ଅଭ୍ୟାସଗତ ଅପରାଧୀ ଭାବେ ଚାଷୀନେତାଙ୍କୁ ନୋଟିସ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଚାଷୀଙ୍କ ହକ୍‌ ପାଇଁ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ତଥା ଚାଷୀନେତା ରମେଶ ମହାପାତ୍ରଙ୍କୁ ବରଗଡ଼ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ଏହି ନୋଟିସ୍‌ରେ ଆସନ୍ତା ଅକ୍ଟୋବର ୧ତାରିଖରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ହାଜର ହେବାକୁ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଏକବର୍ଷ ପାଇଁ ସ୍ଥାନୀୟ ଅଞ୍ଚଳରେ ଭଲ ବ୍ୟବହାର ପାଇଁ କାହିଁକି ୨ସ୍ଥାନୀୟ ଜାମିନଦାର (ଜଣେ ସରକାରୀ କର୍ମଚାରୀ)ଙ୍କ ସହିତ ଚୁକ୍ତିନାମା(ବଣ୍ଡ୍‌) […] The post ଅଭ୍ୟାସଗତ ଅପରାଧୀ ଭାବେ ଚାଷୀନେତାଙ୍କୁ ନୋଟିସ appeared first on Dharitri Odia News.

ଅଭ୍ୟାସଗତ ଅପରାଧୀ ଭାବେ ଚାଷୀନେତାଙ୍କୁ ନୋଟିସ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଚାଷୀଙ୍କ ହକ୍‌ ପାଇଁ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ତଥା ଚାଷୀନେତା ରମେଶ ମହାପାତ୍ରଙ୍କୁ ବରଗଡ଼ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ଏହି ନୋଟିସ୍‌ରେ ଆସନ୍ତା ଅକ୍ଟୋବର ୧ତାରିଖରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ହାଜର ହେବାକୁ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଏକବର୍ଷ ପାଇଁ ସ୍ଥାନୀୟ ଅଞ୍ଚଳରେ ଭଲ ବ୍ୟବହାର ପାଇଁ କାହିଁକି ୨ସ୍ଥାନୀୟ ଜାମିନଦାର (ଜଣେ ସରକାରୀ କର୍ମଚାରୀ)ଙ୍କ ସହିତ ଚୁକ୍ତିନାମା(ବଣ୍ଡ୍‌) ଦାଖଲ କରା ନ ଯିବ, ସେ ନେଇ କାରଣ ଦର୍ଶାଇବାକୁ ନୋଟିସ୍‌ରେ ଦର୍ଶାଯାଇଛି।

ବରଗଡ଼ ଟାଉନ ଥାନାରେ ଦଫା ୧୨୯ ବିଏନଏସଏସ୍‌ରେ ରୁଜୁ ହୋଇଥିବା ସିଆରଲ. ମିସ୍‌ କେଶ୍‌ ନଂ-୪୮୪/୨୦୨୪) ଅନୁଯାୟୀ ଚାଷୀନେତା ମହାପାତ୍ରଙ୍କୁ ଏଭଳି ଆଦେଶ ଦିଆଯାଇଥିବା ନୋଟିସ୍‌ରେ ଉଲ୍ଲେଖ ରହିଛି। ତେବେ ଚାଷୀନେତା ମହାପାତ୍ରଙ୍କ ବିରୋଧରେ ପୋଲିସ ଏଫଆଇଆର୍‌ ଆଧାରରେ ଯାହାସବୁ ଦର୍ଶାଯାଇଛି ତାହା ଅନେକ ଲୋକଙ୍କୁ ଚକିତ କରିଥିବାବେଳେ ତାକୁ ନେଇ ଏବେ ଜିଲାବ୍ୟାପୀ ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କୁ ଜଣେ ପେଶାଗତ ଅପରାଧୀ ଏବଂ ଅସାମାଜିକ ବୋଲି କୁହାଯାଇଛି। ଜିଲାରେ ପ୍ରଥମଥର ପାଇଁ ଜଣେ ସକ୍ରିୟ ଚାଷୀନେତାଙ୍କୁ ପୋଲିସ ପେଶାଗତ ଅପରାଧୀ, ଅସାମାଜିକ ଏବଂ ଚାନ୍ଦା ଆଦାୟକାରୀ ଦର୍ଶାଇଥିବା ଯୋଗୁ ଚାଷୀ ସଙ୍ଗଗନଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

କେବଳ ସେତିକି ନୁହେଁ, ମହାପାତ୍ର ନିଜକୁ ଜଣେ ଚାଷୀନେତା ବୋଲି ପରିଚୟ ଦେବା ସହିତ ଚାଷୀଙ୍କଠାରୁ ଚାନ୍ଦା ଆଦାୟ କରୁଥିବା ଏବଂ ଲୋକଙ୍କୁ ବିଦ୍ୟୁତ୍‌ ବିଲ୍‌ ନ ଦେବାକୁ ପ୍ରବର୍ତ୍ତାଇବା ସହିତ ବିଦ୍ୟୁତ୍‌ ବିତରଣ କମ୍ପାନୀ ଏବଂ ସରକାରଙ୍କ ବ୍ୟାପକ କ୍ଷତି କରୁଥିବା ନୋଟିସରେ ଦର୍ଶାଯାଇଛି। ଚାଷୀନେତା ମହାପାତ୍ରଙ୍କ ଚରିତ୍ର ପ୍ରତି ପୋଲିସ ଏବଂ ପ୍ରଶାସନର ଏଭଳି ଆଚରଣ, ଆଭିମୁଖ୍ୟକୁ ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ, ପଦ୍ମପୁରର ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ସମେତ ବିଭିନ୍ନ ଚାଷୀ ସଙ୍ଗଠନ ଦୃଢ଼ ନିନ୍ଦା କରିଛନ୍ତି। ଅନ୍ୟପଟେ ଏ ନେଇ ଟାଉନ ଥାନା ଅଧିକାରୀ ସତ୍ୟଜିତ୍‌ କଣ୍ଡାନକେଲଙ୍କୁ ପଚାରିବାରୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ନୋଟିସ୍‌ କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ଚାଷୀନେତା ମହାପାତ୍ର କହିଛନ୍ତି, ପୋଲିସ କର୍ମଚାରୀ ତାଙ୍କୁ ଅପରାହ୍ନ ପ୍ରାୟ୧ଟାରେ ଗୋଟିଏ ନୋଟିସ୍‌ ଦେଇଥିଲେ। ସେଥିରେ ଆସନ୍ତା ଅକ୍ଟୋବର ୧ତାରିଖରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସନ୍ଧ୍ୟାରେ ପୁଣି ସେଭଳି ଏକ ନୋଟିସ୍‌ ତାଙ୍କୁ ପୋଲିସ କର୍ମଚାରୀ ଦେଇଛନ୍ତି, ଯେଉଁଥିରେ ଆସନ୍ତା ୩୦ତାରିଖ ଅର୍ଥାତ୍‌ ସୋମବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ଫଳରେ ସେ ୩୦ କିମ୍ବା ୧ତାରିଖରେ ହାଜର ହୋଇ ନିଜର ପକ୍ଷ ନିଶ୍ଚୟ ରଖିବେ ବୋଲି ମହାପାତ୍ର କହିଛନ୍ତି। ସେହିପରି ଚାଷୀ, ଭୂମିହୀନ, ନିଷ୍ପେସିତ ଲୋକଙ୍କ ହକ୍‌ ପାଇଁ ଯଦି ଲଢ଼େଇ କରିବା ଅପରାଧ, ତେବେ ଲୋକଙ୍କ ମୌଳିକ ଅଧିକାର ଆଉ କେଉଁଠି ରହିଲା ବୋଲି ମହାପାତ୍ର ପ୍ରଶ୍ନ କରିଛନ୍ତି।

The post ଅଭ୍ୟାସଗତ ଅପରାଧୀ ଭାବେ ଚାଷୀନେତାଙ୍କୁ ନୋଟିସ appeared first on Dharitri Odia News.