ଅଭିଯୋଗ ପରେ ଫେରିଗଲା ୮ଟି ସାର ଗାଡି
କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ସାର ବଣ୍ଟନ ଦୁର୍ନୀତି ଅଭିଯୋଗରେ ଲ୍ୟାମ୍ପ ଓ ନିଗମ ମଧ୍ୟରେ ତାଳମେଳ ରହୁନି। ଘଟଣା ପ୍ରକାଶ ପାଇବା ପରେ ଆଜି ଜିଲାସ୍ତରୀୟ ଅଧିକାରୀ ମାନେ ଆସି ତଦନ୍ତ କରିଥିବା ଜଣାପଡ଼ିଛି। ଜିଲ୍ଲାସ୍ତରୀୟ କୋ- ଅପରେଟିଭ ସୋସାଇଟି ରେଜିଷ୍ଟ୍ରାର ଆସିଷ୍ଟାଣ୍ଡ ଜନ୍ମେଜୟ ମହାପାତ୍ର ଓ କୋ-ଅପରେଟିଭ ସୋସାଇଟି ରେଜିଷ୍ଟ୍ରାର ସବ ଆସିଷ୍ଟାଣ୍ଡ ଭବାନୀ ଶଙ୍କର ଦାସ ଆସିବା ପରେ ଅଭିଯୋଗକାରୀ ମାନେ ଆସି କେଉଁ କାରଣରୁ ଲ୍ୟାମ୍ପକୁ ୧୫ଟି ଟ୍ରକରେ ସାର […]

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ସାର ବଣ୍ଟନ ଦୁର୍ନୀତି ଅଭିଯୋଗରେ ଲ୍ୟାମ୍ପ ଓ ନିଗମ ମଧ୍ୟରେ ତାଳମେଳ ରହୁନି। ଘଟଣା ପ୍ରକାଶ ପାଇବା ପରେ ଆଜି ଜିଲାସ୍ତରୀୟ ଅଧିକାରୀ ମାନେ ଆସି ତଦନ୍ତ କରିଥିବା ଜଣାପଡ଼ିଛି। ଜିଲ୍ଲାସ୍ତରୀୟ କୋ- ଅପରେଟିଭ ସୋସାଇଟି ରେଜିଷ୍ଟ୍ରାର ଆସିଷ୍ଟାଣ୍ଡ ଜନ୍ମେଜୟ ମହାପାତ୍ର ଓ କୋ-ଅପରେଟିଭ ସୋସାଇଟି ରେଜିଷ୍ଟ୍ରାର ସବ ଆସିଷ୍ଟାଣ୍ଡ ଭବାନୀ ଶଙ୍କର ଦାସ ଆସିବା ପରେ ଅଭିଯୋଗକାରୀ ମାନେ ଆସି କେଉଁ କାରଣରୁ ଲ୍ୟାମ୍ପକୁ ୧୫ଟି ଟ୍ରକରେ ସାର ଆସିଥିଲା। ସେଥିରୁ ୬ଟି ଟ୍ରକ ବଜାରରେ ଥିବା ବ୍ୟବସାୟୀଙ୍କୁ ପଠାଇ ଥିବା ବେଳେ ଲ୍ୟାମ୍ପରେ ଗୋଟିଏ ଗାଡିର ସାର ଓହ୍ଲାଇଥିଲା। ବଳକା ୮ଟି ଟ୍ରକ ସାର ଲ୍ୟାମ୍ପ ସମ୍ମୁଖରେ ଆଜକୁ ତିନିଦିନ ଧରି ରହିଛି। ଏହାର ସଠିକ ତଦନ୍ତ କରିବା ସହ ବଜାରରେ ଦେଇଥିବା ବ୍ୟବସାୟୀଙ୍କ ଠାରୁ ସାର ଅଣାଯାଉ ବୋଲି ଅଡି ବସିଥିଲେ। ଏହା ପରେ ଲ୍ୟାମ୍ପ ଅଧିକାରୀ ସହ ଆଲୋଚନା କରି ଉକ୍ତ ଗାଡି ଗୁଡିକ ଜିଲା ନିଗମକୁ ଫେରାଇ ନେଇଥିବା ଜଣାପଡିଛି।