ଅମଳ ପୂର୍ବରୁ ଧାନ ଫସଲରେ ରୋଗପୋକ
ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଅଧିକ ଧାନଚାଷ ଯୋଗୁ କୃଷି ପ୍ରଧାନ ଜିଲା ଭାବେ ମଧ୍ୟ ଏହି ଜିଲା ପରିଚିତ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ। ଫସଲ ଅମଳ ପରେ ଧାନର ଅଭାବୀ ବିକ୍ରି ଯୋଗୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଅନ୍ୟପଟେ ଅମଳ ଆରମ୍ଭରୁ ମଧ୍ୟ ଚାଷୀଙ୍କ ଦୁର୍ଦ୍ଦଶା ଥମୁନାହିଁ। ଜିଲାରେ ଆଗକୁ ଧାନ ଅମଳ ହେବାକୁ ରହିଛି। କିନ୍ତୁ ଅମଳ ନ ହେଉଣୁ ଧାନ ଫସଲରେ […] The post ଅମଳ ପୂର୍ବରୁ ଧାନ ଫସଲରେ ରୋଗପୋକ appeared first on Dharitri Odia News.
ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଅଧିକ ଧାନଚାଷ ଯୋଗୁ କୃଷି ପ୍ରଧାନ ଜିଲା ଭାବେ ମଧ୍ୟ ଏହି ଜିଲା ପରିଚିତ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ। ଫସଲ ଅମଳ ପରେ ଧାନର ଅଭାବୀ ବିକ୍ରି ଯୋଗୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଅନ୍ୟପଟେ ଅମଳ ଆରମ୍ଭରୁ ମଧ୍ୟ ଚାଷୀଙ୍କ ଦୁର୍ଦ୍ଦଶା ଥମୁନାହିଁ। ଜିଲାରେ ଆଗକୁ ଧାନ ଅମଳ ହେବାକୁ ରହିଛି। କିନ୍ତୁ ଅମଳ ନ ହେଉଣୁ ଧାନ ଫସଲରେ ରୋଗପୋକ ଉପଦ୍ରବ ଚାଷୀଙ୍କ ନିଦ ହଜାଇ ଦେଇଛି। ଚାଷୀମାନେ ତୁହାକୁ ତୁହା କୀଟନାଶକ ପ୍ରୟୋଗ କରୁଛନ୍ତି। ମାତ୍ର କିଛି ସୁଧାର ଆସୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। କାଣ୍ଡବିନ୍ଧା ପୋକ, ନଳୀପୋକ, ସଢ଼ାରୋଗ ପରେ ଏବେ ଜିଲାର ବିଭିନ୍ନ ସ୍ଥାନରେ ଧାନ ଫସଲରେ ଚକଡ଼ା (ମାଟିଆ ଗୁଣ୍ଡି) ରୋଗପୋକ ଉପଦ୍ରବ ହେଲାଣି। ଏହା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଅପରପକ୍ଷେ ଆଗଭଳି ବର୍ତ୍ତମାନ ଆଉ କୀଟନାଶକରେ ଚାଷୀଙ୍କୁ ରିହାତି ମିଳୁନାହିଁ। ଫଳରେ ପୂର୍ବାପେକ୍ଷା ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ୁଛି ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ ମିଶ୍ରଙ୍କୁ ପଚାରିବାରୁ କାଁ ଭାଁ କିଛି କୀଟନାଶକରେ ରିହାତି ମିଳୁଛି। କିନ୍ତୁ ଏପର୍ଯ୍ୟନ୍ତ ଠାକୁରଙ୍କ ଦୟାରୁ ଧାନ ଫସଲରେ ସେଭଳି କିଛି ରୋଗପୋକ ଉପଦ୍ରବ ହୋଇନାହିଁ। ଯେଉଁଠି ଫସଲରେ ରୋଗପୋକ ଉପଦ୍ରବ ହୋଇଥିବା ସୂଚନା ପାଇଲେ ସେଠାକୁ କୃଷି ବିଭାଗ ଟିମ୍ ପହଞ୍ଚତ୍ ବିହିତ ପଦକ୍ଷେପ ନେବେ ବୋଲି ସେ କହିଥିଲେ।
The post ଅମଳ ପୂର୍ବରୁ ଧାନ ଫସଲରେ ରୋଗପୋକ appeared first on Dharitri Odia News.