ଅମିତାଭ୍ ‘Kalki 2898 AD’ର ଅଶ୍ଵତ୍ଥାମା, ଏହି ଅବତାର ଦେଖି ଫ୍ୟାନ୍ସ ଭୁଲି ଗଲେଣି ପ୍ରଭାସଙ୍କ ଲୁକ୍

ମୁମ୍ଵାଇ ୨୩।୦୪: ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’ରେ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଫାର୍ଷ୍ଟ ଲୁକ୍‌ ଟିଜର ରିଲିଜ୍‌ ହୋଇଛି । ୧ ମିନିଟ୍‌ର ଏହି ଟିଜର୍‌ରେ ଅମିତାଭ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥାମା ଭୂମିକାରେ ନଜର ଆସିଛନ୍ତି । ଏଥିରେ ସେ ଜଣେ ଛୋଟ ପିଲା ସହ କଥା ହେଉଥିବା ଦେଖାଯାଇଛି । ସେ କିଏ ବୋଲି ପିଲାଟି ତାଙ୍କୁ ପଚାରୁଛି । ପିଲାଟି ଭଗବାନ ଶିବଙ୍କୁ ଆରାଧନା କରୁଥିବା ଅମିତାଭଙ୍କ ପାଖକୁ ଆସି ନିଜର ପରିଚୟ ଦେଇଛି । କହୁଛି ‘ମୁଁ ରାୟା । ଆପଣ କିଏ? ଏହା କ’ଣ ଏକ ମନ୍ଦିର? ଆପଣ କ’ଣ ଭଗବାନ?’ ତା’ ପ୍ରଶ୍ନର ଉତ୍ତର ଦେଇ ଅମିତାଭ କହୁଛନ୍ତି ‘ଶୁଣ, ମୋର ସମୟ ଆସିଛି । ମୋର ଶେଷ ଯୁଦ୍ଧର ସମୟ ଆସିଛି।’ ଏହା ଶୁଣି ପିଲାଟି ପଚାରୁଛି ‘ଆପଣ କିଏ?’ ଟିଜର୍‌ ଶେଷରେ ଅମିତାଭ କହୁଛନ୍ତି ‘ଦ୍ୱାପର ଯୁଗରୁ ୧୦ମ ଅବତାରକୁ ପ୍ରତୀକ୍ଷା କରି ରହିଥିବା ମୁଁ ଗୁରୁ ଦ୍ରୋଣଙ୍କ ପୁତ୍ର ଅଶ୍ୱତ୍ଥାମା ।’ ଟିଜର୍‌ରେ ସବୁଠୁ ଖାସ୍‌ ସିନ୍‌ ଥିଲା ଅମିତାଭଙ୍କ ଯୁବସୁଲଭ ଲୁକ୍‌ । ଏହି ସିନ୍‌କୁ ଡି-ଏଜିଙ୍ଗ୍‌ ଟେକ୍ନୋଲୋଜି ସାହାଯ୍ୟରେ ସୁଟ୍‌ କରାଯାଇଛି । ଏଥିରେ ଅମିତାଭଙ୍କ ଚରିତ୍ର ଅଶ୍ୱତ୍ଥାମାଙ୍କ ପୁରୁଣା କାହାଣୀ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି, ଯେଉଁଥିରେ ୟଙ୍ଗ୍‌ ଅମିତାଭଙ୍କୁ ପୁଣି ଥରେ ପରଦାରେ ଦେଖିପାରିବେ ସିନେପ୍ରେମୀ । ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରଭାସ, କମଲ ହାସନ, ଦୀପିକା ପାଦୁକୋ

ଅମିତାଭ୍ ‘Kalki 2898 AD’ର ଅଶ୍ଵତ୍ଥାମା, ଏହି ଅବତାର ଦେଖି ଫ୍ୟାନ୍ସ ଭୁଲି ଗଲେଣି ପ୍ରଭାସଙ୍କ ଲୁକ୍

ମୁମ୍ଵାଇ ୨୩।୦୪: ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’ରେ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଫାର୍ଷ୍ଟ ଲୁକ୍‌ ଟିଜର ରିଲିଜ୍‌ ହୋଇଛି । ୧ ମିନିଟ୍‌ର ଏହି ଟିଜର୍‌ରେ ଅମିତାଭ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥାମା ଭୂମିକାରେ ନଜର ଆସିଛନ୍ତି । ଏଥିରେ ସେ ଜଣେ ଛୋଟ ପିଲା ସହ କଥା ହେଉଥିବା ଦେଖାଯାଇଛି । ସେ କିଏ ବୋଲି ପିଲାଟି ତାଙ୍କୁ ପଚାରୁଛି । ପିଲାଟି ଭଗବାନ ଶିବଙ୍କୁ ଆରାଧନା କରୁଥିବା ଅମିତାଭଙ୍କ ପାଖକୁ ଆସି ନିଜର ପରିଚୟ ଦେଇଛି । କହୁଛି ‘ମୁଁ ରାୟା । ଆପଣ କିଏ? ଏହା କ’ଣ ଏକ ମନ୍ଦିର? ଆପଣ କ’ଣ ଭଗବାନ?’ ତା’ ପ୍ରଶ୍ନର ଉତ୍ତର ଦେଇ ଅମିତାଭ କହୁଛନ୍ତି ‘ଶୁଣ, ମୋର ସମୟ ଆସିଛି । ମୋର ଶେଷ ଯୁଦ୍ଧର ସମୟ ଆସିଛି।’ ଏହା ଶୁଣି ପିଲାଟି ପଚାରୁଛି ‘ଆପଣ କିଏ?’ 

ଟିଜର୍‌ ଶେଷରେ ଅମିତାଭ କହୁଛନ୍ତି ‘ଦ୍ୱାପର ଯୁଗରୁ ୧୦ମ ଅବତାରକୁ ପ୍ରତୀକ୍ଷା କରି ରହିଥିବା ମୁଁ ଗୁରୁ ଦ୍ରୋଣଙ୍କ ପୁତ୍ର ଅଶ୍ୱତ୍ଥାମା ।’ ଟିଜର୍‌ରେ ସବୁଠୁ ଖାସ୍‌ ସିନ୍‌ ଥିଲା ଅମିତାଭଙ୍କ ଯୁବସୁଲଭ ଲୁକ୍‌ । ଏହି ସିନ୍‌କୁ ଡି-ଏଜିଙ୍ଗ୍‌ ଟେକ୍ନୋଲୋଜି ସାହାଯ୍ୟରେ ସୁଟ୍‌ କରାଯାଇଛି । ଏଥିରେ ଅମିତାଭଙ୍କ ଚରିତ୍ର ଅଶ୍ୱତ୍ଥାମାଙ୍କ ପୁରୁଣା କାହାଣୀ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି, ଯେଉଁଥିରେ ୟଙ୍ଗ୍‌ ଅମିତାଭଙ୍କୁ ପୁଣି ଥରେ ପରଦାରେ ଦେଖିପାରିବେ ସିନେପ୍ରେମୀ । 

ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରଭାସ, କମଲ ହାସନ, ଦୀପିକା ପାଦୁକୋନ ଓ ଦିଶା ପଟାନି । ଆସନ୍ତା ମେ’ ୯ ତାରିଖରେ ଫିଲ୍ମ ରିଲିଜ୍‌ ହେବାର ଥିଲା । କିନ୍ତୁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ନିର୍ମାତା ଏପର୍ଯ୍ୟନ୍ତ ନୂଆ ରିଲିଜ୍‌ ତାରିଖ ଘୋଷଣା କରିନାହାନ୍ତି । ୬୦୦ କୋଟି ବଜେଟ୍‌ରେ ନିର୍ମିତ ‘କଲ୍‌କୀ ୨୮୯୮ ଏଡି’ ଏ ବର୍ଷର ସବୁଠୁ ମହଙ୍ଗା ଫିଲ୍ମ । ତେଲୁଗୁ ସିନେମାର ଜଣାଶୁଣା ନିର୍ଦ୍ଦେଶକ ନାଗ ଅଶ୍ୱିନ ଏହାକୁ ନିର୍ମାଣ କରିଛନ୍ତି ।