ଅଭିରାମଙ୍କ ୨ କିଡ୍‌ନୀ ନଷ୍ଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ରାଜକନିକା,୧ା୭(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତ ଝରକଟା ଗାଁର ଅଭିରାମ ଧଳ(୪୫) ନିଜ ପରିବାରକୁ ଭଲରେ ଚଳାଇବା ପାଇଁ ଦୀର୍ଘ ୧୫ବର୍ଷ ହେବ ତାମିଲନାଡୁ କୋଇମ୍ବାଟୁରରେ ଏକ ସୂତାକଳରେ କାମ କରୁଥିଲେ। ପରିବାର କହିଲେ ସ୍ତ୍ରୀ କଳ୍ପନା, ଝିଅ ମନୀଷା (୧୯), ପୁଅ ଅରୁଣ (୧୭) ଓ ବୁଢ଼ୀ ମା’। ଅଭିରାମ ସ୍ତ୍ରୀ ଓ ଝିଅପୁଅ ତାମିଲନାଡୁରେ ୧୦ ବର୍ଷ ହେବ ରହୁଥିଲେ। ପରିବାର ବେଶ୍‌ ହସ ଖୁସିରେ ଚାଲିଥିଲା। ହେଲେ […] The post ଅଭିରାମଙ୍କ ୨ କିଡ୍‌ନୀ ନଷ୍ଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ appeared first on Dharitri Odia News.

ଅଭିରାମଙ୍କ ୨ କିଡ୍‌ନୀ ନଷ୍ଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ରାଜକନିକା,୧ା୭(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତ ଝରକଟା ଗାଁର ଅଭିରାମ ଧଳ(୪୫) ନିଜ ପରିବାରକୁ ଭଲରେ ଚଳାଇବା ପାଇଁ ଦୀର୍ଘ ୧୫ବର୍ଷ ହେବ ତାମିଲନାଡୁ କୋଇମ୍ବାଟୁରରେ ଏକ ସୂତାକଳରେ କାମ କରୁଥିଲେ। ପରିବାର କହିଲେ ସ୍ତ୍ରୀ କଳ୍ପନା, ଝିଅ ମନୀଷା (୧୯), ପୁଅ ଅରୁଣ (୧୭) ଓ ବୁଢ଼ୀ ମା’। ଅଭିରାମ ସ୍ତ୍ରୀ ଓ ଝିଅପୁଅ ତାମିଲନାଡୁରେ ୧୦ ବର୍ଷ ହେବ ରହୁଥିଲେ। ପରିବାର ବେଶ୍‌ ହସ ଖୁସିରେ ଚାଲିଥିଲା। ହେଲେ ମାସେ ହେବ ଅଭିରାମଙ୍କ ଦେହ ଖରାପ ହେଲା। ବାନ୍ତି ହେବା ସହ ପାଦ କୁଣ୍ଡାଇ ହେଲା। ତାମିଲନାଡୁରେ ଏକ ଘରୋଇ ଡାକ୍ତରଖାନରେ ସେ ଦେଖାଇଥିଲେ। ଡାକ୍ତର ତାଙ୍କର ଦୁଇଟି ଯାକ କିଡ଼ନୀ ନଷ୍ଟ ହୋଇଯାଇଥିବା କଥା କହିଥିଲେ। ଏକଥା ଶୁଣି ପୁରା ପରିବାର ଉପରେ ଦୁଃଖର ପାହାଡ଼ ଖସି ପଡିଥିଲା। କରଣ ଅଭିରାମ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ଉପରେ ନିର୍ଭର କରୁଥିଲେ ୫ ପ୍ରାଣୀ କୁଟୁମ୍ବ। ସେ ତାମିଲନାଡୁରୁ ୨୦ ଦିନ ହେବ ଗାଁକୁ ଆସି, କଟକ ବଡ଼ ମେଡିକାଲରେ ଡାକ୍ତରଙ୍କୁ ଦେଖାଇ ଥିଲେ। ପରୀକ୍ଷା ନିରୀକ୍ଷା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଗୋଟିଏ କିଡ଼ନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଆଉ ଗୋଟିଏ କିଡ଼ନୀ ୧୦ ଭାଗ ଭଲ ଅଛି। ଯଦି କିଡ଼ନୀ ପ୍ରତିରୋପଣ କରାଯାଏ ୧୫ ଲକ୍ଷ ଟଙ୍କା ଆବଶ୍ୟକ। ଏକଥା ଶୁଣି ପରିବାର ସଦସ୍ୟ ଚିନ୍ତାରେ ପଡିଛନ୍ତି। ଘରେ ଖାଇବା ପିଇବା ନାହିଁ। ପୁଅ ମୁଣ୍ଡ ପାଖରେ ବସି ବାହୁନି ବାହୁନି କାନ୍ଦୁଛି ବୁଢ଼ୀ ମା’ ଓ ସ୍ତ୍ରୀ। ଏବେ ବିଛଣାରେ ରୋଜଗାରିଆ ଅଭିରାମ। ଘରେ ଟଙ୍କାଟିଏ ନାହିଁ ଔଷଧ ଖାଇବାକୁ। ଧାର କରଜ ଓ ଗାଁ ଲୋକଙ୍କ ସାହାଯ୍ୟରେ ମେଡିକାଲ ଯାଇଥିଲେ। ଏକ ମାସ ପାଇଁ ଔଷଧ ଆଣିଥିଲେ। ଏମାନଙ୍କ ପାଖରେ ୧୫ ଲକ୍ଷ ଟଙ୍କା କେଉଁଠୁ ଆସିବ। ଏ ଦୁଃଖ ସମୟରେ ପାଠ ପଢ଼ିଲା ବୟସରେ ଝିଅ ଓ ପୁଅ ତାମିଲନାଡୁର ଏକ ସୂତାକଳରେ କାମ କରିବା ଆରମ୍ଭ କରିଛନ୍ତି। ଅଭିରାମଙ୍କୁ ଭଲ କରିବା ଲାଗି କାନ୍ଦି କାନ୍ଦି ବୁଢୀ ମା’ ଓ ସ୍ତ୍ରୀ ସାହାଯ୍ୟ ମାଗୁଛନ୍ତି। କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କଲେ ବଞ୍ଚତ୍ ଯାଆନ୍ତା ଅଭିରାମଙ୍କ ଜୀବନ ବୋଲି ପୁରା ପରିବାର ଆକୁଳ ନିବେଦନ କରିଛନ୍ତି।

The post ଅଭିରାମଙ୍କ ୨ କିଡ୍‌ନୀ ନଷ୍ଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ appeared first on Dharitri Odia News.