ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଆତ୍ମାହୁତି ଦେବି କହି…

ଭୁବନେଶ୍ୱର,୨୪।୭: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ସୂଚନାନୁଯାୟୀ, ଅମରେଶ ଯୁବତୀଙ୍କ ସହ ୨୦୨୩ରୁ ସମ୍ପର୍କ ରଖିଥିବା ବେଳେ ନାବାଳିକା ଥିଲି ବୋଲି ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି। କାର୍ଯ୍ୟାନୁଷ୍ଠାନ ନ ହେଲେ ଆତ୍ମାହୁତି ଦେବି ବୋଲି ଲେଖିଛନ୍ତି। ଏହାପରେ ମାମଲା ରୁଜୁ କରି ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଏଥିସହ ଡାକ୍ତରୀ ମାଇନା […] The post ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଆତ୍ମାହୁତି ଦେବି କହି… appeared first on Dharitri Odia News.

ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଆତ୍ମାହୁତି ଦେବି କହି…
ଭୁବନେଶ୍ୱର,୨୪।୭: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ଜଣେ ଯୁବତୀ।
ସୂଚନାନୁଯାୟୀ, ଅମରେଶ ଯୁବତୀଙ୍କ ସହ ୨୦୨୩ରୁ ସମ୍ପର୍କ ରଖିଥିବା ବେଳେ ନାବାଳିକା ଥିଲି ବୋଲି ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି। କାର୍ଯ୍ୟାନୁଷ୍ଠାନ ନ ହେଲେ ଆତ୍ମାହୁତି ଦେବି ବୋଲି ଲେଖିଛନ୍ତି। ଏହାପରେ ମାମଲା ରୁଜୁ କରି ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଏଥିସହ ଡାକ୍ତରୀ ମାଇନା ପାଇଁ ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍କୁ ପଠାଇଛି। ଅପରପକ୍ଷେ ପୀଡ଼ିତାଙ୍କ ଅଭିଯୋଗ ନେଇ ଅମରେଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

The post ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଆତ୍ମାହୁତି ଦେବି କହି… appeared first on Dharitri Odia News.