ପାଣି ବୋତଲ ପାଇଁ ନୂଆ ନିୟମ ଆଣିବେ କେନ୍ଦ୍ର ସରକାର
ଭୁବନେଶ୍ୱର,୨୨ା୪((ଅନୁରାଧା ମହାରଣା): ବଜାରରେ ବିକ୍ରି ହେଉଥିବା ପାଣି ବୋତଲକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏନେଇ ଯୋଜନା ପ୍ରସ୍ତୁତ କରିଛି। ଏଣିକି ପାଣି ବୋତଲ କମ୍ପାନୀଗୁଡ଼ିକୁ ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ୍)ସାର୍ଟିଫିକେଟ୍ ହାସଲ କରିବାକୁ ପଡିବ। ଯଦି କୌଣସି କମ୍ପାନୀର ଏହି ସାର୍ଟିଫିକେଟ ନାହିଁ ତେବେ ଏହି ବୋତଲ ବିକ୍ରି କରିପାରିବେ ନାହିଁ। ପାଣି ବୋତଲ ଆମଦାନୀ ଉପରେ ଏହି ନିୟମର ବିଶେଷ ପ୍ରଭାବ ପଡ଼ିବ […] The post ପାଣି ବୋତଲ ପାଇଁ ନୂଆ ନିୟମ ଆଣିବେ କେନ୍ଦ୍ର ସରକାର appeared first on Dharitri Odia News.
ଭୁବନେଶ୍ୱର,୨୨ା୪((ଅନୁରାଧା ମହାରଣା): ବଜାରରେ ବିକ୍ରି ହେଉଥିବା ପାଣି ବୋତଲକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏନେଇ ଯୋଜନା ପ୍ରସ୍ତୁତ କରିଛି। ଏଣିକି ପାଣି ବୋତଲ କମ୍ପାନୀଗୁଡ଼ିକୁ ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ୍)ସାର୍ଟିଫିକେଟ୍ ହାସଲ କରିବାକୁ ପଡିବ। ଯଦି କୌଣସି କମ୍ପାନୀର ଏହି ସାର୍ଟିଫିକେଟ ନାହିଁ ତେବେ ଏହି ବୋତଲ ବିକ୍ରି କରିପାରିବେ ନାହିଁ। ପାଣି ବୋତଲ ଆମଦାନୀ ଉପରେ ଏହି ନିୟମର ବିଶେଷ ପ୍ରଭାବ ପଡ଼ିବ ବୋଲି ମତ ପ୍ରକାଶ ପାଇଛି।
୨୦୨୩ ଜୁଲାଇରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ୬ ମାସ ମଧ୍ୟରେ କାର୍ଯ୍ୟକାରୀ ହେବାର ଥିଲେ ମଧ୍ୟ ହୋଇ ନ ଥିଲା। ମାତ୍ର ବର୍ତ୍ତମାନ ଏହା ଆସନ୍ତା ଜୁନ୍ରେ କାର୍ଯ୍ୟକାରୀ ହେବାକୁ ଯାଉଛି। ମନ୍ତ୍ରଣାଳୟ କମ୍ପାନୀମାନଙ୍କୁ ବିଆଇଏସ୍ ସାର୍ଟିଫିକେଟ ହାସଲ କରିବା ପାଇଁ ଜୁନ୍ ୨୪ ପର୍ଯ୍ୟନ୍ତ ସମୟ ଦେଇଛି। ଏହା ପରେ ଖୁଚୁରା ଏବଂ ଇ-କମର୍ସ ଇଣ୍ଡଷ୍ଟ୍ରିରୁ ଅନେକ ବୋତଲ ବ୍ରାଣ୍ଡ୍ ବଜାରରୁ ଉଭେଇଯାଇପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି।
ସୂଚନା ଥାଉ କି, ବର୍ତ୍ତମାନ ଦେଶର ଅଧିକାଂଶ କମ୍ପାନୀ ତମ୍ବା, ଷ୍ଟେନ୍ଲେସ ଏବଂ ଆଲୁମିନିୟମ ପାଣି ବୋତଲ ଆମଦାନୀ କରୁଛନ୍ତି। ବିଆଇଏସ ସହିତ ଜଡିତ ଏହି ନିୟମ କାର୍ଯ୍ୟକାରୀ ହେବା ପରେ ସେମାନଙ୍କୁ ଦେଶରେ ଉତ୍ପାଦନ ଆରମ୍ଭ କରିବାକୁ ପଡ଼ିବ। ଆଇସିଆଇସିଆଇ ରିପୋର୍ଟ ଅନୁଯାୟୀ, ଏହି ନିଷ୍ପତ୍ତି ବଡ଼ କମ୍ପାନୀଗୁଡ଼ିକ ପାଇଁ ଲାଭଦାୟକ ହେବ। ଭାରତରେ ତମ୍ବା, ଷ୍ଟେନ୍ଲେସ ଏବଂ ଆଲୁମିନିୟମ ପାଣି ବୋତଲ ଉତ୍ପାଦନ ଖୁବ୍ କମ୍ ଅଟେ।
ବର୍ତ୍ତମାନ ନୂତନ ନିୟମ ଲାଗୁ ହେବା ପରେ କମ୍ପାନୀଗୁଡିକୁ ଅଧିକ ଆମଦାନୀ ଶୁଳ୍କ ଦେବାକୁ ପଡ଼ିବ କିମ୍ବା ନିଜସ୍ବ ବୋତଲ ଉତ୍ପାଦନ କରିବାକୁ ପଡ଼ିବ। ଦେଶର ବଡ଼ କମ୍ପାନୀଗୁଡିକ ଏହି ପ୍ରସଙ୍ଗରେ ନୀରବ ଥିବାବେଳେ ଛୋଟ କମ୍ପାନୀଗୁଡିକ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ନୂତନ ନିୟମ ସେମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇବ। ଏହି କମ୍ପାନୀଗୁଡିକର ବଜାରରେ ପ୍ରାୟ ୩୦ ପ୍ରତିଶତ ଅଂଶଧନ ରହିଛି।
The post ପାଣି ବୋତଲ ପାଇଁ ନୂଆ ନିୟମ ଆଣିବେ କେନ୍ଦ୍ର ସରକାର appeared first on Dharitri Odia News.