ଅମରନାଥ ଯାତ୍ରା ପାଇଁ କେମିତି କରିବେ ରେଜିଷ୍ଟ୍ରେସନ ? ଜାଣନ୍ତୁ ପୂରା ସୂଚନା

ନୂଆଦିଲ୍ଲୀ : ହିନ୍ଦୁ ଧର୍ମକୁ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ଅମରନାଥ ଯାତ୍ରାର ବିଶେଷ ମହତ୍ତ୍ୱ ରହିଛି। କହି ରଖୁଛୁ ଯେ, ଅମରନାଥ ଯାତ୍ରାର ଶୁଭାରମ୍ଭ ହୋଇ ସାରିଛି ଏବଂ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ପ୍ରତି ଶ୍ରଦ୍ଧାଳୁ ଖୁବ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ଯାତ୍ରା କରୁଥିବା କିଛି ଲୋକ ଯଦିଓ ନିଜର ଅନଲାଇନ ପଞ୍ଜୀକରଣ କରିସାରିଥିବେ, ହେଲେ ଏବେ ବି ଅନେକ ଏମିତି ଯାତ୍ରୀ ଥିବେ ଯିଏ ନିଜର ଅମରନାଥ ଯାତ୍ରା ପାଇଁ  ରେଜିଷ୍ଟ୍ରେସନ କରିପାରି ନଥିବେ। କହି ରଖୁଛୁ କି , ୩ ଜୁଲାଇରେ ଆରମ୍ଭ ହୋଇ ୯ ଅଗଷ୍ଟ ଯାଏ ଚାଲୁଥିବା ଏହି ଅମରନାଥ ଯାତ୍ରାରେ କୌଣସି ବି ଶ୍ରଦ୍ଧାଳୁଙ୍କୁ ବିନା ରେଜିଷ୍ଟ୍ରେସନର ଯାତ୍ରା କରିବାର ଅନୁମତି ଦିଆଯାଉ ନାହିଁ। ଚିନ୍ତାର ବିଷୟ ଏହା ଯେ, ଶ୍ରଦ୍ଧାଳୁଙ୍କୁ ପଞ୍ଜିକରଣ କେନ୍ଦ୍ରରେ ଲମ୍ୱା ଲାଇନ୍‌ ଓ ଅନିଶ୍ଚିତତାରମାହୋଲ ଦେଖିବାକୁ ମିଳୁଛି।  ଏହା ସତ୍ତ୍ୱେ ଘଣ୍ଟା ଘଣ୍ଟାର ଅପେକ୍ଷା ପରେ ମଧ୍ୟ ଟୋକନ ପାଇବା ପାଇଁ କଡ଼ା ସଂଘର୍ଷ କରୁଛନ୍ତି। ଯଦି ଆପଣ ମଧ୍ୟ ୩୮ ଦିନ ଚାଲୁଥିବା ଅମର ନାଥ ଯାତ୍ରା ପାଇଁ ଏବେସୁଦ୍ଧା ଆବେଦନ କରିନାହାନ୍ତି କିନ୍ତୁ ଅନଲାଇନ୍‌-ଅଫ୍‌ଲାଇନ୍‌ କେମିତି ବି , ନିଜର ରେଜିଷ୍ଟ୍ରେସନ କରାଇବାକୁ ଚାହାନ୍ତି ତ ଆମେ ଆପଣଙ୍କୁ  ଉଭୟ ଉପାୟରେ କହୁଛୁ, ଯେଉଁଥିରେ ଆପଣ ଯାତ୍ରା ପାଇଁ ରେଜିଷ୍ଟ୍ରେସନ   ବଡ଼ ସହଜରେ କରିପାରିବେ।ଅମରନାଥ ଯାତ୍ରାର ଅନଲାଇନ୍‌ ରେଜିଷ୍ଟ୍ରେସନ

ଅମରନାଥ ଯାତ୍ରା ପାଇଁ କେମିତି କରିବେ ରେଜିଷ୍ଟ୍ରେସନ ? ଜାଣନ୍ତୁ ପୂରା ସୂଚନା

ନୂଆଦିଲ୍ଲୀ : ହିନ୍ଦୁ ଧର୍ମକୁ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ଅମରନାଥ ଯାତ୍ରାର ବିଶେଷ ମହତ୍ତ୍ୱ ରହିଛି। କହି ରଖୁଛୁ ଯେ, ଅମରନାଥ ଯାତ୍ରାର ଶୁଭାରମ୍ଭ ହୋଇ ସାରିଛି ଏବଂ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ପ୍ରତି ଶ୍ରଦ୍ଧାଳୁ ଖୁବ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ଯାତ୍ରା କରୁଥିବା କିଛି ଲୋକ ଯଦିଓ ନିଜର ଅନଲାଇନ ପଞ୍ଜୀକରଣ କରିସାରିଥିବେ, ହେଲେ ଏବେ ବି ଅନେକ ଏମିତି ଯାତ୍ରୀ ଥିବେ ଯିଏ ନିଜର ଅମରନାଥ ଯାତ୍ରା ପାଇଁ  ରେଜିଷ୍ଟ୍ରେସନ କରିପାରି ନଥିବେ। 

କହି ରଖୁଛୁ କି , ୩ ଜୁଲାଇରେ ଆରମ୍ଭ ହୋଇ ୯ ଅଗଷ୍ଟ ଯାଏ ଚାଲୁଥିବା ଏହି ଅମରନାଥ ଯାତ୍ରାରେ କୌଣସି ବି ଶ୍ରଦ୍ଧାଳୁଙ୍କୁ ବିନା ରେଜିଷ୍ଟ୍ରେସନର ଯାତ୍ରା କରିବାର ଅନୁମତି ଦିଆଯାଉ ନାହିଁ। ଚିନ୍ତାର ବିଷୟ ଏହା ଯେ, ଶ୍ରଦ୍ଧାଳୁଙ୍କୁ ପଞ୍ଜିକରଣ କେନ୍ଦ୍ରରେ ଲମ୍ୱା ଲାଇନ୍‌ ଓ ଅନିଶ୍ଚିତତାରମାହୋଲ ଦେଖିବାକୁ ମିଳୁଛି।  ଏହା ସତ୍ତ୍ୱେ ଘଣ୍ଟା ଘଣ୍ଟାର ଅପେକ୍ଷା ପରେ ମଧ୍ୟ ଟୋକନ ପାଇବା ପାଇଁ କଡ଼ା ସଂଘର୍ଷ କରୁଛନ୍ତି। ଯଦି ଆପଣ ମଧ୍ୟ ୩୮ ଦିନ ଚାଲୁଥିବା ଅମର ନାଥ ଯାତ୍ରା ପାଇଁ ଏବେସୁଦ୍ଧା ଆବେଦନ କରିନାହାନ୍ତି କିନ୍ତୁ ଅନଲାଇନ୍‌-ଅଫ୍‌ଲାଇନ୍‌ କେମିତି ବି , ନିଜର ରେଜିଷ୍ଟ୍ରେସନ କରାଇବାକୁ ଚାହାନ୍ତି ତ ଆମେ ଆପଣଙ୍କୁ  ଉଭୟ ଉପାୟରେ କହୁଛୁ, ଯେଉଁଥିରେ ଆପଣ ଯାତ୍ରା ପାଇଁ ରେଜିଷ୍ଟ୍ରେସନ   ବଡ଼ ସହଜରେ କରିପାରିବେ।

ଅମରନାଥ ଯାତ୍ରାର ଅନଲାଇନ୍‌ ରେଜିଷ୍ଟ୍ରେସନ ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଶ୍ରୀ ଅମରନାଥଜୀ ଶ୍ରାଇନ୍‌ ବୋର୍ଡ (ଏସଏଏସବି)ର ଅଫିସିଆଲ ୱେବସାଇଟ୍‌ jksasb.nic.inରେ ଭିଡ଼ିଟ୍‌ କରିବାକୁ ହେବ। ଏହି ୱେବସାଇଟ୍‌କୁ ଯାଇ ଆପଣଙ୍କୁ ନିଜର ଯାତ୍ରା  ସହ ଜଡ଼ିତ କାଗଜପତ୍ରର ଡିଜିଟାଲ କପି ଅପଲୋଡ୍ କରିବାକୁ ହୋଇଥାଏ। ଆପଣ ଚାହିଁଲେ ଏହି ସମୟରେ ନିଜ ଯାତ୍ରାର ସ୍ଲଟ୍‌ ମଧ୍ୟ ପୂର୍ବରୁ ବୁକ୍‌ କରି ପାରିବେ। ଏହାପରେ ଯାତ୍ରା ପରମିଟ୍‌ ରେଜିଷ୍ଟ୍ରେସନର ବଟନ ଦବାନ୍ତୁ। ଆପଣଙ୍କ ସମ୍ମୁଖରେ ଏକ ଫର୍ମ ଖୋଲିବ, ଯେଉଁଥିରେ ଯାତ୍ରାର ରାସ୍ତା, ଯାତ୍ରାର ତାରିଖ ,ଯାତ୍ରୀଙ୍କ ପୂରା ସୂଚନା ଓ ମେଡିକାଲ ତଥ୍ୟ ଭରିବାକୁ ହେବ। ଏତିକି କରିବା ପରେ ଆପଣଙ୍କୁ ନିଜର ଏକ ପାସପୋର୍ଟ ସାଇଜ୍‌ ଫଟୋ, ଆଇଡି ଓ ମେଡିକାଲ ସାର୍ଟିଫିକେଟ୍‌ର କପି ଅପଲୋଡ୍‌ କରିବାକୁ ହେବ। ଏହାପରେ ଆପଣଙ୍କ ପାଖକୁ ଏକ ପେମେଣ୍ଟର ଅପସନ ଆସିବ, ଯାହାକୁ ପୂରା କରିବା କ୍ଷଣି ଆପଣ ନିଜର ଯାତ୍ରା ପରମିଟ୍‌ ଡାଇନଲୋଡ୍‌ କରି ପାରିବେ।  

ଶ୍ରୀ ଅମରନାଥଜୀ ଶ୍ରାଇନ୍‌ ବୋର୍ଡ ( ଏସଏଏସବି) ଅଫଲାଇନ୍‌ ରେଜିଷ୍ଟ୍ରେସନ ପାଇଁ ସାରାଦେଶରେ ୫୩୩ ବ୍ୟାଙ୍କ୍‌ ଶାଖାଗୁଡ଼ିକୁ ଅଧିକୃତ କରିଛି। କହି ରଖୁଛୁ କି , ଏଥିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ , ଷ୍ଟେଟ୍‌ ବ୍ୟାଙ୍କ୍‌ ଇଣ୍ଡିଆ , ଜମ୍ମୁ-କାଶ୍ମୀର ବ୍ୟାଙ୍କ୍‌ ଓ ୟସ୍‌ ବ୍ୟାଙ୍କ ଭଳି ଅନେକ ଶାଖା ରହିଛି। ଏଠାକୁ ଆସି ଆପଣଙ୍କୁ କେୱାଇସି ଓ ହେଲଥ୍‌ ସାର୍ଟିଫିକେଟ୍‌ ଜମା କରି ପେମେଣ୍ଟ କରିବାକୁ ହେବ। ଏହାପରେ ଆପଣଙ୍କୁ ଯାତ୍ରା ପାଇଁ ପାସ୍‌ ମିଳିଯିବ।