ଅଭିଷେକଙ୍କୁ ଡେଟିଂ ଗୁଜବକୁ ନେଇ ମୁହଁ ଖୋଲିଲେ ନିମ୍ରତ, କହିଲେ ଲୋକେ ଜଳି ଯାଉଛନ୍ତି…

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ନିମ୍ରତ କୌର ଖବର ଶିରୋନାମାରେ ଅଛନ୍ତି। ଏହାର କାରଣ ହେଉଛି ଅଭିଷେକ ବଚ୍ଚନଙ୍କ ସହିତ ତାଙ୍କର ସମ୍ପର୍କ ଗୁଜବ। ଏପର୍ଯ୍ୟନ୍ତ କେହି ମୁହଁ କୋଲି ନ ଥିବାବେଳେ ସୋସିଆଲ ମିଡିଆ ୟୁଜର୍ସମାନେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ନିମ୍ରତଙ୍କ ନାମକୁ ନେଇ ନାନା ପ୍ରକାର ଚର୍ଚ୍ଚା କରୁଥିବାର ଦେଖିବାକୁ ମିଳୁଛି। ଇଣ୍ଟରନେଟ ୟୁଜର୍ସମାନେ ଏଥିପାଇଁ ତାଙ୍କୁ ବହୁତ ଟ୍ରୋଲ କରୁଛନ୍ତି କିନ୍ତୁ ସେ […] The post ଅଭିଷେକଙ୍କୁ ଡେଟିଂ ଗୁଜବକୁ ନେଇ ମୁହଁ ଖୋଲିଲେ ନିମ୍ରତ, କହିଲେ ଲୋକେ ଜଳି ଯାଉଛନ୍ତି… appeared first on Dharitri Odia News.

ଅଭିଷେକଙ୍କୁ ଡେଟିଂ ଗୁଜବକୁ ନେଇ ମୁହଁ ଖୋଲିଲେ ନିମ୍ରତ, କହିଲେ ଲୋକେ ଜଳି ଯାଉଛନ୍ତି…

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ନିମ୍ରତ କୌର ଖବର ଶିରୋନାମାରେ ଅଛନ୍ତି। ଏହାର କାରଣ ହେଉଛି ଅଭିଷେକ ବଚ୍ଚନଙ୍କ ସହିତ ତାଙ୍କର ସମ୍ପର୍କ ଗୁଜବ। ଏପର୍ଯ୍ୟନ୍ତ କେହି ମୁହଁ କୋଲି ନ ଥିବାବେଳେ ସୋସିଆଲ ମିଡିଆ ୟୁଜର୍ସମାନେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ନିମ୍ରତଙ୍କ ନାମକୁ ନେଇ ନାନା ପ୍ରକାର ଚର୍ଚ୍ଚା କରୁଥିବାର ଦେଖିବାକୁ ମିଳୁଛି।

ଇଣ୍ଟରନେଟ ୟୁଜର୍ସମାନେ ଏଥିପାଇଁ ତାଙ୍କୁ ବହୁତ ଟ୍ରୋଲ କରୁଛନ୍ତି କିନ୍ତୁ ସେ ଏହାକୁ ଏବେଯାଏ ଅଣଦେଖା କରୁଥିଲେ। କିନ୍ତୁ ଏବେ ସେ ଏକ ରିଲ ପୋଷ୍ଟ କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ନିମ୍ରତ ‘ଲୋକ ଦେଖତେ ଜଲ ଜାଏ’ ନେଇ ଏକ ରିଲ ପୋଷ୍ଟ କରିଛନ୍ତି। ନିମ୍ରତ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ମଜାଳିଆ ରିଲ ପୋଷ୍ଟ କରିଛନ୍ତି। ଭିଡିଓରେ ନିମ୍ରତ କହିଛନ୍ତି, ବନ୍ଧୁତା ଏଭଳି ହେବା ଉଚିତ ଯାହାକୁ ନେଇ ଲୋକେ ଇର୍ଷାନ୍ବିତ ହେବେ। ସେ ପାଟିରେ ହାତ ଦେଇଥିବାର ଦେଖିବାକୁ ମିଳୁଛି।

 

View this post on Instagram

 

A post shared by Nimrat Kaur (@nimratofficial)

କିଛି ଦିନ ପୂର୍ବରୁ ନିମ୍ରତ ସିଟାଡେଲ ହନି ବନି ଫିଲ୍ମର ସ୍କ୍ରିନିଂରେ ନଜର ଆସିଥିଲେ। ଗଣମାଧ୍ୟମ ସହିତ ବାର୍ତ୍ତାଳାପ ସମୟରେ ଅଭିନେତ୍ରୀଙ୍କୁ ଅନେକ ବିଷୟରେ ପ୍ରଶ୍ନ କରାଯାଇଥିଲା। ସେମାନଙ୍କର ଡେଟିଂ ଗୁଜବ ପାଇଁ ଅଭିଷେକ ବଚ୍ଚନ ଏବଂ ନିମ୍ରତ କୌରଙ୍କୁ ବହୁତ ଟ୍ରୋଲ କରାଯାଇଥିଲା।

The post ଅଭିଷେକଙ୍କୁ ଡେଟିଂ ଗୁଜବକୁ ନେଇ ମୁହଁ ଖୋଲିଲେ ନିମ୍ରତ, କହିଲେ ଲୋକେ ଜଳି ଯାଉଛନ୍ତି… appeared first on Dharitri Odia News.