ଅମାନତ ହରାଇଛନ୍ତି ୮୫% ପ୍ରାର୍ଥୀ

ନାଗପୁର,୨୭ା୧୧:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୋଟ ୪,୧୩୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ମଧ୍ୟରୁ ୩,୫୧୫ ଜଣ ଇସିଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ଭୋଟ ଶେୟାର ହାସଲ କରିବାରେ ବିଫଳ ହୋଇଥିବାରୁ ଅମାନତ ଜମା ହରାଇଛନ୍ତି। ସେମାନଙ୍କର ୩.୫ କୋଟି ଅମାନତ ଜମା ବାଜ୍ୟାପ୍ତ ହୋଇଛି, ଯାହାକି ୧୦ ବର୍ଷ ମଧ୍ୟରେ ସର୍ବାଧିକ। ୨୦୧୪ରେ ୩,୪୨୨ ପ୍ରାର୍ଥୀ (୮୩.୧ ପ୍ରତିଶତ) ଅମାନତ ଜମା ବାବଦରେ ୩.୪ କୋଟି ଟଙ୍କା ହରାଇଥିଲେ। ସେହିପରି ୨୦୧୯ରେ ୩,୨୩୭ ପ୍ରାର୍ଥୀ (୮୦.୫%) ଅମାନତ ଜମା […] The post ଅମାନତ ହରାଇଛନ୍ତି ୮୫% ପ୍ରାର୍ଥୀ appeared first on Dharitri Odia News.

ଅମାନତ ହରାଇଛନ୍ତି ୮୫% ପ୍ରାର୍ଥୀ

ନାଗପୁର,୨୭ା୧୧:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୋଟ ୪,୧୩୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ମଧ୍ୟରୁ ୩,୫୧୫ ଜଣ ଇସିଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ଭୋଟ ଶେୟାର ହାସଲ କରିବାରେ ବିଫଳ ହୋଇଥିବାରୁ ଅମାନତ ଜମା ହରାଇଛନ୍ତି। ସେମାନଙ୍କର ୩.୫ କୋଟି ଅମାନତ ଜମା ବାଜ୍ୟାପ୍ତ ହୋଇଛି, ଯାହାକି ୧୦ ବର୍ଷ ମଧ୍ୟରେ ସର୍ବାଧିକ। ୨୦୧୪ରେ ୩,୪୨୨ ପ୍ରାର୍ଥୀ (୮୩.୧ ପ୍ରତିଶତ) ଅମାନତ ଜମା ବାବଦରେ ୩.୪ କୋଟି ଟଙ୍କା ହରାଇଥିଲେ। ସେହିପରି ୨୦୧୯ରେ ୩,୨୩୭ ପ୍ରାର୍ଥୀ (୮୦.୫%) ଅମାନତ ଜମା ବାବଦକୁ ୨.୬ କୋଟି ଟଙ୍କା ହରାଇଥିଲେ।
ଲୋକ ପ୍ରତିନିଧି ଆଇନ, ୧୯୫୧ ଅନୁଯାୟୀ, ଜଣେ ପ୍ରାର୍ଥୀ ତାଙ୍କ ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନର ଅନୂ୍ୟନ ଏକ-ଷଷ୍ଠାଂଶ ହାସଲ କରିବାରେ ବିଫଳ ହେଲେ ତାଙ୍କ ଅମାନତ ଜମା ବାଜ୍ୟାପ୍ତ ହୋଇଥାଏ। ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ୧୦ ହଜାର ଟଙ୍କା ଏବଂ ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କୁ ୫ ହଜାର ଟଙ୍କା ଅମାନତ ଜମା କରିବାକୁ ପଡ଼ିଥାଏ। ଏଥର ନିର୍ବାଚନରେ ମହାବିକାଶ ଅଘାଡ଼ି ୨୨ ଆସନରେ ଅମାନତ ହରାଇଛି। କଂଗ୍ରେସ ଏକାକୀ ୯ ଆସନରେ ଅମାନତ ହରାଇଥିବାବେଳେ ଶିବସେନା (ୟୁବିଟି) ୮ଟି ଏବଂ ଏନ୍‌ସିପି (ଏସ୍‌ପି) ୩ ଆସନରେ ଅମାନତ ହରାଇଛି।

The post ଅମାନତ ହରାଇଛନ୍ତି ୮୫% ପ୍ରାର୍ଥୀ appeared first on Dharitri Odia News.