ଅଭିଯୋଗ ଶୁଣି ତତ୍‌କ୍ଷଣାତ ନିର୍ଦ୍ଦେଶ ଦେଲେ

ଭୁବନେଶ୍ୱର,୨୬ା୬(ଅନିଲ ଦାସ): ସବୁଦିନ ପରି ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନ ପରିସରରେ ବହୁ ଲୋକଙ୍କ ସମାଗମ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଆସି ଜଣ ଜଣ କରି ଲୋକଙ୍କ ସମସ୍ୟା ଶୁଣିଥିଲେ ଓ ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା। ନୟାଗଡ଼ରୁ ଆସିଥିବା ଊର୍ମିଳା ସାହୁ ନିଜ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ କହିଲା ବେଳେ ଭାବବିହ୍ବଳ ହୋଇ ଅସୁସ୍ଥ ଅନୁଭବ କଲେ। ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ନିଜ ହାତରେ […] The post ଅଭିଯୋଗ ଶୁଣି ତତ୍‌କ୍ଷଣାତ ନିର୍ଦ୍ଦେଶ ଦେଲେ appeared first on Dharitri Odia News.

ଅଭିଯୋଗ ଶୁଣି ତତ୍‌କ୍ଷଣାତ ନିର୍ଦ୍ଦେଶ ଦେଲେ

ଭୁବନେଶ୍ୱର,୨୬ା୬(ଅନିଲ ଦାସ): ସବୁଦିନ ପରି ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନ ପରିସରରେ ବହୁ ଲୋକଙ୍କ ସମାଗମ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଆସି ଜଣ ଜଣ କରି ଲୋକଙ୍କ ସମସ୍ୟା ଶୁଣିଥିଲେ ଓ ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା। ନୟାଗଡ଼ରୁ ଆସିଥିବା ଊର୍ମିଳା ସାହୁ ନିଜ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ କହିଲା ବେଳେ ଭାବବିହ୍ବଳ ହୋଇ ଅସୁସ୍ଥ ଅନୁଭବ କଲେ। ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ନିଜ ହାତରେ ତାଙ୍କୁ ପାଣି ପିଆଇଲେ।
ସେହିପରି ଦୃଷ୍ଟିବାଧିତ ବିଦ୍ୟାଳୟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ଆସିଥିଲେ ସେମାନଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହୋଇ ଯଥାଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସାଧାରଣ ଲୋକଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆତ୍ମୀୟତାଭରା ବ୍ୟବହାର ଦେଖି ଊର୍ମିଳା ଏବଂ ଦୃଷ୍ଟିବାଧିତ ବିଦ୍ୟାଳୟର ଶିକ୍ଷକମାନଙ୍କ ଆଖିରୁ ଆନନ୍ଦାଶ୍ରୁ ବୋହି ଯାଇଥିଲା।
ସାଧାରଣ ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ, ଦିବ୍ୟାଙ୍ଗ ଆଦି ସବୁ ବର୍ଗର ଲୋକ ରହିଥିଲେ।
କଟକ ଖ୍ରୀଷ୍ଟ କଲିଜିଏଟ ସ୍କୁଲର ଶିକ୍ଷୟିତ୍ରୀମାନେ ୩ ମାସ ହେଲା ଦରମା ପାଉ ନାହାନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି। ସେମାନଙ୍କ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ହେବା ପରେ ସମାଧାନ ପାଇଁ ସଙ୍ଗେ ସଙ୍ଗେ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖୁବ୍‌ଶୀଘ୍ର ବରିଷ୍ଠତା ଭିତ୍ତିରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱ ମିଳିବ ଓ ସେମାନଙ୍କର ଦରମା ମଧ୍ୟ ନିୟମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଅଶ୍ୱାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତତ୍‌କ୍ଷଣାତ ପଦକ୍ଷେପ ଯୋଗୁ ଶିକ୍ଷୟିତ୍ରୀମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

The post ଅଭିଯୋଗ ଶୁଣି ତତ୍‌କ୍ଷଣାତ ନିର୍ଦ୍ଦେଶ ଦେଲେ appeared first on Dharitri Odia News.