ଅଭ୍ୟାସ ମ୍ୟାଚ୍ ସମୟରେ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ, କ୍ରିକେଟ ଛାଡ଼ି କୁସ୍ତିରେ ମାତିଲେ: Video
ନୂଆଦିଲ୍ଲୀ,୧୬।୫: ଆଇପିଏଲ୍ରେ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଦଳ ପ୍ଲେଅଫ୍ ରେସ୍ରୁ ପ୍ରଥମେ ବାଦ୍ ପଡ଼ିଥିଲା। ଏବେ ମୁମ୍ବାଇର ଅନ୍ତିମ ମ୍ୟାଚ୍ କେବଳ ଔପଚାରିକତା ବିଶିଷ୍ଟ ରହିବ। ଏହାପୂର୍ବରୁ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ଓ୍ବାଙ୍ଖଡେରେ ମୁମ୍ବାଇର ଅଭ୍ୟାସ ସମୟରେ ଈଶାନ କିଶନ ଏବଂ ଟିମ୍ ଡେଭିଡଙ୍କ ମଧ୍ୟରେ ଜବରଦସ୍ତ କୁସ୍ତି କରିଥିବା ଭିଡିଓ ଭାଇରାଲ ହେଉଛି। ଗୋଟିଏ ପଟେ ଦଳର ଖେଳାଳିମାନେ ବ୍ୟାଟିଂ ଏବଂ ବୋଲିଂ ଅଭ୍ୟାସ କରୁଥିବା ବେଳେ, ଅନ୍ୟପକ୍ଷେ […] The post ଅଭ୍ୟାସ ମ୍ୟାଚ୍ ସମୟରେ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ, କ୍ରିକେଟ ଛାଡ଼ି କୁସ୍ତିରେ ମାତିଲେ: Video appeared first on Dharitri Odia News.
ନୂଆଦିଲ୍ଲୀ,୧୬।୫: ଆଇପିଏଲ୍ରେ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଦଳ ପ୍ଲେଅଫ୍ ରେସ୍ରୁ ପ୍ରଥମେ ବାଦ୍ ପଡ଼ିଥିଲା। ଏବେ ମୁମ୍ବାଇର ଅନ୍ତିମ ମ୍ୟାଚ୍ କେବଳ ଔପଚାରିକତା ବିଶିଷ୍ଟ ରହିବ। ଏହାପୂର୍ବରୁ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ଓ୍ବାଙ୍ଖଡେରେ ମୁମ୍ବାଇର ଅଭ୍ୟାସ ସମୟରେ ଈଶାନ କିଶନ ଏବଂ ଟିମ୍ ଡେଭିଡଙ୍କ ମଧ୍ୟରେ ଜବରଦସ୍ତ କୁସ୍ତି କରିଥିବା ଭିଡିଓ ଭାଇରାଲ ହେଉଛି।
ଗୋଟିଏ ପଟେ ଦଳର ଖେଳାଳିମାନେ ବ୍ୟାଟିଂ ଏବଂ ବୋଲିଂ ଅଭ୍ୟାସ କରୁଥିବା ବେଳେ, ଅନ୍ୟପକ୍ଷେ ଈଶାନ ଏବଂ ଡେଭିଡ ଭିନ୍ନ ମୁକାବିଲାରେ ଲାଗିଥିଲେ। ଉଭୟଙ୍କ କୁସ୍ତିର ଭିଡିଓ ମୁମ୍ବାଇ ପ୍ରଶଂସକଙ୍କ ସହ ଶେୟାର କରିଛି। ଈଶାନ ଡେଭିଡଙ୍କୁ ହରାଇବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଛନ୍ତି।
ଭିଡିଓକୁ ଦେଖି ଅନେକ ଉଭୟ ଖେଳାଳିଙ୍କୁ ଆଘାତ ଲାଗିପାରିଥାନ୍ତା ବୋଲି କହିଛନ୍ତି। ଈଶାନ ଆଇପିଏଲ୍ ପରେ ଆରାମ କରୁଥିବା ନଜର ଆସିବେ। ହେଲେ ଡେଭିଡ୍ ଟି୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଟିମ୍ରେ ଚୟନ ହୋଇଛି।
Warning: These are trained professionals, don’t try this at home
#MumbaiMeriJaan #MumbaiIndians | @ishankishan51 | @timdavid8 pic.twitter.com/GcSsfOJ7Qh
— Mumbai Indians (@mipaltan) May 16, 2024
The post ଅଭ୍ୟାସ ମ୍ୟାଚ୍ ସମୟରେ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ, କ୍ରିକେଟ ଛାଡ଼ି କୁସ୍ତିରେ ମାତିଲେ: Video appeared first on Dharitri Odia News.