିର୍ବାଚନ ଲାଗି ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସିଇସି କହିଛନ୍ତି । 

ସିଇସିଙ୍କ ମୁତାବକ, ଏଥର ଜମ୍ମୁ-କାଶ୍ମୀର ବିଧାନସଭାର ୯୦ଟି ଆସନରେ ମତଦାନ ହେବ ।  ଏହି ୯୦ ସିଟ୍ ମଧ୍ୟରୁ ୭୪ଟି ଆସନ ସାଧାରଣ ବର୍ଗ,  ୭ଟି ଅନୁସୂଚୀତ ଜାତିଙ୍କ ଲାଗି ସଂରକ୍ଷିତ ରହିଛି । ପ୍ରଥମ ଥର ୯ଟି ଆସନକୁ ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷଣ କରାଯାଇଛି । ଏଥିସହ କାଶ୍ମୀର ଶରଣାର୍ଥୀଙ୍କ ଲାଗି ଦିଲ୍ଲୀ, ଜମ୍ମୁ ଓ  ଉଧମପୁରରେ ସ୍ୱତନ୍ତ୍ର ବୁଥ୍‌ କରାଯିବ ।  

ସିଇସି ଆହୁରି କହିଛନ୍ତି ଯେ,   ବାହ୍ୟିକ କିମ୍ବା ଆନ୍ତରିକ ଶକ୍ତି ଦ୍ୱାରା ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଭାବିତ ହେବାକୁ ଦିଆଯିବନାହିଁ । ଜମ୍ମୁ-କାଶ୍ମୀରର ଜନତା ବିଭାଜନକାରୀ ଶକ୍ତିକୁ ଉଚିତ୍‌ ଜବାବ ଦେବେ ବୋଲି ବିଶ୍ୱାସ । ସମସ୍ତ ରାଜନୈତିକ ଦଳ ଶୀଘ୍ର ବିଧାନସଭା ନିର୍ବାଚନ କରାଇବାର ପକ୍ଷରେ ଦୃଢ଼ ଭାବେ ଅଛନ୍ତି । ଏବେ ରାଜ୍ୟକୁ ନିର୍ବାଚିତ ସରକାର ଦେଇ ଆଗକୁ ବଢ଼ାଇବାର ସମୟ ଆସିଛି ବୋଲି ରାଜୀବ କୁମାର କହିଛନ୍ତି ।...