ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ସମନ୍ବୟ ଲୋଡ଼ା

ଭଞ୍ଜନଗର,୨୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଉଁଶଲୁଣ୍ଡି ପଞ୍ଚାୟତର ସରପଞ୍ଚ ଉଦ୍ଧବ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଭଞ୍ଜନଗର ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷାଧିକାରୀ ନେତାଜୀ ବିଷୋୟୀ ମୁଖ୍ୟ ବକ୍ତା, ସହଗୋଷ୍ଠୀ ଶିକ୍ଷାଧିକାରୀ ଗଜେନ୍ଦ୍ର କୁମାର ସେଠୀ, ସଂସ୍କୃତି ରତ୍ନ ନାରାୟଣ ମହାରଣା, ସିଆରସିସି ଅନୁପମା ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। […] The post ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ସମନ୍ବୟ ଲୋଡ଼ା appeared first on Dharitri Odia News.

ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ସମନ୍ବୟ ଲୋଡ଼ା

ଭଞ୍ଜନଗର,୨୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଉଁଶଲୁଣ୍ଡି ପଞ୍ଚାୟତର ସରପଞ୍ଚ ଉଦ୍ଧବ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଭଞ୍ଜନଗର ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷାଧିକାରୀ ନେତାଜୀ ବିଷୋୟୀ ମୁଖ୍ୟ ବକ୍ତା, ସହଗୋଷ୍ଠୀ ଶିକ୍ଷାଧିକାରୀ ଗଜେନ୍ଦ୍ର କୁମାର ସେଠୀ, ସଂସ୍କୃତି ରତ୍ନ ନାରାୟଣ ମହାରଣା, ସିଆରସିସି ଅନୁପମା ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ରତ୍ନପ୍ରଭା ଦାଶ ବିବରଣୀ ପଠନ କରିଥିଲେ। ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ନିର୍ମଳ କୁମାର ସ୍ବାଇଁ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶିକ୍ଷୟିତ୍ରୀ ରଞ୍ଜୁଲତା ବେହେରା। ଏ ଅବସରରେ ଅତିଥିମାନେ ଶିକ୍ଷାର ମାନ ବୃଦ୍ଧି କରିବାକୁ ହେଲେ ଅଭିଭାବକ ଏବଂ ଶିକ୍ଷକ ମଧ୍ୟରେ ସମନୟ ଲୋଡ଼ା ବୋଲି କହିଥିଲେ।
ଶିକ୍ଷୟିତ୍ରୀ ନନ୍ଦିନୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିଭଳି ବଡ଼କୋଦଣ୍ଡା ନୂଆସାହି ପ୍ରାଥମିକ ବିଦ୍ୟାଳୟର ମଧ୍ୟ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ତ୍ରିପାଠୀଙ୍କ ସଭାତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଡ଼କୋଦଣ୍ଡା କ୍ଲଷ୍ଟର ସିଆରସିସି ଦ୍ୱୀତିକୃଷ୍ଣ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସେହିଭଳି ପୂର୍ବତନ ବଡ଼କୋଦଣ୍ଡା କ୍ଲଷ୍ଟର ସିଆରସିସି ମୋହନ ସାହୁ, ବିଦ୍ୟାଳୟର ପରିଚାଳନା ସଭାପତି ରଞ୍ଜିତା ପାତ୍ର, ସ୍ବୟଂ ସହାୟିକା ଗୋଷ୍ଠୀ ସଭାପତି ଗୀତାଞ୍ଜଳି ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସୁକୁରୁ ନାଇକ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ସିଆରସିସି ମୋହନ ସାହୁ ପ୍ରାରମ୍ଭିକ ସଂଗୀତ ଏବଂ ଗଛ ଉପରେ ଆଧାରିତ ଏକ ସଚେତନତା ଧର୍ମୀ କବିତା ଗାନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଶିଶୁ କବିତା ଓ ଶିକ୍ଷୟିତ୍ରୀ ଶାନ୍ତିଲତା ରାଉତ ଏକ ଭଜନ ଗାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର, ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶାନ୍ତିଲତା ରାଉତ ଓ ଲୋପାମୁଦ୍ରା ରଥ ତଥା ପାଚିକା ସହାୟିକା ଝୁନୁ ସାଇଁ ଓ ସବିତା ବିଷୋୟୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।

The post ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ସମନ୍ବୟ ଲୋଡ଼ା appeared first on Dharitri Odia News.