ଅମଳ ପରେ ପ୍ରଥମ ଫସଲକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଲେ ଚାଷୀ

କେନ୍ଦୁଝର,୨୨।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ କେନ୍ଦୁଝର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରୋତ୍ସାହନରେ ଜୈବିକ ପଦ୍ଧତିରେ ହରିଚନ୍ଦନପୁର ବ୍ଲକରେ ହୋଇଛି ଷ୍ଟ୍ରବେରୀ ଚାଷ। ଶନିବାର ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦୁଝର ଶାଖାର ନବନିର୍ମିତ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବାକୁ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଷ୍ଟ୍ରବେରୀ ଚାଷୀ ଭେଟି ନିଜ ପ୍ରଥମ ଅମଳକୁ ଉପହାର ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଷ୍ଟ୍ରବେରୀ ବିକ୍ରି ପାଇଁ ହୋଇଥିବା ଷ୍ଟଲକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ […] The post ଅମଳ ପରେ ପ୍ରଥମ ଫସଲକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଲେ ଚାଷୀ appeared first on Dharitri Odia News.

ଅମଳ ପରେ ପ୍ରଥମ ଫସଲକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଲେ ଚାଷୀ

କେନ୍ଦୁଝର,୨୨।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ କେନ୍ଦୁଝର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରୋତ୍ସାହନରେ ଜୈବିକ ପଦ୍ଧତିରେ ହରିଚନ୍ଦନପୁର ବ୍ଲକରେ ହୋଇଛି ଷ୍ଟ୍ରବେରୀ ଚାଷ। ଶନିବାର ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦୁଝର ଶାଖାର ନବନିର୍ମିତ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବାକୁ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଷ୍ଟ୍ରବେରୀ ଚାଷୀ ଭେଟି ନିଜ ପ୍ରଥମ ଅମଳକୁ ଉପହାର ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଷ୍ଟ୍ରବେରୀ ବିକ୍ରି ପାଇଁ ହୋଇଥିବା ଷ୍ଟଲକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।

କାର୍ଯ୍ୟକ୍ରମରେ ଜିଲାପାଳ ବିଶାଲ ସିଂହ, କେନ୍ଦୁଝର ସମନ୍ବିତ ଆଦିବାସୀ ବିକାଶ ସଂସ୍ଥାର ପ୍ରକଳ୍ପ ଅଧିକାରୀ ସୌମ୍ୟ ସାର୍ଥକ ମିଶ୍ର, ପ୍ରକଳ୍ପ ପ୍ରବନ୍ଧକ ସଚ୍ଚିଦାନନ୍ଦ ମିଶ୍ରଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟ୍ରବେରୀ ଚାଷୀଙ୍କୁ ଅଧିକ ପରିମାଣରେ ଚାଷ କରି ଲାଭାନ୍ବିତ ହେବାକୁ ପରାମର୍ଶ ଦେଇଥିଲେ। ଏପରିକି ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

The post ଅମଳ ପରେ ପ୍ରଥମ ଫସଲକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଲେ ଚାଷୀ appeared first on Dharitri Odia News.