ଅମାନବୀୟ କାଣ୍ଡ, କୋଠରୀରେ ବନ୍ଦ କରି ୧୦୦ ଲୋକଙ୍କୁ ଜୀବନ୍ତ ଜାଳିଦେଲେ ବନ୍ଧୁକଧାରୀ

ଅବୁଜା,୧୫।୬: ନାଇଜେରିଆର କେନ୍ଦ୍ରୀୟ ବେନୁ ରାଜ୍ୟର ୟେଲେୱାଟା ଗାଁରେ ଏକ ଭୟଙ୍କର ଘଟଣା ଘଟିଛି। ବନ୍ଧୁକଧାରୀମାନେ ଏହି ଗାଁରେ ଅତି କମରେ ୧୦୦ ଜଣଙ୍କୁ ହତ୍ୟା କରିଛନ୍ତି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ନାଇଜେରିଆ ଶନିବାର ଏହି ସୂଚନା ଦେଇଛି। ଆମ୍ନେଷ୍ଟି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ଘଟଣା ବିଷୟରେ ସୂଚନା ଦେଇ କହିଛି ଯେ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ଡଜନ ଡଜନ ଆହତ ହୋଇଛନ୍ତି। ଅନେକ ପରିବାରକୁ ସେମାନଙ୍କ କୋଠରୀରେ ବନ୍ଦ […] The post ଅମାନବୀୟ କାଣ୍ଡ, କୋଠରୀରେ ବନ୍ଦ କରି ୧୦୦ ଲୋକଙ୍କୁ ଜୀବନ୍ତ ଜାଳିଦେଲେ ବନ୍ଧୁକଧାରୀ appeared first on Dharitri Odia News.

ଅମାନବୀୟ କାଣ୍ଡ, କୋଠରୀରେ ବନ୍ଦ କରି ୧୦୦ ଲୋକଙ୍କୁ ଜୀବନ୍ତ ଜାଳିଦେଲେ ବନ୍ଧୁକଧାରୀ

ଅବୁଜା,୧୫।୬: ନାଇଜେରିଆର କେନ୍ଦ୍ରୀୟ ବେନୁ ରାଜ୍ୟର ୟେଲେୱାଟା ଗାଁରେ ଏକ ଭୟଙ୍କର ଘଟଣା ଘଟିଛି। ବନ୍ଧୁକଧାରୀମାନେ ଏହି ଗାଁରେ ଅତି କମରେ ୧୦୦ ଜଣଙ୍କୁ ହତ୍ୟା କରିଛନ୍ତି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ନାଇଜେରିଆ ଶନିବାର ଏହି ସୂଚନା ଦେଇଛି।
ଆମ୍ନେଷ୍ଟି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ଘଟଣା ବିଷୟରେ ସୂଚନା ଦେଇ କହିଛି ଯେ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ଡଜନ ଡଜନ ଆହତ ହୋଇଛନ୍ତି। ଅନେକ ପରିବାରକୁ ସେମାନଙ୍କ କୋଠରୀରେ ବନ୍ଦ କରି ଜୀବନ୍ତ ଜାଳି ଦିଆଯାଇଛି।
ନାଇଜେରିଆର ମଧ୍ୟଭାଗରେ ଅବସ୍ଥିତ ବେନୁ ରାଜ୍ୟର ଉତ୍ତର ଅଞ୍ଚଳ ଦକ୍ଷିଣ ଅଞ୍ଚଳରେ ମୁସଲିମ ବହୁଳ ଏବଂ ଖ୍ରୀଷ୍ଟିଆନ ବହୁଳ ଅଞ୍ଚଳରେ ବିଭକ୍ତ। ଜମି ବ୍ୟବହାରକୁ ନେଇ ଏହି ଅଞ୍ଚଳରେ ପଶୁପାଳକ ଏବଂ କୃଷକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ସଂଘର୍ଷ ଚାଲିଛି। ଏବେ ଏହାର କରୁଣ ପରିଣତି ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି।

The post ଅମାନବୀୟ କାଣ୍ଡ, କୋଠରୀରେ ବନ୍ଦ କରି ୧୦୦ ଲୋକଙ୍କୁ ଜୀବନ୍ତ ଜାଳିଦେଲେ ବନ୍ଧୁକଧାରୀ appeared first on Dharitri Odia News.