ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…
ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍ରେ ବାନ୍ଧି ଘୋଷାଡ଼ିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ୩ ଅଭିଯୁକ୍ତ ବୃଦ୍ଧଙ୍କୁ କିଛିବାଟ ଘୋଷାଡ଼ିବା ପରେ ରାସ୍ତାରେ ଛାଡ଼ିଦେଇ ଫେରାର ହୋଇଯାଇଥିଲେ। ରାଜଧାନୀ ରାଞ୍ଚତ୍ଠାରୁ ୨୭୫ କିଲୋମିଟର ଆମ୍ରୋରା ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ସୁରସ୍ବାତି ରାମ ନାମକ ବ୍ୟକ୍ତି ନିଜର ଗୋରୁଙ୍କୁ ନେଇ ବଂଶୀଧରନଗର ଉନ୍ତାରୀ ଯାଉଥିବା […] The post ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ… appeared first on Dharitri Odia News.
ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍ରେ ବାନ୍ଧି ଘୋଷାଡ଼ିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ୩ ଅଭିଯୁକ୍ତ ବୃଦ୍ଧଙ୍କୁ କିଛିବାଟ ଘୋଷାଡ଼ିବା ପରେ ରାସ୍ତାରେ ଛାଡ଼ିଦେଇ ଫେରାର ହୋଇଯାଇଥିଲେ।
ରାଜଧାନୀ ରାଞ୍ଚତ୍ଠାରୁ ୨୭୫ କିଲୋମିଟର ଆମ୍ରୋରା ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ସୁରସ୍ବାତି ରାମ ନାମକ ବ୍ୟକ୍ତି ନିଜର ଗୋରୁଙ୍କୁ ନେଇ ବଂଶୀଧରନଗର ଉନ୍ତାରୀ ଯାଉଥିବା ବେଳେ ସେ ଗୋରୁ ଚୋରାଚାଲାଣ କରୁଥିବା ସନ୍ଦେହ କରି ୩ଜଣ ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ ଏତଲା ଦାଏର ହୋଇଥିବା ବଂଶୀଧରନଗର ଉନ୍ତାରୀ ଏସ୍ଡିପିଓ କହିଛନ୍ତି। ସୁରସ୍ବାତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଅନ୍ୟମାନଙ୍କୁ ଧରିବା ନେଇ ତଦନ୍ତ ଚଳାଇଛି।
The post ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ… appeared first on Dharitri Odia News.